ମାଲମାନଗିରି(ଜିତେନ୍ଦ୍ର ବେଉରା): ଝିଙ୍କ ଶିକାର କରିବାକୁ ଗୁମ୍ଫା ଭିତରକୁ ପଶିଥିବା ଜଣେ ଯୁବକ ଆଜି ପ୍ରାଣ ହରାଇଛନ୍ତି। ତେବେ ତାଙ୍କ ସହିତ ଯାଇଥିବା ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଝରାପାଲି ଗାଁର ୫ ଜଣ ଯୁବକ ପାହାଡ଼ ଉପରକୁ ଝିଙ୍କ ଶିକାର କରିବାକୁ ଯାଇଥିଲେ। ଗୋଟିଏ ଗୁମ୍ଫାରେ ଝିଙ୍କ ଥିବା ଅନୁମାନ କରି ଶିକାରୀମାନେ ଧୂଆଁ ଦେଇଥିଲେ। ମାତ୍ର ଝିଙ୍କ ବାହାରକୁ ଆସିନଥିଲା। ପରେ ରାମଚନ୍ଦ୍ର ମାଢ଼ି ଓ ସିଙ୍ଗା ମାଢ଼ି ପୁଣି ଥରେ ଧୂଆଁ ଦେବାକୁ ଗୁମ୍ଫା ଭିତରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଦୁହେଁ ବାହାରକୁ ଆସିନଥିଲେ। ଫଳରେ ଗୁମ୍ଫା ବାହାରେ ଅପେକ୍ଷା କରିଥିବା ସାଥୀମାନେ ଗୁମ୍ଫା ଭିତରକୁ ଯାଇ ଦେଖିଲା ବେଳକୁ ରାମଚନ୍ଦ୍ର ମାଢ଼ିଙ୍କର ମୃତ୍ୟୁ ଘଟିଥିବା ବେଳେ ସିଙ୍ଗା ଚେତା ହରାଇ ପଡ଼ିଛନ୍ତି। ସେମାନେ ସିଙ୍ଗାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର ଶାମ୍ବ ଦଶମୀ, ଚଳଚଞ୍ଚଳ ଅର୍କକ୍ଷେତ୍ର
ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Events & Festivals
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଆଜି ଉଦଘାଟନ କରିବେ ମୋଦି
ଗତ ରାତିରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।