Advertisment

୮ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ୨୦୬ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ୮ ଶ୍ରେଣୀ। ୨୦୦ରୁ ଅଧିକ ଛାତ୍ରଛାତ୍ରୀ। ହେଲେ ସେମାନଙ୍କୁ ପାଠପଢ଼ାଇବା ନିମନ୍ତେ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଏହି ଶିକ୍ଷକ ଗୋଟିଏ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇଲେ ଅନ୍ୟ ସାତଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଖାଲିଟାରେ ବସୁଛନ୍ତି। ଶିକ୍ଷା ବିଭାଗର ଏଭଳି ଅବ୍ୟବସ୍ଥାର ନଗ୍ନ ଚିତ୍ର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ସରକାରୀ ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି। ଏହି ଆଦିବାସୀ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଇଛନ୍ତି ଖୋଦ […]

author-image
Niranjan Mishra
ଅଦ୍ୟତନ ହୋଇଛି
୮ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ୨୦୬ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

teacher

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ୮ ଶ୍ରେଣୀ। ୨୦୦ରୁ ଅଧିକ ଛାତ୍ରଛାତ୍ରୀ। ହେଲେ ସେମାନଙ୍କୁ ପାଠପଢ଼ାଇବା ନିମନ୍ତେ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଏହି ଶିକ୍ଷକ ଗୋଟିଏ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇଲେ ଅନ୍ୟ ସାତଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଖାଲିଟାରେ ବସୁଛନ୍ତି। ଶିକ୍ଷା ବିଭାଗର ଏଭଳି ଅବ୍ୟବସ୍ଥାର ନଗ୍ନ ଚିତ୍ର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ସରକାରୀ ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି। ଏହି ଆଦିବାସୀ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଇଛନ୍ତି ଖୋଦ ସରକାର।

Advertisment

ସବୁଦିନ ଛାତ୍ରଛାତ୍ରୀ ସ୍କୁଲରେ ପହଂଚି ପ୍ରାର୍ଥନା ବୋଲୁଛନ୍ତି। ପ୍ରାର୍ଥନା ସରିବା ପରେ ଛାତ୍ରଛାତ୍ରୀ ନିଜ ଶ୍ରେଣୀରେ ଯାଇ ବସୁଛନ୍ତି। ସାର୍‌ଙ୍କୁ ଅପେକ୍ଷା କରୁଛନ୍ତି। ହେଲେ ଭାଗ୍ୟରେ ଥିଲେ ଏକମାତ୍ର ଶିକ୍ଷୟିତ୍ରୀ ପାଠପଢ଼ାଇବାକୁ ଆସୁଛନ୍ତି। ନଚେତ୍ ସ୍କୁଲରେ ବସିବସି ଆସିବାରେ ସବୁ ସମୟ ନଷ୍ଟ ହେଉଛି।

ଏମିତି କି କିଛି ଛାତ୍ରୀ ନିଜେ ହିଁ ଶିକ୍ଷକ ସାଜି ପିଲାଙ୍କୁ ପାଠ ପଢାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ସେବାଶ୍ରମର ପିଲାଙ୍କ ପାଠପଢା ଅନ୍ଧାରକୁ ଠେଲି ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନଥିବା ଯୋଗୁଁ ପାଠପଢା ଠିକ୍ ସେ ହେଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Advertisment

ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି, ସରକାର ଆବଶ୍ୟକ ଶିକ୍ଷକ ତୁରନ୍ତ ନିଯୁକ୍ତ କରନ୍ତୁ। ଫଳରେ ସେମାନଙ୍କ ପାଠପଢ଼ା ଠିକ୍ ଭାବେ ହୋଇପାରିବ।

ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାରଳା ମାଝୀ କହିଛନ୍ତି, ଏଠାରେ ସମୁଦାୟ ୨ଶହ ୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ୧୫୦ ଜଣ ହଷ୍ଟେଲରେ ରହୁଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏତେ ସଂଖ୍ୟାକ ପିଲାଙ୍କୁ ଜଣେ ପାଠ ପଢାଇବା ଏବଂ ହଷ୍ଟେଲକୁ ପରିଚାଳନା କରିବାରେ ବହୁତ ଅସୁବିଧା ହେଉଛି। ଅସୁବିଧା ଦିନମାନଙ୍କରେ ଦିନଟିଏ ଛୁଟିରେ ରହିଗଲେ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍। ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢାଇଲେ ଅନ୍ୟ ଶ୍ରେଣୀର ପିଲା ଖାଲିରେ ବସୁଛନ୍ତି।K

[caption id="attachment_748544" align="aligncenter" width="650"]publive-image ଶିକ୍ଷକ ନ ଥିବାରୁ ଦୁଇଛାତ୍ରୀ ଅନ୍ୟ ପିଲାମାନଙ୍କୁ ପଢ଼ାଉଛନ୍ତି[/caption]

ସ୍ଥାନୀୟ ସରପଂଚ ନଞ୍ଜୟ ପ୍ରଧାନ କହିଛନ୍ତି, ଜନଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ପିଲାଙ୍କ ପାଠପଢ଼ା ବ୍ୟାଘତ ହୋଇଥିବା କଥା ଜଣାଇଥିଲେ। ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବାକୁ କହିଥିଲେ। ହେଲେ ସେ ଏହାକୁ ଦୃଷ୍ଟି ଦେଲେନାହିଁ। ତେଣୁ ଏହି ଆଦିବାସୀ ଅଞ୍ଚଳରେ ସାକ୍ଷରତା ଅଭିଯାନ ଫେଲ ମାରିଛି। ସରକାରଙ୍କ ଅବହେଳା ଯୋଗୁ ଆଦିବାସୀ ପିଲାମାନେ ଶିକ୍ଷାଧିକାରରୁ ବଞ୍ଚିତ ହେଉଛନ୍ତି ଓ ଶୀର୍ଷ ସ୍ଥାନରେ ପହଞ୍ଚି ପାରୁନାହାନ୍ତି।