ହାତ ଗୋଡ଼ ବାନ୍ଧି ଲୁଟି ନେଲେ

<p>ପିପିଲି(ଓଡ଼ିଶା ରିପୋର୍ଟର) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗାଁରେ ଚାଞ୍ଚଲ୍ୟ। ଡକାୟତି ପାଇଁ ମହିଳାଙ୍କୁ କରାଯାଇଛି ହତ୍ୟା। ତାଙ୍କ ନାଁ ପୁଷ୍ପଲତା ଦାସ। ଗତକାଲି ରାତିରେ ୪ରୁ୫ଜଣ ଡକାୟତ ପୁଷ୍ପଲତାଙ୍କ ଘରେ ପଶି ଲୁଟ କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ପରେ ସେଲୋଟେପ୍&zwnj;ରେ ତାଙ୍କ ହାତ ଗୋଡ ବାନ୍ଧି ବାଥ୍&zwnj;ରୁମ୍&zwnj;ରେ ପୂରାଇ ଦେଇଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ପୁଅ ଲକ୍ଷ୍ମୀଧର ଘରେ ପହଞ୍ଚି ମାଆଙ୍କୁ ଡାକିଥିଲେ। ହେଲେ କବାଟ ନ ଖୋଲିବାରୁ ସେ ପଡ଼ିଶା ଘର ଛାତ ଉପରକୁ ଯାଇ ତାଙ୍କ ଘର ଭିତରକୁ ଯାଇଥିଲେ। ବନ୍ଧା ହୋଇପଡ଼ିଥିବା ମାଆଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।</p> <p>ଖବର ପାଇ ସତ୍ୟବାଦୀ ଓ ଡେଲାଙ୍ଗ ଥାନା ଆଇଆଇସି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି। ପୋଲିସ ମହିଳାଙ୍କ ଶବବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛି।</p>

Ordigital Desk
  • Published: Sunday, 31 December 2017
  • Updated: 31 December 2017, 10:11 AM IST

Sports

Latest News

<p>ପିପିଲି(ଓଡ଼ିଶା ରିପୋର୍ଟର) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗାଁରେ ଚାଞ୍ଚଲ୍ୟ। ଡକାୟତି ପାଇଁ ମହିଳାଙ୍କୁ କରାଯାଇଛି ହତ୍ୟା। ତାଙ୍କ ନାଁ ପୁଷ୍ପଲତା ଦାସ। ଗତକାଲି ରାତିରେ ୪ରୁ୫ଜଣ ଡକାୟତ ପୁଷ୍ପଲତାଙ୍କ ଘରେ ପଶି ଲୁଟ କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ପରେ ସେଲୋଟେପ୍&zwnj;ରେ ତାଙ୍କ ହାତ ଗୋଡ ବାନ୍ଧି ବାଥ୍&zwnj;ରୁମ୍&zwnj;ରେ ପୂରାଇ ଦେଇଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ପୁଅ ଲକ୍ଷ୍ମୀଧର ଘରେ ପହଞ୍ଚି ମାଆଙ୍କୁ ଡାକିଥିଲେ। ହେଲେ କବାଟ ନ ଖୋଲିବାରୁ ସେ ପଡ଼ିଶା ଘର ଛାତ ଉପରକୁ ଯାଇ ତାଙ୍କ ଘର ଭିତରକୁ ଯାଇଥିଲେ। ବନ୍ଧା ହୋଇପଡ଼ିଥିବା ମାଆଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।</p><p>ଖବର ପାଇ ସତ୍ୟବାଦୀ ଓ ଡେଲାଙ୍ଗ ଥାନା ଆଇଆଇସି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି। ପୋଲିସ ମହିଳାଙ୍କ ଶବବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos