ବିଜୁ ଯୁବ ବାହିନୀ କାହାର? ସରକାରଙ୍କର ନା ବିଜେଡିର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ମଇଦାନ ପାର ପାଇଁ ପ୍ରସ୍ତୁତ ହେଉଛି କ୍ଷେତ୍ର। ବିରୋଧୀଙ୍କୁ ଟକ୍କର ଦେବା ପାଇଁ ବିଜେଡି ସଜାଡ଼ୁଛି ଯୁବ ବାହିନୀ। ଏମାନେ ଗାଁ ଗାଁରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଲଢିବେ। ସେଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ଏବେ ଜୋରସୋରରେ ଚାଲିଛି ଯୁବ ଛାତ୍ର ସଂପର୍କ ଅଭିଯାନ। ସେପଟ ସରକାରୀ ସ୍ତରରେ ମଧ୍ୟ ବିଜୁ ଯୁବ ବାହିନୀ ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ଆଜି କ୍ରୀଡା ଓ ଯୁବ ସେବା ବିଭାଗ ପ୍ରକାଶ କରିଛି ବିଜ୍ଞାପନ।
ବିଜୁ ଯୁବ ବାହୀନି ଅନ୍ତର୍ଗତ ଯୁବ ସ୍ୱେଚ୍ଛାସେବୀ ନିଯୁକ୍ତି ନେଇ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ଯୁବକ ଓ ଯୁବତୀମାନଙ୍କ ବୟସ ୧୫ରୁ ୩୫ ବର୍ଷ ହୋଇଥିବ। ଶିକ୍ଷିତ ଓ ଉଚ୍ଚ ଶିକ୍ଷିତ ମଧ୍ୟ ହୋଇଥିବେ। ଏଥିରେ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀଙ୍କୁ କ୍ରିୟାଶୀଳ କରାଇବା ସହ ସାମାଜିକ ଗଠନ ମୂଳକ କାମରେ ଲଗାଇବାକୁ ପ୍ରୟାସ କରାଯିବ। ତେବେ ପ୍ରକୃତରେ ସମାଜ ସେବା ନା ରାଜନୈତିକ ଉଦ୍ଦ୍ୟେଶ ରଖି ଏପରି କାର୍ଯ୍ୟକ୍ରମ କରାଯାଉଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ସରକାରଙ୍କ ସଫଳ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତା କରାଇବା, ନବୀନ ବ୍ରାଣ୍ଡକୁ ପ୍ରମୋସନ୍ କରିବା ପାଇଁ ଏହି ବାହିନୀ କାମ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ୨୦୧୪ ନିର୍ବାଚନରେ ବିଜୁ ସାଥୀ ଗଠନ କରିଥିଲା। ବିଜେଡି ଏଥର କିନ୍ତୁ ସରକାରୀସ୍ତରେ ଗଠନ କରିଛି ଯୁବ ସ୍ୱେଚ୍ଛାସେବୀ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି-“ସମାଜ ଗଠନରେ ଯୁବକ ଓ ଯୁବତୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ଶକ୍ତିକୁ ସମାଜର ଭଲ କାମରେ ନିୟୋଜିତ କରିବା ପାଇଁ କଲେଜ ବାହାରେ ବିଜୁ ଯୁବ ବାହିନୀ ଗଠନ କରିଛୁ।”
ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ନିଜର ପ୍ରଚାର ପ୍ରସାର ପାଇଁ ବିଜେଡି ଏପରି କାର୍ଯ୍ୟକ୍ରମ କରୁଛି। ଏଥିରୁ ଜଣାପଡ଼ୁଛି ନବୀନ ପଟ୍ଟନାୟକଙ୍କୁ ହାରିଯିବା ଭୟ ଘାରିଛି।”
ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ସରକାର ଅର୍ଥରେ ବିଜେଡି ରାଜନୀତି କରିବା ଭଲ ଭାବେ ଜାଣିଛନ୍ତି। ଏହା ଯୁବ ସମାଜ ପାଇଁ ପ୍ରତାରଣା ନୁହେଁ ତ ଆଉ କଣ?”
Ordigital Desk
• Published: Friday, 24 November 2017
• Updated: 24 November 2017, 07:54 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos