ଚୋରି ଅଭିଯୋଗ: ଯୁବକଙ୍କୁ ନିର୍ଧୂମ ଛେଚିଲେ ଗାଁ ଲୋକେ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ। ଏହା ଦେଖି ୪ଜଣଙ୍କ ମଧ୍ୟରୁ ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ । ଅଭିଯୁକ୍ତ ଯୁବକଙ୍କୁ ଏକ […]

jubak-1..

Niharika Rout
  • Published: Thursday, 25 July 2019
  • , Updated: 25 July 2019, 10:13 AM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ।

ଏହା ଦେଖି ୪ଜଣଙ୍କ ମଧ୍ୟରୁ ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ । ଅଭିଯୁକ୍ତ ଯୁବକଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଫତେଗଡ଼ ପୁଲିସ ଗାଁ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଚୋରିରେ ବ୍ୟବହୃତ ଗୋଟିଏ ବାଇକ୍‌ ଜବତ ହୋଇଛି।

Related story