ପ୍ରେମ ସପ୍ତାହରେ ଝୁଲି ପଡ଼ିଲେ ପ୍ରେମପକ୍ଷୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଏବେ ଚାଲିଛି ପ୍ରେମ ସପ୍ତାହ। ଏହି ଅବସରରେ ପ୍ରେମପକ୍ଷୀମାନେ ଭାବ ଆଦାନ ପ୍ରଦାନ କରୁଛନ୍ତି। ପରସ୍ପରକୁ ପ୍ରପୋଜ୍‌ ମାରୁଛନ୍ତି। ଆଜିର ଆସିଛି ଏକ ଦୁଃଖଦ ଖବର। ଉଡ଼ିବା ବଦଳରେ ଝୁଲି ପଡ଼ିଛନ୍ତି ଦୁଇ ପ୍ରେମପକ୍ଷୀ। ଏପରି ଖବର ଜଗତସିଂହପୁରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲିକୁଦା ଥାନା ଅନ୍ତର୍ଗତ ବଡ଼ିପଡା ଗାଁର ଉପେନ୍ଦ୍ର ନାଥ ସ୍ୱାଇଁଙ୍କ ୨୪ ବର୍ଷର […]

youth-and-gird-suicide-in-jagatsinghpur

youth-and-gird-suicide-in-jagatsinghpur

Manoranjan Sial
  • Published: Tuesday, 11 February 2020
  • Updated: 11 February 2020, 05:51 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଏବେ ଚାଲିଛି ପ୍ରେମ ସପ୍ତାହ। ଏହି ଅବସରରେ ପ୍ରେମପକ୍ଷୀମାନେ ଭାବ ଆଦାନ ପ୍ରଦାନ କରୁଛନ୍ତି। ପରସ୍ପରକୁ ପ୍ରପୋଜ୍‌ ମାରୁଛନ୍ତି। ଆଜିର ଆସିଛି ଏକ ଦୁଃଖଦ ଖବର। ଉଡ଼ିବା ବଦଳରେ ଝୁଲି ପଡ଼ିଛନ୍ତି ଦୁଇ ପ୍ରେମପକ୍ଷୀ। ଏପରି ଖବର ଜଗତସିଂହପୁରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାଲିକୁଦା ଥାନା ଅନ୍ତର୍ଗତ ବଡ଼ିପଡା ଗାଁର ଉପେନ୍ଦ୍ର ନାଥ ସ୍ୱାଇଁଙ୍କ ୨୪ ବର୍ଷର ପୁଅ ବିରଜା। ଆଜି ତାଙ୍କ ଝୁଲନ୍ତା ମୃତଦେହ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦାଦପୁର ଗାଁର ପଳାସଦଣ୍ଡାର ଏକ ଗଛରୁ ପୁଲିସ ଉଦ୍ଧାର କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ତଦନ୍ତ ସାପେକ୍ଷ। ତେବେ ମୃତ ବିରଜାଙ୍କ ପିତା ଆଣିଥିବା ଅଭିଯୋଗ ସାଂଘାତିକ। ଅଭିଯୋଗ ଅନୁସାରେ, ବିରଜା ଜଣେ ଝିଅକୁ କୁଆଡ଼େ ଭଲ ପାଉଥିଲେ। ଯେଉଁଥିରେ ଝିଅ ଘର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଝିଅ ଘର ଲୋକେ ବିରଜାଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ବଡ଼ିପଡ଼ାର ପଡୋଶୀ ଗାଁରେ ଜଣେ ୧୦ ଶ୍ରେଣୀ ଛାତ୍ରୀ ନିଜ ଘରେ ଦଉଡି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ମଧ୍ୟ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ବିରଜା ଓ ସମ୍ପୃକ୍ତ ନାବାଳିକା ଛାତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ତେବେ ବିରଜାଙ୍କ ପିତା ନାବାଳିକାଙ୍କ ନାଁ ଧରି ନଥିବାରୁ ଏହାର ସତ୍ୟାସତ୍ୟ ତଦନ୍ତ ପରେ ଜଣାପଡ଼ିବ। ବାଲିକୁଦା ଓ ଜଗତସିଂହପୁର ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରିରଖିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ଉପରୁ ପର୍ଦ୍ଦା ହଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos