ରାଜଧାନୀରେ ‘ମୋ ସରକାର’ର ବିକଳ ଚିତ୍ର, ଡାକ୍ତର ଫେରାଇ ଦେବାରୁ ରାସ୍ତାରେ ପ୍ରସବ କଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେଲ୍‌ ମାରିଲା ‘ମୋ ସରକାର’! ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ମେଡିକାଲ୍‌ ଓ ଥାନାରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିଥିଲେ, ତାହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରି ନାହାନ୍ତି ଡାକ୍ତର। ଅବସ୍ଥା କ୍ରିଟିକାଲ୍‌ର ବାହାନା ନେଇ ଡାକ୍ତର ଜଣେ ଗର୍ଭବତୀଙ୍କୁ ଫେରାଇ ଦେଇଛନ୍ତି। ଆଉ ଉପାୟ ଶୂନ୍ୟ ହୋଇ ପ୍ରସୂତି ଜଣକ ଫେରୁଥିବା ବେଳେ […]

capital

capital

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 08:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେଲ୍‌ ମାରିଲା ‘ମୋ ସରକାର’! ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ମେଡିକାଲ୍‌ ଓ ଥାନାରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିଥିଲେ, ତାହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରି ନାହାନ୍ତି ଡାକ୍ତର। ଅବସ୍ଥା କ୍ରିଟିକାଲ୍‌ର ବାହାନା ନେଇ ଡାକ୍ତର ଜଣେ ଗର୍ଭବତୀଙ୍କୁ ଫେରାଇ ଦେଇଛନ୍ତି। ଆଉ ଉପାୟ ଶୂନ୍ୟ ହୋଇ ପ୍ରସୂତି ଜଣକ ଫେରୁଥିବା ବେଳେ ମେଡିକାଲ୍‌ ପରିସରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ଗତକାଲି ରାତିରେ ସାଲିଆସାହି ଅଞ୍ଚଳର ପାନା ମୁର୍ମୁଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ତେବେ ଅବସ୍ଥା କ୍ରିଟିକାଲ୍‌ କହି ଲେବର୍‌ ରୁମ୍‌ର ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। କିଛି ଉପାୟ ନପାଇ ପାନା ଘରକୁ ଫେରୁଥିଲେ। ତେବେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ବ୍ଲଡ୍‌ବ୍ୟାଙ୍କ୍‌ ପାଖ ଫୁଟ୍‌ପାଥରେ ବସି ପଡ଼ିଥିଲେ। ସେହିଠାରେ ହିଁ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଚିକିତ୍ସାର ଏହି ବିକଳ ଚିତ୍ର ଦେଖି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ୟାପିଟାଲ୍ ହସପିଟାଲ୍ ସୁପରିନଟେଣ୍ଡେଣ୍ଟ ନାରାୟଣ ସେଠୀ ଘଟଣାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି-“ଗତକାଲି ପ୍ରସୂତି ଜଣକ ମେଡିକାଲ ଆସିଥିଲେ। ତାଙ୍କର ଯନ୍ତ୍ରଣା ହେଉନଥିବାରୁ ଡାକ୍ତର ଫେରାଇ ଦେଇଥିଲେ। ତେଣୁ ସେ ବାଧ୍ୟ ହୋଇ ଘରକୁ ଫେରି ଯାଇଥିଲେ। ଘରେ ପହଞ୍ଚିବା ପରେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ଆଉ ଥରେ ତାଙ୍କୁ ମେଡିକାଲ୍‌ ଆଣୁଥିଲେ। ଏହି ସମୟରେ ମେଡିକାଲ୍‌ ପରିସରରେ ସେ ପ୍ରସବ କରିଥିଲେ। ତେବେ ତାଙ୍କୁ କେଉଁ ଡାକ୍ତର ଦେଖିଥିଲେ, ସେ କଥା ଜାଣନ୍ତି ନାହିଁ। ଘଟଣା ସଂପର୍କରେ କେହି ଅଭିଯୋଗ କରିନାହାନ୍ତି। ଅଭିଯୋଗ ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧୀକ୍ଷକ କହିଛନ୍ତି।

ରାଜ୍ୟରେ ‘ମୋ ସରକାର’ ଓ 5T କେମିତି କାର୍ଯ୍ୟକାରୀ ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ବିଭାଗୀୟ ଅଧିକାରୀମାନେ ରାଜ୍ୟ ସାରା ବୁଲୁଛନ୍ତି। ମେଡିକାଲ୍‌ରେ ରୋଗୀଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ ଦୀପ ତଳ ଅନ୍ଧର ଭଳି ନବୀନ ନିବାସଠାରୁ ମାତ୍ର କେଇ ମିଟର ଦୂରରେ ରାଜଧାନୀର ଛାତି ଉପରେ ସରକାରୀ ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ‘ମୋ ସରକାର’ ଯୋଜନାର ମୁଖା ଖୋଲି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story