ଭାରତ ଏପରି ଏକ ଦେଶ ଯେଉଁଠି ଆଶ୍ଚର୍ଯ୍ୟଜନକ କାରାନାମା ଦେଖିବାକୁ ମିଳିଥାଏ। ସେହିପରି ଏକ କାରାନାମା କରି ଗଣମାଧ୍ୟମର ଶିରୋନାମାରେ ତାମିଲନାଡ଼ୁର ୯୮ ବର୍ଷିୟ ମହିଳା। ନାମ ଭି ନାନାମାଲ। ବୟସକୁ ମାତ୍ ଦେଇ ଦେଶର ବୟସ୍କ ଯୋଗ ଟ୍ରେନରର ଆଖ୍ୟା ପାଇଛନ୍ତି। ଯୋଗ ମାଧ୍ୟମରେ ସେ ଶରୀରକୁ ପ୍ରତ୍ୟେକ ଅଙ୍ଗକୁ ଏପରି ବୁଲାଉଛନ୍ତି ଯେ ସାଧାରଣ ଲୋକ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
୧୦ ବର୍ଷ ବୟସରୁ ଜେଜବାପାଙ୍କ ଠାରୁ ଯୋଗଶିକ୍ଷା ଆରମ୍ଭ କରିଥିବା ଏହି ମହିଳା ଜଣକ ପ୍ରତିଦିନ ୧୦୦ପିଲାଙ୍କୁ ଯୋଗ ଶିଖାଉଛନ୍ତି। ପ୍ରତିଦିନ ଯୋଗ କରିବା ହେତୁ କେବେ ସେ ହସ୍ପିଟାଲ ଯାଇନାହାନ୍ତି କି ତାଙ୍କୁ କୌଣସି ପ୍ରକାର ରୋଗ ମଧ୍ୟ ହୋଇନାହିଁ। ୧୪ ବର୍ଷ ବୟସରେ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ସେ ବିଜୟୀ ହୋଇଥିଲେ। କିଛିଦିନ ପୂର୍ବେ ଆଣ୍ଡାମାନ ଓ ନିକୋବରରେ ହୋଇଥିବା ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ସେ ବିଜେତା ଘୋଷିତ ହୋଇଛନ୍ତି। ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ଏହି ମହିଳା ଜଣଙ୍କ ଆମିଷକୁ ନିଜ ଠାରୁ ଦୂରେଇଛନ୍ତି। ୩ ଝିଅ ଏବଂ ୨ ପୁଅଙ୍କୁ ନେଇ ତାଙ୍କ ସଂସାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।