ବନ୍ଧୁକ ନୁହେଁ ଝାଡ଼ୁ : ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ ହିଂସାର ପଥର ଛାଡ଼ିଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା):ହାତରେ ଆଉ ବନ୍ଧୁକ ନାହିଁ, କି ଦେହରେ ବି ନାହିଁ ମାଓ ୟୁନିଫର୍ମ । କେବେଠୁ ମନରୁ ପୋଛି ଗଲାଣି ଜଙ୍ଗଲ୍ ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରା। ଏବେ ପାଲଟିଯାଇଛନ୍ତି ସାଧାରଣ ମଣିଷଟିଏ ପରି। ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ ହିଂସାର ପଥର ଛାଡ଼ି ଶାନ୍ତିରେ ବଞ୍ଚିବାର ରାସ୍ତାକୁ ଆପଣେଇଛନ୍ତି। ହାତରେ ଝାଡ଼ୁ ପୋଛା, ଦେହରେ ନୀଳ ପୋଷାକ ଓ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ମାଲକାନଗିରିର ଘଞ୍ଚ ଜଙ୍ଗଲ […]

mm-3-1

Tapas Behera
  • Published: Monday, 25 November 2019
  • , Updated: 25 November 2019, 09:23 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା):ହାତରେ ଆଉ ବନ୍ଧୁକ ନାହିଁ, କି ଦେହରେ ବି ନାହିଁ ମାଓ ୟୁନିଫର୍ମ । କେବେଠୁ ମନରୁ ପୋଛି ଗଲାଣି ଜଙ୍ଗଲ୍ ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରା। ଏବେ ପାଲଟିଯାଇଛନ୍ତି ସାଧାରଣ ମଣିଷଟିଏ ପରି। ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ ହିଂସାର ପଥର ଛାଡ଼ି ଶାନ୍ତିରେ ବଞ୍ଚିବାର ରାସ୍ତାକୁ ଆପଣେଇଛନ୍ତି।

ହାତରେ ଝାଡ଼ୁ ପୋଛା, ଦେହରେ ନୀଳ ପୋଷାକ ଓ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍।

ମାଲକାନଗିରିର ଘଞ୍ଚ ଜଙ୍ଗଲ ଭିତରେ ହଜିଯାଇଛି ଏମାନଙ୍କ ଭିତରର ଦୁର୍ଦ୍ଦାନ୍ତ ମାଓବାଦୀ । ଆଉ ଏଠି ଯିଏ ବଞ୍ଚିଛି, ସିଏ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାଳତୀ କାବାସି ଓ ଦେବୀ ମାଢ଼ୀ ।

ଦୀର୍ଘବର୍ଷ ଧରି ଲାଲ୍ ବାହିନୀରେ କାର୍ଯ୍ୟ କରୁଥିବା ଏହି ଦୁଇ ମାଓନେତ୍ରୀ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି।

ମାଳତୀ କାବାସିଙ୍କର ଲାଲ୍‌ବାହିନୀରେ ଦୀର୍ଘ ୮ବର୍ଷର ସଂପୃକ୍ତି। ବୈପାରିଗୁଡ଼ା ଦଲମ୍‌ରେ ରହି ଆଲମପାକା, ବୈପାରୀଗୁଡ଼ା ଥାନା ଓ ରାମଗିରି ଥାନା ଭଳି ୧୨ରୁ ଅଧିକ ସ୍ଥାନରେ ହିଂସାକାଣ୍ଡରେ ଜଡ଼ିତ ଥିଲେ ମାଳତୀ ।

ସେହିପରି ଦେବୀ ମାଢ଼ୀ ବି କାଲିମେଳା ଦଲମରେ ଏସିଏମ୍ ଭାବେ ବିଚ୍ଛିନ୍ନାଞ୍ଚଳରେ ନିଜ ଗତିବିଧି ଚଳାଇଥିଲେ।  ରାମାଗୁଡ଼ା ଏନ୍‌କାଉଣ୍ଟର, ଦାମନଯୋଡ଼ି ମାଇନ୍ସ ଆକ୍ରମଣ ପରି ଇଏ ବି ପ୍ରାୟ ୧୨ଟି ହିଂସାକାଣ୍ଡରେ ଜଡ଼ିତ ଥିଲେ। କିନ୍ତୁ ହିଂସା, ରକ୍ତପାତ ଓ ଆତଙ୍କରେ ଅଣନିଶ୍ୱାସୀ ହେବା ପରେ ଏମାନେ ଖାଲି ଆତ୍ମସମର୍ପଣ କଲେନି, ଚାହିଁଲେ ଆତ୍ମ ନିର୍ଭରଶୀଳ ହେବାକୁ।  ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସଫେଇ କର୍ମଚାରୀ ଆବଶ୍ୟକତା ଥିବା ଜାଣି ଆବେଦନ କଲେ ଓ ନିଯୁକ୍ତି ବି ପାଇଲେ ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦୁଇ ମହିଳାଙ୍କ ପରିବର୍ତ୍ତନର ଏହି ଅସାଧାରଣ କାହାଣୀ ସତରେ ପ୍ରଶଂସନୀୟ।

Related story