ବାପା ଦେଲେନି ବାଇକ୍‌, ଶୁଭମ ପ୍ରସ୍ତୁତ କଲେ ପେଟ୍ରୋଲ ସାଇକେଲ

ବାସୁଦେବପୁର (କୀରିଟି ଦାସ): ଗୋଟଏ ଲିଟର ପେଟ୍ରୋଲରେ ୭୦ କିଲୋମିଟର ଯାତ୍ରା। ତାହା ପୁଣି ସାଇକେଲରେ। ବିଶ୍ୱାସ ନ ହେଲେ ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କମାରଗାଁ ଗାଁର ନରହରି ଓ ଗୀତାଞ୍ଜଳି ଅଗସ୍ତିଙ୍କ ପୁଅ ଶୁଭମ ସୌଭାଗ୍ୟ ଅଗସ୍ତି। ଶୁଭମ ତିଆରି କରିଛନ୍ତି ପେଟ୍ରୋଲ ସାଇକେଲ। କମ୍‌ ବୟସରୁ ବାଇକ୍‌ ଚଳାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ବାପମା’ଙ୍କ କଟକଣା ତାଙ୍କୁ କିଛି ନୂଆ କରିବାର ପ୍ରେରଣା ଯୋଗାଇଲା। […]

bhDdrak9

bhDdrak9

Tapaswini Nayak
  • Published: Thursday, 09 January 2020
  • Updated: 09 January 2020, 02:34 PM IST

Sports

Latest News

ବାସୁଦେବପୁର (କୀରିଟି ଦାସ): ଗୋଟଏ ଲିଟର ପେଟ୍ରୋଲରେ ୭୦ କିଲୋମିଟର ଯାତ୍ରା। ତାହା ପୁଣି ସାଇକେଲରେ। ବିଶ୍ୱାସ ନ ହେଲେ ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କମାରଗାଁ ଗାଁର ନରହରି ଓ ଗୀତାଞ୍ଜଳି ଅଗସ୍ତିଙ୍କ ପୁଅ ଶୁଭମ ସୌଭାଗ୍ୟ ଅଗସ୍ତି। ଶୁଭମ ତିଆରି କରିଛନ୍ତି ପେଟ୍ରୋଲ ସାଇକେଲ। କମ୍‌ ବୟସରୁ ବାଇକ୍‌ ଚଳାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ବାପମା’ଙ୍କ କଟକଣା ତାଙ୍କୁ କିଛି ନୂଆ କରିବାର ପ୍ରେରଣା ଯୋଗାଇଲା। ଫଳରେ ସେ ନିଜ ପ୍ରଚେଷ୍ଟାରେ ପ୍ରସ୍ତୁତ କରିଛନ୍ତି ପେଟ୍ରୋଲ ସାଇକେଲ।

ଏହି ସାଇକେଲ ଚଳାଇଲେ ପେଡାଲ୍‌ ମାରିମାରି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡ଼ିବ ନାହିଁ।  ସାଇକେଲର ପାଞ୍ଚ ଦଶଟି ପେଡାଲ୍‌ ମାରି ବାଇକ୍‌ ପରି କ୍ଲଜ୍‌ ଛାଡ଼ିଦେଲେ ଇଞ୍ଜିନ ଷ୍ଟାର୍ଟ ହୋଇଯିବ। ଆଉ ଆକ୍ସିଲେଟରକୁ ଦାବିଲେ ସାଇକେଲଟି ଆଗକୁ ଗଡ଼ି ଚାଲିବ।  ମାତ୍ର ୧୨ ବର୍ଷରେ ଏପରି ସାଇକେଲ ତିଆରି କରି ପାରିଥିବା ଶୁଭମ  ବାଲେଶ୍ୱର ଜିଲ୍ଲା ମଇତାପୁର ରୟାଲ ପବ୍ଲିକ ସ୍କୁଲ ପଞ୍ଚମ ଶ୍ରେଣୀର ଛାତ୍ର।

ଶୁଭମଙ୍କର ଛୋଟବେଳୁ ବାଇକ୍‌ ଚଳାଇବା ପାଇଁ ବହୁତ ଇଚ୍ଛାଥିଲା। ସେଥିପାଇଁ ବାପାଙ୍କ ବାଇକ୍‌କୁ ଚଲାଇ କେତେଥର ଲହୁଲୁହାଣ ହୋଇଛନ୍ତି। କମ୍‌ ବୟସର ପିଲାମାନେ ବାଇକ୍‌ ନ ଚଲାଇବା ପାଇଁ ସରକାରଙ୍କ କଟକଣା ହେତୁ ବାପାମା’ ତାଙ୍କୁ ବାଇକ୍‌ ଚଲାଇବାକୁ ବାରଣ କରନ୍ତି। ଏଭଳି ସ୍ଥିତିରେ ସାଇକେଲରେ କିପରି ବାଇକ୍‌ ସୁବିଧା ପାଇବେ, ତାହା ଶୁଭମଙ୍କୁ ଘାରିଥିଲା।

ସେଥିନିମନ୍ତେ ସେ ଇଲେଟ୍ରିକାଲ ଇଞ୍ଜିନିୟରିଂ ପଢ଼ୁଥିବା ନିଜ ବଡଭାଇଙ୍କ ପରାମର୍ଶ ନେଇଥିଲେ। ପେଟ୍ରୋଲ ସାଇକେଲ ତିଆରି କରିବା ପାଇଁ ଭାଇଙ୍କ  କହିବାନୁଯାୟୀ,  ୮୦ସିସି ଇଞ୍ଜିନ, ସାଇଲେନ୍ସର, ଛୋଟ ତେଲ ଟାଙ୍କି, କ୍ଲଜ୍‌, ଆକ୍ସିଲେଟର ସମେତ ବିଭିନ୍ନ ଉପକରଣ ଅନ୍‌ଲାଇନ୍‌ରେ ମଗାଇଥିଲେ। ଏହି ସମସ୍ତ ଯନ୍ତ୍ରାଂଶକୁ ଲଗାଇ ପେଟ୍ରୋଲ ଚାଳିତ ସାଇକେଲ ତିଆରି କରିଥିଲେ ଶୁଭମ। ଏଥିପାଇଁ ତାଙ୍କୁ ଦୁଇମାସ ସମୟ ଲାଗିଥିଲା।

ଏହି ସାଇକେଲ  ତିଆରି କରିବା ପାଇଁ ଶୁଭମଙ୍କୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ରାସ୍ତାରେ ପେଟ୍ରୋଲ ସରିଗଲେ ସାଧାରଣ ସାଇକେଲ ପରି ଏଥିରେ ପେଡାଲ ମାରି ଯିବାର ବ୍ୟବସ୍ଥା ମଧ୍ୟ ରହିଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ସହିତ ଯୁବପୀଢୀ ମଧ୍ୟ ଏହି ସାଇକେଲର ଆବଶ୍ୟକତା  ଅନୁଭବ କରିବେ ବୋଲି ଶୁଭମ ସୌଭାଗ୍ୟ ଅଗସ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି,‘‘ମୋର ବାଇକ୍ ଚଲାଇବାକୁ ଇଚ୍ଛା ଥିଲା। ହେଲେ  ବୟସ ହୋଇ ନ ଥିବାରୁ ବାପା ମୋତେ ମନା କରିଥିଲେ। ତା’ପରେ ମୁଁ ରାଗିକି ମୋ ନନାଙ୍କ ପରାମର୍ଶରେ ପେଟ୍ରୋଲ ସାଇକେଲ ତିଆରି କରିବାକୁ ଚିନ୍ତା କରି କାମ ଆରମ୍ଭ କରିଦେଇଥିଲି।”

୮୦ ସିସିରୁ ଅଧିକ ଇଞ୍ଜିନ ଥିବା ଗାଡ଼ିକୁ ଛୋଟପିଲା ନ ଚଲାଇବା ପାଇଁ ସରକାର ନିୟମ କରିଥିଲେ। ମାତ୍ର ଏଥିରେ ୮୦ ସିସି ଇଞ୍ଜିନ ଲାଗିଥିବାରୁ ଏହାକୁ ଛୋଟ ପିଲା ଚଲାଇ ପାରିବେ। ଏଥିରେ ମୋବିଲ ବ୍ୟବହାର କରାଯାଉ ନ ଥିବାରୁ ପ୍ରଦୂଷଣର ମାତ୍ରା କମ୍ ରହିଛି। । ପେଟ୍ରୋଲ ପକାଇଲେ ଏହା ଚାଲେ। ଏଥିରେ ସକପଚର ରହିଛି। ପିଲାମାନେ ଏହାକୁ ସ୍କୁଲ  ମଧ୍ୟ ନେଇ ଯାଇପାରିବେ ବୋଲି କହିଛନ୍ତି ଶୁଭମ।

ଶୁଭମଙ୍କ ବଡ ଭାଇ ଜଗବନ୍ଧୁ ଅଗସ୍ତି କହିଛନ୍ତି,“ ସେ ମୋତେ ପେଟ୍ରୋଲ ସାଇକେଲ ତିଆରି କରିବାକୁ କହିଥିଲା। ଏଥିପାଇଁ ମୁଁ ତାକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲି। ଏହି ସାଇକେଲଟି ୪୫ କି.ମି. ବେଗରେ ଗତି କରିବ। ଯଦି ଆମେ ଏହାକୁ ୪୫ କି.ମି. ବେଗରେ ନେବା, ତାହାହେଲେ ଅଳ୍ପ ମାଇଲେଜ୍ ଦେଖାଇବ । ଯଦି ଏହା ୨୦ରୁ ୨୫ କି.ମି ବେଗରେ ଗତିରେ କରିବ, ୧ ଲିଟର ପେଟ୍ରୋଲରେ ୬୦ରୁ ୭୦କିଲୋମିଟର  ଯାଇହେବ।”

ନିଜ ପୁଅ ଚେଷ୍ଟାରେ ଖୁସି ଥିବା ଶୁଭମଙ୍କ ବାପା ନରହରି ଅଗସ୍ତି କହିଛନ୍ତି,  “ମୋ ପୁଅ ଆପ୍ରାଣ ଉଦ୍ୟମ କରି ଏଭଳି ଏକ ଭିନ୍ନ ସାଇକେଲ ତିଆରି କରିଛି। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ସେ ଆଗକୁ ଯାଇପାରିବ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story