ଭଦ୍ରକ(ପାର୍ଥ ସାରଥୀ ନାୟକ): “କ୍ୟାନସର ରୋଗୀ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ବହୁତ କଷ୍ଟ ପାଉଛନ୍ତି। ଚୁଟି ନ ଥିବାରୁ ବାହାରକୁ ଆସିଲେ ଲଜ୍ଜା ଅନୁଭବ କରୁଛନ୍ତି। ତାଙ୍କୁ ଜୀବନ ଦେବା ତ ସମ୍ଭବ ନୁହେଁ । ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ମୁଁ ମୋ ଚୁଟି ତାଙ୍କୁ ଦାନ କରୁଛି। ” ଏପରି କହି ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟିଛନ୍ତି ୮ ବର୍ଷୀୟା ମାମାଲି ପଣ୍ଡା।
ମାମାଲି ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବୟାବନପୁର ଗ୍ରାମରେ । ଚୁଲୁବୁଲି ମାମଲି ମୁହଁରେ ସବୁବେଳେ ହସ । ନା ସେ ସମାଜକୁ ଚିହ୍ନିଛି ନା ସମାଜ କ’ଣ ଜାଣିଛି । ସମାଜକୁ ନ ବୁଝିବି ସେ ସମାଜ ପାଇଁ ପାଲିଟିଛି ଉଦାହରଣ । ଏଇ ବୟସରେ ବି ତା’ର ରହିଛି ଭିନ୍ନ ଭିନ୍ନ ନାମ । କିଏ କୁନି ସମାଜ ସେବିକା କୁହେ ତ କିଏ ପକ୍ଷୀରାଣୀ ବୋଲି ଡାକେ। ଏବେ ଆଉ ଏକ ପାଦ ଆଗେଇ ସେ କ୍ୟାନସର ପୀଡ଼ିତଙ୍କ ପାଇଁ ଦାନ କରିଛି ନିଜ କେଶ।
[caption id="attachment_711539" align="aligncenter" width="650"] କେଶ ଦାନ ପରେ ମାମାଲି ପାଇଥିବା ସାର୍ଟିଫିକେଟ ।[/caption]
କେତେବେଳେ ଆଦିବାସୀଙ୍କ ପାଇଁ ଦେବଦୂତ ସାଜିଛି ତ ଆଉ କେତେବେଳେ କରୋନା ମହାମାରୀ ସମୟରେ ବିପଦର ଦୂତ ସାଜି ଲୋକଙ୍କୁ ବାଣ୍ଟିଛି ସଚେତନତାର ବାର୍ତ୍ତା । କେବଳ ସେତିକିରେ ସୀମିତ ହୋଇନି ଏଇ କୁନି ଦୂତର ସମାଜ ସେବା। ଏଇ ତୃତୀୟ ଶ୍ରେଣୀର ଛାତ୍ରୀ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର କେଶ ଦାନ କରି ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି।
ବାପାଙ୍କ ସହ ୟୁ ଟ୍ୟୁବରୁ ଦେଖି ସେ କ୍ୟାନସର ପୀଡିତଙ୍କ କେଶ ହରାଇବାର ଦୁଃଖକୁ ବେଶ୍ ଭଲ ଭାବେ ହୃଦୟଙ୍ଗମ କରିପାରିଛି। ଯାହାକି ତା’ କୋମଳ ହୃଦୟକୁ ଖୁବ୍ ବାଧିଛି। କ୍ୟାନ୍ସର ରୋଗୀଙ୍କଠାରେ କେଶ ପୁନଃରୋପଣ କରାଯାଇ ପାରିବ ବୋଲି ୟୁଟୁବରୁ ଦେଖି ମାମାଲି ନିଜ ବାପା ମା’ଙ୍କୁ ନିଜର କେଶ ଦେବାକୁ ବାଧ୍ୟ କରିଥିଲା। ମାମାଲିଙ୍କ ପରିବାର ପକ୍ଷରୁ ହାଇଦ୍ରାବାଦ ହେଆର ଡୋନେଟ ଚ୍ୟାରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ ପରେ ତା’ କେଶ ଦାନ କରାଯାଇଛି। ପରିବାରର ଆର୍ଥିକ ଅବସ୍ଥା ବେଶି ସ୍ୱଚ୍ଛଳ ନ ଥିବା ସତ୍ତ୍ୱେ ଝିଅର ଏପରି ପଦକ୍ଷେପରେ ତାକୁ ସହଯୋଗ କରିବା ସହ ବେଶ ଗର୍ବ ଅନୁଭବ କରୁଛନ୍ତି ତାଙ୍କ ପିତାମାତା।
