ଅମୃତସର: ପଞ୍ଜାବର ମୋହମପୁରା ଗାଁରେ ରହନ୍ତି ସୂରଜ କୁମାର। ଏବେ ସେ ଭାରି ଚିନ୍ତାରେ ଅଛନ୍ତି। ତାଙ୍କ ଚିନ୍ତାର କାରଣ ତାଙ୍କର ୮ ମାସର ଶିଶୁ। ତା’ ନାଁ ଚାହତ। ଚାହତର ବୟସ ସିନା ୮ ମାସ, କିନ୍ତୁ ଓଜନ ୨୦ କେଜି। ପୁଣି ଛୁଆଟିକୁ ବହୁତ ଭୋକ ହେଉଛି। ଗୋଟିଏ ଆଠ ମାସର ଶିଶୁକୁ ଯେତିକି ଭୋକ ହେବା କଥା ତା’ର ଚାରିଗୁଣା ଭୋକ ଚାହତକୁ ହେଉଛି। ତେଣୁ ତା’ର ଖାଇବାକୁ ନେଇ ବି ପରିବାର ଲୋକେ ଚିନ୍ତାରେ ଅଛନ୍ତି। ଖାଇବାକୁ ନମିଳିଲେ ସେ କାନ୍ଦି କାନ୍ଦି ଗଡ଼ି ଯାଉଛି ଓ ଚିତ୍କାର କରୁଛି।
ଚାହତର ଚର୍ମ ମଧ୍ୟ ଟାଣ ହୋଇଗଲାଣି। ଏତେ ଟାଣ ଯେ ତା’ଠାରୁ ରକ୍ତ ନମୂନା ନେବା ମଧ୍ୟ କଷ୍ଟକର ହୋଇପଡୁଛି। ପରୀକ୍ଷାନିରୀକ୍ଷା ପରେ ମଧ୍ୟ ସ୍ଥାନୀୟ ଡାକ୍ତରମାନେ ଚାହତ ଠାରେ ଦେଖାଯାଇଥିବା ଏହି ସବୁ ବିଶୃଙ୍ଖଳାର କାରଣ ଜାଣିପାରୁ ନାହାନ୍ତି। ଅନ୍ୟପକ୍ଷରେ ବଡ଼ ଡାକ୍ତରଖାନାରେ ନେଇ ତାକୁ ଦେଖାଇବାକୁ ପରିବାର ଲୋକଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ସେମାନେ ବଡ଼ ଚିନ୍ତାରେ ଅଛନ୍ତି।
ଜନ୍ମ ସମୟରେ ଚାହତର ଓଜନ ସାମାନ୍ୟ ଥିଲା। କିନ୍ତୁ କିଛି ସମୟ ପରେ ତାର ଓଜନ ହଠାତ ବଢ଼ି ଚାଲିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।