ରାତିରେ ଖାଇସାରି ବାହାରକୁ ଗଲେ ବୁଲିବାକୁ, ଆଉ ଫେରିଲେନି…

<p>ପୁରୀ: ପୁରୀ ସହର ବାଲିସାହି ଧାନକୁଟି ଗଳିରେ କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଧାନକୁଟି ସାହିର ବାପି ଓରଫ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।</p> <p>ଗତ ରାତିରେ ଖାଇସାରିବା ପରେ ବାପି ବାହାରକୁ ବୁଲିବାକୁ ଯାଇଥିଲେ ଓ ଘରକୁ ଫେରି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ଶ୍ୱେତଗଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର&nbsp; ଛାତ ଉପରେ ଏକ ଭୋଜି ହୋଇଥିଲା। ସେଠାରେ କିଛି ଗଣ୍ଡଗୋଳ ଘଟି ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି।</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 11:21 AM IST
<p>ପୁରୀ: ପୁରୀ ସହର ବାଲିସାହି ଧାନକୁଟି ଗଳିରେ କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଧାନକୁଟି ସାହିର ବାପି ଓରଫ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।</p><p>ଗତ ରାତିରେ ଖାଇସାରିବା ପରେ ବାପି ବାହାରକୁ ବୁଲିବାକୁ ଯାଇଥିଲେ ଓ ଘରକୁ ଫେରି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ଶ୍ୱେତଗଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର&nbsp; ଛାତ ଉପରେ ଏକ ଭୋଜି ହୋଇଥିଲା। ସେଠାରେ କିଛି ଗଣ୍ଡଗୋଳ ଘଟି ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos