ମାମୁଘରକୁ ଆସି ମହାନଦୀରେ ବୁଡ଼ିଗଲେ

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ମହାନଦୀ ଘାଟରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କ ନାଁ ପ୍ରକାଶ ସାହୁ। ନରସିଂହପୁର ମାଧେଇପଡ଼ାରେ ତାଙ୍କ ଘର ବୋଲି ଜଣାପଡ଼ିଛି। ପ୍ରକାଶ ମାମୁଘର ଶଙ୍ଖାମେରୀକୁ ବୁଲିବାକୁ ଆସିଥିଲେ। ଗତକାଲି ସେ ଶଙ୍ଖାମେରୀ ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ। ତା’ ପରଠୁ ତାଙ୍କର ପତ୍ତା ମିଳୁ ନାହିଁ। ଆଜି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ […]

river.jpg,,,,

Tapaswini Nayak
  • Published: Thursday, 19 September 2019
  • , Updated: 19 September 2019, 02:30 PM IST

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ମହାନଦୀ ଘାଟରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କ ନାଁ ପ୍ରକାଶ ସାହୁ। ନରସିଂହପୁର ମାଧେଇପଡ଼ାରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ପ୍ରକାଶ ମାମୁଘର ଶଙ୍ଖାମେରୀକୁ ବୁଲିବାକୁ ଆସିଥିଲେ। ଗତକାଲି ସେ ଶଙ୍ଖାମେରୀ ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ। ତା’ ପରଠୁ ତାଙ୍କର ପତ୍ତା ମିଳୁ ନାହିଁ। ଆଜି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଖୋଜାଖୋଜି କରୁଛନ୍ତି ।

Related story