ସୁଖ ଲୁଟି ଦୁଃଖ ଦେଲା ପ୍ରେମିକ: ମୁହଁ ଚାହିଁଲେନି ବାପା-ମା, ରାସ୍ତାରେ ପିଲା ଜନ୍ମ କଲେ ପୀଡ଼ିତା

ସରେଇକଳା-ଖରସୁଆଁ(ଓଡ଼ିଶା ରିପୋର୍ଟର): ଏମିତି ବି ଦୁଃଖ ଆସେ। ପ୍ରଥମେ ପ୍ରେମିକ, ତା’ପରେ ପରିବାର। ପ୍ରେମ ଜାଲରେ ଫସାଇ ପ୍ରଥମେ ପ୍ରେମିକ ଶାରୀରିକ ସୁଖ ଲୁଟିଲା। ପରେ ଧୋକ୍କା ଦେଇ ଛାଡ଼ିଦେଲା। ଏପରି ଦୁର୍ଦ୍ଦିନରେ ନିଜ ଜନ୍ମ କଲା ବାପା-ମା ମଧ୍ୟ ପର କରିଦେଲେ। ଏମିତି ଏକ ଛାତିଥରା ଘଟଣା ଝାଡ଼ଖଣ୍ଡରେ ଘଟିଛି। ସରେଇକଳା-ଖରସୁଆଁ ଜିଲ୍ଲାର ଜଣେ ୧୭ ବର୍ଷୀୟା ନାବାଳିକା ନିଜ ଗାଁରେ ଜଣେ ଯୁବକକୁ ଭଲ ପାଉଥିଲେ। ଏପରିକି ଯୁବକ ଜଣକ ତାଙ୍କ ସହିତ ଶାରୀରିକ […]

Rakesh Mallick
  • Published: Tuesday, 29 August 2017
  • Updated: 30 August 2017, 11:18 AM IST

ସରେଇକଳା-ଖରସୁଆଁ(ଓଡ଼ିଶା ରିପୋର୍ଟର): ଏମିତି ବି ଦୁଃଖ ଆସେ। ପ୍ରଥମେ ପ୍ରେମିକ, ତା’ପରେ ପରିବାର। ପ୍ରେମ ଜାଲରେ ଫସାଇ ପ୍ରଥମେ ପ୍ରେମିକ ଶାରୀରିକ ସୁଖ ଲୁଟିଲା। ପରେ ଧୋକ୍କା ଦେଇ ଛାଡ଼ିଦେଲା। ଏପରି ଦୁର୍ଦ୍ଦିନରେ ନିଜ ଜନ୍ମ କଲା ବାପା-ମା ମଧ୍ୟ ପର କରିଦେଲେ। ଏମିତି ଏକ ଛାତିଥରା ଘଟଣା ଝାଡ଼ଖଣ୍ଡରେ ଘଟିଛି।
ସରେଇକଳା-ଖରସୁଆଁ ଜିଲ୍ଲାର ଜଣେ ୧୭ ବର୍ଷୀୟା ନାବାଳିକା ନିଜ ଗାଁରେ ଜଣେ ଯୁବକକୁ ଭଲ ପାଉଥିଲେ। ଏପରିକି ଯୁବକ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ଯୁବକ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ। ଲୋକ ଲଜ୍ଜା ଭୟରେ ପରିବାର ଲୋକେ ମଧ୍ୟ ଝିଅର ଅପକର୍ମକୁ ଗ୍ରହଣ କରିନଥିଲେ। ଗର୍ଭବତୀ ନାବାଳିକା ଘରୁ ବାହାର କରିଦେଇଥିଲେ। ନିଜ ପେଟ ପୋଷିବା ପାଇଁ ନାବାଳିକା ଜଣକ ଗାଁଠାରୁ ବହୁ ଦୂରକୁ ଚାଲି ଯାଇଥିଲା। ଦୁଃଖ କଷ୍ଟରେ ବିତୁଥିଲା ଯନ୍ତ୍ରଣାର ଜୀବନ। ମୁଣ୍ଡ ଉପରେ ଛାତ ନଥିବାରୁ ଯେଉଁଠି ପାରୁଥିଲା ସେଠି ରହି ଯାଉଥିଲା। ଏମିତି କି ବେଳେବେଳେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରେ। ଦିନେ କାମ କରୁକରୁ ହଠାତ ଗର୍ଭ ଯନ୍ତ୍ରଣା ପାଇଲେ ନାବାଳିକା। ସଙ୍ଗେସଙ୍ଗେ ନିକଟସ୍ଥ ଚାନ୍ଦିଲ ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ଚିକିତ୍ସା ପାଇଁ ଡାକ୍ତରଙ୍କୁ ବହୁ ଅନୁରୋଧ କରିଥିଲେ। ହେଲେ ନିର୍ଦ୍ଦୟ ଡାକ୍ତର କି ନର୍ସ ତାଙ୍କ କଥା ଶୁଣିନଥିଲେ। ତେବେ ନାବାଳିକା ଜଣକ ନିରାଶ ହୋଇ ଫେରୁଥିବା ବେଳେ ଡାକ୍ତରଖାନାଠାରୁ ୩୦ ମିଟର ଦୂରରେ ରାସ୍ତାରେ ମଝିରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ସେହି ରାସ୍ତା ଦେଇ ଅନେକ ଲୋକ ଯିବାଆସିବା କରୁଥିଲେ ମଧ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ନାବାଳିକାଙ୍କ ଉପରେ କାହାର ନଜର ପଡ଼ିନଥିଲା। ମାତ୍ର ଓମ୍‌ପ୍ରକାଶ ଶର୍ମା ନାମକ ଜଣେ ସହହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଫେରାଇ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଓମପ୍ରକାଶ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏବେ ଉଭୟ ମା’ଆ ଓ ଝିଅ ଝାଡ଼ଖଣ୍ଡର ମହିଳା ସୁରକ୍ଷା ଗୃହରେ ଦିନ କାଟୁଛନ୍ତି।
ଝାଡ଼ଖଣ୍ଡରେ ଘଟିଥିବା ଏଭଳି ହୃଦୟ ବିଦାରକ ଘଟଣା ଆଜିର ତଥାକଥିତ ଶିକ୍ଷିତ ସମାଜ ପାଇଁ ଶକ୍ତ ଚାପୁଡ଼ା ନୁହେଁ କି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos