ଶିକାରୀ ଗୁଳିରେ ଆଖି ବୁଜିଲେ ଯୁବକ

କଲ୍ୟାଣସିଂହପୁର (ମାଉଡି ବାରିକ): ବାର୍‌ହା ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ଶିକାରୀଙ୍କ ଗୁଳି ମାଡ଼ରେ ଗଲା ଯୁବକଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡ଼ି ଗାଁରେ। ଅଭିଯୁକ୍ତମାନେ ଏହି ମାମଲାକୁ ରଫାଦଫା କରିଦେବାକୁ ଉଦ୍ୟମ ଚଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିବା ସହ ୧୮ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇଥିଲେ।  […]

dead

dead

Niharika Rout
  • Published: Thursday, 24 September 2020
  • Updated: 24 September 2020, 09:34 AM IST

Sports

Latest News

କଲ୍ୟାଣସିଂହପୁର (ମାଉଡି ବାରିକ): ବାର୍‌ହା ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ଶିକାରୀଙ୍କ ଗୁଳି ମାଡ଼ରେ ଗଲା ଯୁବକଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡ଼ି ଗାଁରେ।

ଅଭିଯୁକ୍ତମାନେ ଏହି ମାମଲାକୁ ରଫାଦଫା କରିଦେବାକୁ ଉଦ୍ୟମ ଚଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିବା ସହ ୧୮ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇଥିଲେ।  ଏହି ସମୟରେ କୌଣସି କାରଣରୁ ଜଣେ ଯୁବକଙ୍କ ଶରୀରରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଖଗେଶ୍ୱର ଝଡ଼ିଆ।

ଅଭିଯୁକ୍ତମାନେ ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ମୃତକଙ୍କ ପରିବାରବର୍ଗଙ୍କୁ କିଛି ଆର୍ଥିକ ସହାୟତା ଦେଇଥିଲେ। ଏହାପରେ ମୃତଦେହକୁ ସତ୍କାର କରାଯାଉଥିବା ବେଳେ ଖବର ପାଇ ପୁଲିସ୍‌ ପହଞ୍ଚି ଯାଇଥିଲା।

ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ୍‌ । ଏହି ଘଟଣାରେ ଅଣ୍ଡରାକଞ୍ଚ ପୁଲିସ୍‌ ୧୮ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos