ଗଛରେ ଲୁଗା ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ; କାହିଁକି ଏମିତି କଲେ ଦେଖନ୍ତୁ ଭିଡ଼ିଓ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗୁହାରି କରିବାକୁ ଆସିଥିଲେ ଜଣେ ମହିଳା। ମାତ୍ର କେହି ମହିଳାଙ୍କ ଅଭିଯୋଗ ଶୁଣିନଥିଲେ। ଏଥିରେ ଭାଙ୍ଗିପଡ଼ି ମହିଳା ଜଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟ ଏକ ଗଛରେ ପିନ୍ଧିଥିବା ଶାଢ଼ୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି।</p> <p>ମହିଳାଙ୍କ ଅଭିଯୋଗରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ ମହିଳାଙ୍କର ୪୦ ଡିସିମିଲ୍&zwnj; ଜାଗା ଥିଲା। ମାତ୍ର ସେଥିରୁ ତାଙ୍କୁ ବାହାର କରିଦିଆଯାଇଛି। ଦୁଇ ଝିଅଙ୍କୁ ଧରି ବାହାରେ ରହୁଛନ୍ତି। ଏନେଇ ବାରମ୍ବାର ଥାନାରେ ପୋଲିସଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗ କେହି ଶୁଣିନଥିଲେ। ଶେଷରେ ଆଜି ଗୁହାରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ମାତ୍ର ଏଠି ମଧ୍ୟ କେହି ତାଙ୍କ ଅଭିଯୋଗ ଶୁଣିନଥିଲେ। ଫଳରେ ସେ ବାଧ୍ୟ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଅଭିଯୋଗ ପ୍ରକୋଷ୍ଠ ରାସ୍ତା କଡ଼ରେ ଥିବା ଏକ ଗଛରେ ନିଜ ବେକରେ ଶାଢ଼ୀ ଗୁଡ଼ାଇ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସମୟରେ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ପୋଲିସ କର୍ମଚାରୀ ଓ ରାସ୍ତାରେ ଯାଉଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ କ୍ୟାପିଟାଲ ଥାନା ପୋଲିସ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା। ମହିଳାଜଣଙ୍କ ଗୁଡ଼ାଇଥିବା ଶାଢ଼ୀ ଓ ତାଙ୍କ ଚପଲକୁ ପୋଲିସ ନିଜ ସାଙ୍ଗରେ ନେଇଥିଲା। ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଜଣେ ମହିଳା ନ୍ୟାୟ ନ ପାଇ ଏଭଳି ଅସହାୟ ଅବସ୍ଥାରେ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି।</p>

Ordigital Desk
  • Published: Monday, 02 April 2018
  • Updated: 02 April 2018, 06:31 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗୁହାରି କରିବାକୁ ଆସିଥିଲେ ଜଣେ ମହିଳା। ମାତ୍ର କେହି ମହିଳାଙ୍କ ଅଭିଯୋଗ ଶୁଣିନଥିଲେ। ଏଥିରେ ଭାଙ୍ଗିପଡ଼ି ମହିଳା ଜଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟ ଏକ ଗଛରେ ପିନ୍ଧିଥିବା ଶାଢ଼ୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି।</p><p>ମହିଳାଙ୍କ ଅଭିଯୋଗରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ ମହିଳାଙ୍କର ୪୦ ଡିସିମିଲ୍&zwnj; ଜାଗା ଥିଲା। ମାତ୍ର ସେଥିରୁ ତାଙ୍କୁ ବାହାର କରିଦିଆଯାଇଛି। ଦୁଇ ଝିଅଙ୍କୁ ଧରି ବାହାରେ ରହୁଛନ୍ତି। ଏନେଇ ବାରମ୍ବାର ଥାନାରେ ପୋଲିସଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗ କେହି ଶୁଣିନଥିଲେ। ଶେଷରେ ଆଜି ଗୁହାରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ମାତ୍ର ଏଠି ମଧ୍ୟ କେହି ତାଙ୍କ ଅଭିଯୋଗ ଶୁଣିନଥିଲେ। ଫଳରେ ସେ ବାଧ୍ୟ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଅଭିଯୋଗ ପ୍ରକୋଷ୍ଠ ରାସ୍ତା କଡ଼ରେ ଥିବା ଏକ ଗଛରେ ନିଜ ବେକରେ ଶାଢ଼ୀ ଗୁଡ଼ାଇ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସମୟରେ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ପୋଲିସ କର୍ମଚାରୀ ଓ ରାସ୍ତାରେ ଯାଉଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ କ୍ୟାପିଟାଲ ଥାନା ପୋଲିସ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା। ମହିଳାଜଣଙ୍କ ଗୁଡ଼ାଇଥିବା ଶାଢ଼ୀ ଓ ତାଙ୍କ ଚପଲକୁ ପୋଲିସ ନିଜ ସାଙ୍ଗରେ ନେଇଥିଲା। ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଜଣେ ମହିଳା ନ୍ୟାୟ ନ ପାଇ ଏଭଳି ଅସହାୟ ଅବସ୍ଥାରେ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos