ୟୁ-ଟ୍ୟୁବ୍‌ରେ ଭିଡିଓ ଦେଖିଲା ବେଳେ ଅସୁବିଧା ହେଉଛି ? ଜାଣନ୍ତୁ ୫ଟି ଟିପ୍ସ

ୟୁ-ଟ୍ୟୁବ୍‌ ଆଧୁନିକ ଦୁନିଆା ପାଇଁ ଧୀରେ ଧୀରେ ଅପରିହାର୍ଯ୍ୟ ଅଂଶ ହୋଇଗଲାଣି। ଆମେ ପ୍ରାୟ ସମସ୍ତେ ମୋବାଇଲ୍‌ରେ କିମ୍ବା ଲ୍ୟାପ୍ଟପ୍ରେ ୟୁ-ଟ୍ୟୁବ୍‌ ଭିଡିଓ ଦେଖିଥାଉ। ଏଥିରୁ ଅନେକ କଥା ଶିଖିବାର ସୁଯୋଗ ମିଳିଥାଏ। ଅନ୍ୟଭାଷାରେ କହିଲେ ଏହା ଏବେ ହୋଇଯାଇଛି ଆମ ପାଇଁ ଡିଜିଟାଲ୍ ଟିଚର। ତେବେ ୟୁ-ଟ୍ୟୁବ୍‌ରେ ଭିଡିଓ ଦେଖିଲା ବେଳେ ଅନେକ ସମୟରେ କିଛି ନିର୍ଦ୍ଦିଷ୍ଟ କଟକଣା ରହିଥାଏ। ଯାହାଦ୍ୱାରା କିଛି ଭିଡିଓ ଦେଖିବାରେ ଓ ଏହାକୁ ଡାଉନ୍ ଲୋଡ୍ କରିବାରେ ଅସୁବିଧା ହୋଇଥାଏ। […]

YOU TUBE

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 10:25 PM IST

ୟୁ-ଟ୍ୟୁବ୍‌ ଆଧୁନିକ ଦୁନିଆା ପାଇଁ ଧୀରେ ଧୀରେ ଅପରିହାର୍ଯ୍ୟ ଅଂଶ ହୋଇଗଲାଣି। ଆମେ ପ୍ରାୟ ସମସ୍ତେ ମୋବାଇଲ୍‌ରେ କିମ୍ବା ଲ୍ୟାପ୍ଟପ୍ରେ ୟୁ-ଟ୍ୟୁବ୍‌ ଭିଡିଓ ଦେଖିଥାଉ। ଏଥିରୁ ଅନେକ କଥା ଶିଖିବାର ସୁଯୋଗ ମିଳିଥାଏ। ଅନ୍ୟଭାଷାରେ କହିଲେ ଏହା ଏବେ ହୋଇଯାଇଛି ଆମ ପାଇଁ ଡିଜିଟାଲ୍ ଟିଚର। ତେବେ ୟୁ-ଟ୍ୟୁବ୍‌ରେ ଭିଡିଓ ଦେଖିଲା ବେଳେ ଅନେକ ସମୟରେ କିଛି ନିର୍ଦ୍ଦିଷ୍ଟ କଟକଣା ରହିଥାଏ। ଯାହାଦ୍ୱାରା କିଛି ଭିଡିଓ ଦେଖିବାରେ ଓ ଏହାକୁ ଡାଉନ୍ ଲୋଡ୍ କରିବାରେ ଅସୁବିଧା ହୋଇଥାଏ। ଏ ସବୁ ସମସ୍ୟାରୁ କେମିତି ମୁକ୍ତି ପାଇବେ ପଢନ୍ତୁ ୫ଟି ଟିପ୍ସ।

ଅଡିଓ ଡାଉନ୍‌ଲୋଡ: ଆପଣ ୟୁ-ଟ୍ୟୁବ୍‌ରୁ ଭିଡିଓ ଦେଖିବା ବେଳେ ସେଥିରୁ ଅଡିଓ ଡାଉନ୍‌ଲୋଡ କରିପାରିବେ। ସେଥିପାଇଁ ଆପଣଙ୍କୁ URLରେ listentoyoutube ଲେଖି ଅପସନ୍ ସାହଯ୍ୟରେ  ଦେଖୁଥିବା ଭିଡିଓକୁ ଡାଉନ୍‌ଲୋଡ କରିପାରିବେ।

ଭିଡିଓ ଡାଉନ୍‌ଲୋଡ: ଏଥିପାଇଁ ଆପଣଙ୍କୁ କୌଣସି ଆପ୍‌ ଡାଉନ୍‌ଲୋଡ କରିବାକୁ ପଡିବ ନାହିଁ। ୟୁ-ଟ୍ୟୁବ୍‌ର URL ସର୍ଚ୍ଚିଂ ସ୍ଥାନରେ ssyoutube ଲେଖି ଆପଣ କ୍ୱାଲିଟି ଅନୁସାରେ ଭିଡିଓ ଡାଉନଲୋଡ୍ କରିପାରିବେ।

ବିଜ୍ଞାପନ ସମସ୍ୟା: ୟୁ-ଟ୍ୟୁବ୍‌ରେ ଭିଡିଓ ଦେଖୁଥିବା ବେଳେ ବିଜ୍ଞାପନ ବନ୍ଦ କରିବାକୁ ସର୍ଚ୍ଚିଂ କରିବା ସ୍ଥାନରେ youtubeskip ଟାଇପ୍ କଲେ ବିଜ୍ଞାପନ ବନ୍ଦ କରିବା ପାଇଁ ଆପଣଙ୍କୁ ଅପସନ୍ ମିଳିଯିବ।

ଭିଡିଓକୁ GIFରେ ପରିବର୍ତ୍ତନ: ୟୁ-ଟ୍ୟୁବ୍‌ରେ ଆପଣ ଦେଖୁଥିବା ଭିଡିଓକୁ GIF ଫର୍ମାଟକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସର୍ଚ୍ଚିଂ ସ୍ଥାନରେ gifyoutube ଲେଖି ଆପଣ ଏହା ସହଜରେ କରିପାରିବେ।

ଲୁପ୍ ବା ନିରନ୍ତର ଭିଡିଓ ଦେଖିବା: ଏଥିପାଇଁ ଆପଣ ୟୁ-ଟ୍ୟୁବ୍‌ URL ସ୍ଥାନରେ  listenonrepeat ଲେଖିଲେ ଭିଡିଓଟି ଲୁପ୍ ବା ନିରନ୍ତର ଭାବେ ଚାଲିବ। ଅର୍ଥାତ ଆପଣ ଦେଖୁଥିବା ଭିଡିଓଟି ବିନା ଅଟକିବାରେ ବାରମ୍ବାର ଚାଲିବ।

Related story