ସ୍ୱପ୍ନ ପୂରଣ ହେଲା, ଦେବେ ମ୍ୟାଟ୍ରିକ୍‌ ପରୀକ୍ଷା

ବାରିପଦା (ମାଣିକ ଲାଲ ପାଣି): ଆସନ୍ତାକାଲିଠୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ପରୀକ୍ଷା। ଆଉ ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ୯ ଜଣ ପରୀକ୍ଷାର୍ଥୀ ବିଶେଷ ଭାବେ ଖୁସି ଅଛନ୍ତି। କାରଣ ଏମିତି ଦିନ ଆସିଥିଲେ ଯେତେବେଳେ ସେମାନେ ପଢ଼ା ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଥିଲେ। ଆଉ ପାଠ ପଢ଼ିପାରିବେ ବୋଲି ଆଶା କରି ନଥିଲେ। ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନେ ପୁଣି ପାଠ ପଢ଼ିଥିଲେ ଓ ଚଳିତ ବର୍ଷ […]

labour00000000000

labour00000000000

Tapaswini Nayak
  • Published: Tuesday, 18 February 2020
  • Updated: 18 February 2020, 02:29 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ଆସନ୍ତାକାଲିଠୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ପରୀକ୍ଷା। ଆଉ ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ୯ ଜଣ ପରୀକ୍ଷାର୍ଥୀ ବିଶେଷ ଭାବେ ଖୁସି ଅଛନ୍ତି। କାରଣ ଏମିତି ଦିନ ଆସିଥିଲେ ଯେତେବେଳେ ସେମାନେ ପଢ଼ା ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଥିଲେ। ଆଉ ପାଠ ପଢ଼ିପାରିବେ ବୋଲି ଆଶା କରି ନଥିଲେ। ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନେ ପୁଣି ପାଠ ପଢ଼ିଥିଲେ ଓ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ବି ହୋଇସାରିଛନ୍ତି।

୨୦୧୩ ମସିହାରେ ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିଲା। ତା’ପରେ ବାରିପଦାର ବିଶୋଇ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଯାଇଥିଲା। ସେମାନେ ସମସ୍ତେ ପରୀକ୍ଷାରେ ଭଲ କରିବେ ବୋଲି ଆଶା ରଖିଥିବା ବେଳେ ଆଗକୁ ଆହୁରି ପଢ଼ିବେ ବୋଲି ପଣ କରିଛନ୍ତି। ତା’ସହିତ କିଏ ଚାକିରି କରିବାକୁ ତ ଆଉ କିଏ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଶିଶୁ ଶ୍ରମିକରୁ ପରୀକ୍ଷାର୍ଥୀ ସାଜିଥିବା ଅଜୟ ପାତ୍ର କହିଛନ୍ତି, “ମୋ ମା’ ମରିଗଲା ପରେ କକାଙ୍କ ଘରେ ରହୁଥିଲି। ବଳଦ ବ୍ୟବସାୟରେ ମୁଁ କକାଙ୍କୁ ସାହାଯ୍ୟ କରୁଥିଲି। ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ମୁଁ ପଢ଼ିପାରୁ ନଥିଲି। ମୁଁ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଅଧିକ ପରିଶ୍ରମ କରିଛି। ପାଠ ପଢ଼ି ଭଲ ମଣିଷ ହେବା ପାଇଁ ମୁଁ ଇଚ୍ଛା ରଖିଛି।”

ସେହିପରି ଦୁର୍ଗା ମାରାଣ୍ଡି କହିଛନ୍ତି, “ମୁଁ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଥିଲି। ମା’ ମରିଗଲା ପରେ ମୁଁ ପାଠ ପଢ଼ା ଛାଡି ଦେଇଥିଲି। ପରେ ବାରିପଦାରେ ଥିବା ଏକ କମ୍ପାନୀରେ ରହି କାମ କରୁଥିଲି। ମୁଁ ପାଠ ପଢ଼ି ଶିକ୍ଷକ ହେବାକୁ ଇଚ୍ଛା ରଖିଛି।”

ଜିତେନ୍ଦ୍ର ନାୟକ କହିଛନ୍ତି, “ମୁଁ ପାଠ ପଢ଼ୁଥିବା ବେଳେ ମୋ ବାପା ମରିଗଲେ। ଏହାପରେ ମୋ ମା’ ପାଠ ପଢ଼ିବାକୁ ମନା କଲେ। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କାମ କରୁଥିଲି। ଏବେ ମୁଁ ପାଠ ପଢ଼ି ଚାକିରି କରିବାକୁ ଇଚ୍ଛା ରଖିଛି।” ସେହିପରି କାର୍ତ୍ତିକ ମାହାକୁଡ ପାଠ ପଢ଼ି ଜଣେ ବ୍ୟବସାୟୀ ହେବାକୁ ଇଚ୍ଛା ରଖିଛନ୍ତି।

ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାରୁ ଉଦ୍ଧାର ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ପାଠ ପଢ଼ୁଛନ୍ତି। ସେମାନଙ୍କ ରହିବା ପାଇଁ ସ୍କୁଲ କ୍ୟାମ୍ପସ ଭିତରେ ସ୍ୱତନ୍ତ୍ର ହଷ୍ଟେଲ ରହିଛି। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ବ୍ୟବସ୍ଥା ରହିଛି।

ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ସପନ ପୃଷ୍ଟି କହିଛନ୍ତି, “ଛଅ ବର୍ଷ ହେଲା ଏହି ପ୍ରୟାସ ଆରମ୍ଭ କରିଛୁ। ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ସ୍ୱତନ୍ତ୍ର ହଷ୍ଟେଲରେ ରଖି ପାଠ ପଢ଼ାଉଛୁ। ଏଥର ୯ ଜଣ ପିଲା ମ୍ୟାଟ୍ରିକ୍‌ ପରୀକ୍ଷା ଦେବେ।”

ସେ ଆହୁରି କହିଛନ୍ତି, “ଏହି ପିଲାମାନେ ମ୍ୟାଟ୍ରିକ୍‌ ପାସ କରିବା ପରେ ଭୋକେସ୍‌ନାଲ୍‌ ଟ୍ରେନିଂ ଦିଆଯିବ। ଗତବର୍ଷ ମଧ୍ୟ ୧୮ ଜଣ ପିଲା ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପାସ୍‌ କରିବା ପରେ ସେମାନେ ଗୋପାଳପୁରରେ ଥିବା ଟାଟାର ଟେକ୍ନିକାଲ ଟ୍ରେନିଂ ଇନଷ୍ଟଚ୍ୟୁଟ୍ (ନେଟୁର)ରେ ପଢ଼ୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story