ଘରୁ ଡାକି ଆଣି କାଜୁ ଜଙ୍ଗଲରେ ହତ୍ୟା!

ଖୋର୍ଦ୍ଧା(ବଳରାମ ଲେଙ୍କା): ଯୁବକଙ୍କୁ ଘରୁ ଡାକି ନେଇ କାଜୁ ଜଙ୍ଗଲରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ଆସିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗରୁ ପ୍ରକାଶ, ଖାରଡ଼ପଲ୍ଲୀ ଗାଁର ଦୁଇ ଜଣ ଯୁବକ ଗତକାଲି ରାତି ପ୍ରାୟ ୯ଟା ବେଳେ ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ହେଲେ ରାତିରେ ଆଉ ସତ୍ୟସୁନ୍ଦର ଘରକୁ ଫେରିନଥିଲେ। ଆଜି […]

khurda

khurda

Manoranjan Sial
  • Published: Sunday, 18 October 2020
  • Updated: 18 October 2020, 12:52 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଯୁବକଙ୍କୁ ଘରୁ ଡାକି ନେଇ କାଜୁ ଜଙ୍ଗଲରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ଆସିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗରୁ ପ୍ରକାଶ, ଖାରଡ଼ପଲ୍ଲୀ ଗାଁର ଦୁଇ ଜଣ ଯୁବକ ଗତକାଲି ରାତି ପ୍ରାୟ ୯ଟା ବେଳେ ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ହେଲେ ରାତିରେ ଆଉ ସତ୍ୟସୁନ୍ଦର ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କର କ୍ଷତିବିକ୍ଷତ ମୃତଦେହ ବରଡାଳିଆ କାଜୁ ଜଙ୍ଗଲରୁ ମିଳିଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କୋଦବାରିଣୀ-ଭାପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାଂକୋଇ ଫାଣ୍ଡି ଓ ବୋଲଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos