କେବିସିରେ ୨୫ ଲକ୍ଷ ଜିତିଛ କହି ୭୦ ହଜାର ଚିତା କାଟିନେଲେ, ଯୁବକ ବାଛିନେଲେ ଶେଷ ରାସ୍ତା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):କୌନ ବନେଗା କରୋଡ଼ପତି ନାଁରେ ଠକେଇ।  ଖାଲି ଏତିକି ନୁହେଁ, ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା ପୂର୍ବରୁ ଏହା ପଛର ଗୁମର ଖୋଲିଲେ ଯୁବକ।  ମୃତ୍ୟୁ ପୂର୍ବରୁ ବଖାଣିଲେ କିପରି ହୋଇଥିଲା ତାଙ୍କ ସହ ଅନ୍‌ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍‌ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ସେ ଏପରି କଲେ ତାକୁ […]

h-90-1

h-90-1

Tapas Behera
  • Published: Tuesday, 21 January 2020
  • Updated: 21 January 2020, 09:22 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):କୌନ ବନେଗା କରୋଡ଼ପତି ନାଁରେ ଠକେଇ।  ଖାଲି ଏତିକି ନୁହେଁ, ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା ପୂର୍ବରୁ ଏହା ପଛର ଗୁମର ଖୋଲିଲେ ଯୁବକ।  ମୃତ୍ୟୁ ପୂର୍ବରୁ ବଖାଣିଲେ କିପରି ହୋଇଥିଲା ତାଙ୍କ ସହ ଅନ୍‌ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍‌ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ।

ତେବେ କାହିଁକି ଓ କେଉଁ କାରଣରୁ ସେ ଏପରି କଲେ ତାକୁ ନେଇ ଖୋଲତାଡ଼ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ପ୍ରତାପଙ୍କ ଫୋନ୍‌ରୁ ମିଳିଥିବା ଆତ୍ମହତ୍ୟା ପୂର୍ବର ଭିଡିଓ ଅନୁସାରେ, ଟିଭି ରିଅଲିଟି ଶୋ କୌନ୍ ବନେଗା କରୋଡପତି ନାଁରେ  ରାଣା ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ସେ ୨୫ ଲକ୍ଷ ଟଙ୍କା ଜିତିଥିବା କହିଥିଲେ।

ଏଥିସହ ପୁରସ୍କାର ଟଙ୍କା ପାଇବା ପାଇଁ ଟ୍ୟାକ୍ସ ବାବଦକୁ ୪ଟି କିସ୍ତିରେ ୬୦ରୁ ୭୦ ହଜାର ଟଙ୍କା ନେଇଥିଲା। ତେବେ ଟଙ୍କା ଦେବା ପରେ ଆଉ ରାଣାଙ୍କ ପତ୍ତା ମିଳିନଥିଲା। ଏହାପରେ ନିରାଶ ହୋଇ ଶେଷରେ ଆତ୍ମହତ୍ୟା କରୁଥିବା ପ୍ରତାପ ଭିଡିଓରେ କହିଛନ୍ତି। ପୁଲିସ ମାମଲାର ଖୋଲତାଡ଼ ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos