ଭୁବନେଶ୍ୱର (ଓଡ଼ିଶା ରିପୋ): ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିପାରିବେ। ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ ଅପଲୋଡ କରାଯାଇଛି। nandankanan.org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ। ଗତ ୪ ତାରିଖରେ ଖୋଲିଲା ନନ୍ଦନକାନନ। ପର୍ଯ୍ୟଟକମାନେ କାଉଣ୍ଟର ଓ ଅନ୍ଲାଇନରେ ଟିକଟ କିଣି ପ୍ରାଣୀ ଉଦ୍ୟମର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏଥିପାଇଁ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ
ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
Miscellaneous
ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍
ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।
Miscellaneous
ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ।