ଯୁବତୀଙ୍କୁ ‘କରୋନା’ କହିଥିବା ଯୁବକଙ୍କ ଚେହେରା ବଦଳାଇ ଦେଲେ ଲୋକେ  

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକେ । ସିସିଟିଭିରେ କଏଦ୍‌ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ। ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ଏହାକୁ ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ […]

corona-coment-1

Tapas Behera
  • Published: Wednesday, 18 March 2020
  • , Updated: 18 March 2020, 09:56 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକେ । ସିସିଟିଭିରେ କଏଦ୍‌ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ।

ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ଏହାକୁ ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିଥିଲେ।

କିଛି ଲୋକେ ଏହା ଦେଖି କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଥିଲେ। ମାଡ଼ ଏମିତି ହୋଇଥିଲା ଯେ, ସେମାନଙ୍କ ଚେହେରା ବଦଳି ଯାଇଛି ।  ଏହି ଘଟଣାରେ ତିନୋଟି ମାମଲା ରୁଜୁ ହୋଇଛି। ଯୁବତୀ ଓ ପେଟ୍ରୋଲ ଟାଙ୍କି ତରଫରୁ ମାମଲା ହୋଇଥିବାବେଳେ ଯେଉଁ ବ୍ୟକ୍ତିମାନେ କମେଣ୍ଟ ମାରି ମାଡ଼ ଖାଇଥିଲେ, ସେମାନଙ୍କ ତରଫରୁ ବି ମାମଲା ଦିଆଯାଇଛି।

Related story