ଜଳେଶ୍ୱର(ଅଜିତ ଦାସ): ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ସଂପର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିଦେଇଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଅଂଚଳରୁ । ଅଭିଯୋଗ ଅନୁଯାଇ ଚନ୍ଦନେଶ୍ୱର ଅଂଚଳର ଜନୈକ ଯୁବକ ବିଗତ ୪ ବର୍ଷ ଧରି ସେହି ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କ ସହ ସଂପର୍କ ରଖିଥିଲେ ।
ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ବାହା ହେବାକୁ ମନା କରିଦେଇଛି ଧୋକାବାଜ୍ ପ୍ରେମିକ। ଯୁବତୀ ଜଣକ କହିଛନ୍ତି ଯେ, ମତେ ଭଲ ପାଇ ବିବାହ କରିବାକୁ ଭରସା ଦେଇଥିଲେ। ଭଲ ପାଇବା ପରେ ସେ ମୋ ସହ ଶାରିରୀକ ସମ୍ପର୍କ ରଖି ଆସୁଛନ୍ତି। ଏବେ ମୁଁ ଗର୍ଭବତୀ ହୋଇଥିବାରୁ ସେ ବିବାହ କରିବାକୁ ମନା କରୁଛନ୍ତି। ମତେ ମାରଧର କରୁଛନ୍ତି। ମତେ ମାଡ଼ ମାରିବା ସହ ବ୍ଲାକମେଲିଂ କରି ଚାଲୁଛନ୍ତି।
ତେବେ କୌଣସି ଉପାୟ ନପାଇ ଯୁବତୀ ଜଣକ ପ୍ରେମିକ ବିରୋଧରେ ତାଳସାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ
ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।
Miscellaneous
ନୂଆ ବର୍ଷରେ ୩ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଦୁଇ ଦିନ ତଳେ ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଥିଲା ପଦୋନ୍ନତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Politics
କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ
ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।
Miscellaneous
କାଲି ଆସିବ ଡବଲ ଡେକର ବସ୍, ହେବ ଟ୍ରାଏଲ୍ ରନ୍
ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ।