କୋଣାର୍କରେ ବୁଲୁଛନ୍ତି ଫରାସୀ ଗାନ୍ଧୀ!

କୋଣାର୍କ(ସଞ୍ଜୟ ପତି): କୋଣାର୍କ ବେଳାଭୂମିରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ନିହାତି ଭାବେ ଯେ କେହି ଭ୍ରମରେ ପଡ଼ିଯିବ। ସତେ କ’ଣ ଧରାପୃଷ୍ଠକୁ ଗାନ୍ଧି ପୁଣି ଥରେ ଫେରି ଆସିଲେ ବୋଲି ଭାବିବାକୁ ବାଧ୍ୟ ହେବ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହି ବ୍ୟକ୍ତିଜଣକ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା, ପରିପାଟି କେଉଁଥିରେ ବି ତଫାତ ବାରି ହେବନି। ହେଲେ ଫରକ ଏତିକି, ସେ ହେଉଛନ୍ତି ବିଦେଶୀ ଗାନ୍ଧି। […]

gandhi-1--1

gandhi-1--1

Niharika Rout
  • Published: Tuesday, 03 March 2020
  • Updated: 03 March 2020, 02:47 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି): କୋଣାର୍କ ବେଳାଭୂମିରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ନିହାତି ଭାବେ ଯେ କେହି ଭ୍ରମରେ ପଡ଼ିଯିବ। ସତେ କ’ଣ ଧରାପୃଷ୍ଠକୁ ଗାନ୍ଧି ପୁଣି ଥରେ ଫେରି ଆସିଲେ ବୋଲି ଭାବିବାକୁ ବାଧ୍ୟ ହେବ।

ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହି ବ୍ୟକ୍ତିଜଣକ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା, ପରିପାଟି କେଉଁଥିରେ ବି ତଫାତ ବାରି ହେବନି। ହେଲେ ଫରକ ଏତିକି, ସେ ହେଉଛନ୍ତି ବିଦେଶୀ ଗାନ୍ଧି। ଗାନ୍ଧୀଙ୍କ ଭଳି ଦିଶୁଥିବା ଏଇ ବିଦେଶୀ ମଣିଷ କିନ୍ତୁ ଗାନ୍ଧିଙ୍କ ଆଦର୍ଶ ଓ ଦର୍ଶନ ଦ୍ୱାରା ବେଶ୍‌ ପ୍ରଭାବିତ।

କେବଳ ପରିପାଟି ନୁହେଁ, କାମରେ ମଧ୍ୟ ସେ ଗାନ୍ଧିଙ୍କ ଆଦର୍ଶକୁ ଜୀବନର ବ୍ରତ ଭାବେ ପାଳନ କରି ଆସୁଛନ୍ତି।  ସେ ହେଉଛନ୍ତି  ଫ୍ରାନ୍ସର ଜିନଟ୍ ମର୍ଶିନିଆକ୍ । ବୟସ ୭୩  ଛୁଇଁଲାଣି। ପେସାରେ ଜଣେ ସଫେଇ ସୁପରଭାଇଜର ଥିବା ଜିନଟ୍ ବୟସର ଅପରାହ୍ନରେ ବି ବେଶ୍‌ ଚଳଚଞ୍ଚଳ ଅଛନ୍ତି।

ଅବିବାହିତ ଜିନଟ୍ ଯୁବାବସ୍ଥାରୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ରହିବା ସହ ମୋବାଇଲ୍ ଓ ଇଣ୍ଟରନେଟ୍‌ରୁ ଯଥା ସମ୍ଭବ ଦୂରରେ ରହିଛନ୍ତି। ତାଙ୍କ ଚେହେରାର ସାମଞ୍ଜସ୍ୟ ଗାନ୍ଧିଙ୍କ ପରି ଥିବା ଦେଖି ୨୦ ବର୍ଷ ତଳେ ତାଙ୍କୁ ନିଜ ଦେଶବାସୀ ମହାତ୍ମା ଗାନ୍ଧି ବୋଲି ଡାକିବାକୁ ଆରମ୍ଭ କଲେ। ତା‘ ପରେ ସେ ନିଜକୁ ଗାନ୍ଧିଙ୍କ ବେଶଭୂଷାରେ ସଜ୍ଜିତ କରିବା ସହ ବିଭିନ୍ନ ଦେଶ ଭ୍ରମଣ କରିବା ଆରମ୍ଭ କଲେ। ବିଭିନ୍ନ ଦେଶ ଭ୍ରମଣ ସମୟରେ ସେ ଗାନ୍ଧିଙ୍କ ଆଦର୍ଶ ଓ ଅହିଂସାର ବାର୍ତ୍ତା ମଧ୍ୟ ପ୍ରଚାର କରିଥାନ୍ତି।

ଗାନ୍ଧିଙ୍କ ସ୍ୱଚ୍ଛତା ସାଙ୍ଗକୁ ଅହିଂସା ଓ ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଚତୁର୍ଥ ଥର ପାଇଁ ଭାରତ ଭ୍ରମଣରେ ଆସି କିଛି ଦିନ ହେବ କୋଣାର୍କରେ ରହୁଛନ୍ତି । ଏହି ରହଣି ସମୟରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ସହ, ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି। ଲୋକଙ୍କ ସହ ମିଶି ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ‘ମୋ ବିଚ୍’ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜେ ବେଳାଭୂମି ସଫେଇ ବି କରୁଛନ୍ତି।

ସେତିକି ନୁହେଁ,  ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ପ୍ଲାଷ୍ଟିକ ବ୍ୟବହାର ଓ ବେଳାଭୂମିରେ ଗାଡ଼ିମୋଟର ଚଳାଚଳ ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରି ଶପଥପାଠ ମଧ୍ୟ କରାଇଛନ୍ତି। ଜିନଟଙ୍କ ଉତ୍ସାହ ଦେଖି ସ୍ଥାନୀୟ ଲୋକେ ମଧ୍ୟ ବେଶ ଉତ୍ସାହିତ ହୋଇପଡିଛନ୍ତି । ୭୩ ବର୍ଷୀୟ ପର୍ଯ୍ୟଟକ ଜିନଟ୍‌ଙ୍କ ଏଭଳି ସମର୍ପଣ ଭାବକୁ ନେଇ ଏବେ ବେଶ୍ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story