[caption id="attachment_711540" align="aligncenter" width="650"] ପକ୍ଷୀଙ୍କ ପାଇଁ ଖାଦ୍ୟ ରଖୁଛନ୍ତି ମାମାଲି।[/caption]
ଏନେଇ ମାମାଲି କହିଛନ୍ତି, କ୍ୟାନସର ରୋଗୀ ବହୁତ କଷ୍ଟ ପାଉଛନ୍ତି। ଚୁଟି ନ ଥିବାରୁ ବାହାରକୁ ଆସିଲେ ଲଜ୍ଜା ଅନୁଭବ କରୁଛନ୍ତି। ସେମାନେ ବହୁତ କଷ୍ଟ ପାଉଥିବା ଦେଖି ମୋତେ ବି ଖୁବ୍ ବାଧିଲା। ତାଙ୍କୁ ଜୀବନ ଦେବା ତ ସମ୍ଭବ ନୁହେଁ । ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ମୁଁ ମୋ ଚୁଟି ତାଙ୍କୁ ଦାନ କଲି।
ଏନେଇ ମାମାଲିଙ୍କ ମା’ କହିଛି, କ୍ୟାନସର ରୋଗୀଙ୍କ କଷ୍ଟ ଦେଖି କହିଲା, ଆମେ ତ ତାଙ୍କୁ କିଛି ସାହାଯ୍ୟ କରିପାରିବାନି। ତେଣୁ ଚୁଟି ଦେଇ ତାଙ୍କ ମୁହଁରେ ଟିକେ ହସ ଫୁଟାଇବା । ତେଣୁ ଆମେ ତା’ କେଶ ଦାନ କରିବା ବ୍ୟବସ୍ଥା କଲୁ।
[caption id="attachment_711541" align="aligncenter" width="650"] ସମାଜ ସେବାରେ ବ୍ୟସ୍ତ ମାମାଲି।[/caption]
ମାମାଲିଙ୍କ ବାପା ବି ଝିଅର ଏପରି କାମରେ ଖୁସି ତଥା ଗର୍ବିତ ଅନୁଭବ କରି କହିଛନ୍ତି, ହଠାତ୍ ଦିନେ ଝିଅ କହିଲା ବାପା ମୁଁ କ୍ୟାନସର ରୋଗୀଙ୍କୁ ଚୁଟି ଦାନ କରିବି। ମୋତେ ବି ଖୁସି ଲାଗିଲା। ଏହାପରେ ହାଇଦ୍ରାବାଦର ଏକ ଅନୁଷ୍ଠାନ ସହ ଯୋଗାଯୋଗ କରି ତା’ ଚୁଟି ଦାନ କରିଛୁ। ସେ ଯେତେବେଳେ ସମାଜ ପାଇଁ ଯାହା କରିବାକୁ ଚାହୁଁଛି ମୁଁ ତାକୁ ସାହାଯ୍ୟ କରିଛି।
[caption id="attachment_711542" align="aligncenter" width="650"] ବସ୍ତିରେ ପିଲାଙ୍କୁ ମାସ୍କ ବାଣ୍ଟୁଛନ୍ତି ମାମାଲି।[/caption]
ଏହାପୂର୍ବରୁ ମଧ୍ୟ କୁନି ବୟସରେ ମାମାଲି ବହୁତ ସମାଜ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଭିନ୍ନ ଗଛ ଡାଳରେ ପକ୍ଷୀମାନଙ୍କ ପାଇଁ ସେ ବସା ତିଆରି କରିଛନ୍ତି। ସକାଳୁ ଉଠି ହାତରେ କିଛି ଖାଦ୍ୟ ଓ ପାଣି ବଟଲ ଧରି ସେମାନଙ୍କୁ ଖାଇବାକୁ ଦେବାକୁ ବାହାରିଯାନ୍ତି। ଖାଲି ସେତିକି ନୁହେଁ, କରୋନା ମହାମାରୀ ସମୟରେ ବିଭିନ୍ନ ଆଦିବାସୀ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରନ୍ତି। ଏହାବାଦ ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ରାସ୍ତାରେ ବୁଲୁଥିବା ପଶୁ, ପକ୍ଷୀଙ୍କୁ ଖାଦ୍ୟ ଦେଇ ମଧ୍ୟ ବେଶ ପ୍ରଶଂସନୀୟ ହୋଇ ସାରିଛନ୍ତି ମାମାଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।