ପ୍ରଶାସନିକ ଉଦାସୀନତା, ୭ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀ ନିବାସ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ନାରାୟଣପ୍ରସାଦ ପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନେ ମାଗଣାରେ ରହି ପାଠ ପଢ଼ିବା ପାଇଁ ୨୦୧୦-୧୧ ଆର୍ଥିକ ବର୍ଷରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ହଷ୍ଟେଲ୍ ନିର୍ମାଣ କାର୍ଯ୍ୟ ସରିଥିଲା। ଏଥିପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସରିବା ପରେ ଅନ୍ୟାନ୍ୟ ଭିତ୍ତିଭୂମିର […]

hostel

hostel

Jitendra Garnayak
  • Published: Thursday, 28 November 2019
  • Updated: 28 November 2019, 09:31 AM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ନାରାୟଣପ୍ରସାଦ ପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନେ ମାଗଣାରେ ରହି ପାଠ ପଢ଼ିବା ପାଇଁ ୨୦୧୦-୧୧ ଆର୍ଥିକ ବର୍ଷରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ହଷ୍ଟେଲ୍ ନିର୍ମାଣ କାର୍ଯ୍ୟ ସରିଥିଲା। ଏଥିପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସରିବା ପରେ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟବସ୍ଥା କରି ଏହାକୁ କାର୍ଯ୍ୟକ୍ଷମ କରିବାର ଦାୟିତ୍ୱ ଥିଲା ଜିଲ୍ଲା ଜନମଙ୍ଗଳ ବିଭାଗ ହାତରେ। କିନ୍ତୁ ଛାତ୍ରୀ ନିବାସ ନିର୍ମାଣ ହେବାର ୭ ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନି। ଛାତ୍ରୀ ନିବାସରେ ଏବେ ତାଲା ଝୁଲୁଛି। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ହଷ୍ଟେଲ୍ କାର୍ଯ୍ୟକ୍ଷମ ହେବା ପୂର୍ବରୁ କୋମାକୁ ଚାଲିଯାଇଛି। ପୁଣି ନିମ୍ନମାନର କାମ ହୋଇଥିବାରୁ କେଉଁଠି କାନ୍ଥରେ ଫାଟ ହୋଇଛି ତ କେଉଁଠି ଛାତରୁ ଲୁହା ଛଡ଼ ଦେଖାଗଲାଣି। ସବୁଠାରୁ ବଡ଼ କଥା ହେଲା ଏଯାଏ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ଏହାର ମରାମତି ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସେଥିପାଇଁ ନାରାୟଣପ୍ରସାଦ ପଞ୍ଚାୟତବାସୀ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।

ଦିବ୍ୟଶଙ୍କର ରାଉତ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଘର କାମ ସରିଛି। ହେଲେ ସେଠି କେହି ଛାତ୍ରୀ ରହୁ ନାହାନ୍ତି। ସେଟା ପୂରା ଭୂତ କୋଠି ହୋଇଯାଇଛି। ପ୍ରତି ବର୍ଷ ହଷ୍ଟେଲ୍ରେ ଆଡ୍‌ମିସନ୍‌ କରିବା ପାଇଁ ନୋଟିସ୍ ବାହାରେ। ହେଲେ କେହି ଆଡ୍ମିଶନ୍ ନିଅନ୍ତି ନାହିଁ। ତା’ର ପ୍ରକୃତ କାରଣ ହେଉଛି, ହଷ୍ଟେଲ୍ଟିର କାମ ଅତ୍ୟନ୍ତ ନିମ୍ନମାନର ହୋଇଛି। ପୁଣି ବିଦ୍ୟୁତ୍ କି ଜଳ ଯୋଗାଣ ବ୍ୟବସ୍ଥା ହୋଇନି। ସେଠାରେ କେହି ରହୁ ନଥିଲେ ମଧ୍ୟ ମରାମତି ନାଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।”

ନାରାୟଣପ୍ରସାଦରେ ଦୁଇଟି ବିଦ୍ୟାଳୟ ରହିଛି। ଗୋଟିଏ ହେଉଛି ନାରାୟଣପ୍ରସାଦ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଯେଉଁଠି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଅଛି। ସେହିପରି ଏହା ପାଖରେ ଏକ ହାଇସ୍କୁଲ୍ ମଧ୍ୟ ରହିଛି, ଯେଉଁଠି ନବମ ଓ ଦଶମ ଶ୍ରେଣୀ ରହିଛି। ଏହି ଦୁଇଟି ବିଦ୍ୟାଳୟର ୮୦ ପ୍ରତିଶତ ଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତିର। ହଷ୍ଟେଲ୍‌ରେ ରହି ପାଠ ପଢ଼ିବା ଆଶାରେ ଏହି ସ୍କୁଲ୍ଗୁଡ଼ିକରେ ଦୂରଦୂରାନ୍ତରୁ ଅନେକ ଛାତ୍ରୀ ନାମ ଲେଖାଉଥିଲେ। ତେବେ ଧୀରେ ଧୀରେ ସେମାନେ ଏହି ସ୍କୁଲ୍ ଛାଡ଼ିଲେଣି। କାରଣ ହଷ୍ଟେଲ୍ କାର୍ଯ୍ୟକ୍ଷମ ହେବ ବୋଲି ସେମାନଙ୍କର ଆଉ ଆଶା ନାହିଁ। ସେହିଭଳି ଦୂର ବାଟରୁ ଆସୁଥିବାରୁ ସେମାନଙ୍କୁ ବହୁତ ହଇରାଣ ବି ହେବାକୁ ପଡୁଛି।

ହିମାଦ୍ରୀ ବାଘ ନାମକ ଜଣେ ହାଇସ୍କୁଲ୍ ଛାତ୍ରୀ କହିଛନ୍ତି ଯେ ସେ ୭ କିଲୋମିଟର ଦୂରରୁ ଏଠାକୁ ପଢ଼ିବାକୁ ଆସୁଛନ୍ତି। ହଷ୍ଟେଲ୍ ଚାଲିଥିଲେ ସେ ଏଠାରେ ରହି ପାଠ ପଢ଼ିବାରେ ସୁବିଧା ହୋଇଥା’ନ୍ତା। ଦୂର ବାଟରୁ ଆସୁଛୁ ବୋଲି ବହୁତ ଅସୁବିଧା ହେଉଛି। ରାସ୍ତା ବି ଭଲ ନାହିଁ।

[caption id="attachment_465317" align="aligncenter" width="750"] ଗଙ୍ଗାଧର ମେହେର ଆଦିବାସୀ ଛାତ୍ରୀନିବାସ[/caption]

କେବଳ ନାରାୟଣପ୍ରସାଦ ନୁହେଁ, ଗବଜୋରଠାରେ ଗଙ୍ଗାଧର ମେହେର ଆଦିବାସୀ ଛାତ୍ରୀନିବାସ ତିଆରି ହୋଇଛି। ଏଥିପାଇଁ ୫୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ହୋଇଥିଲେ ବି ହଷ୍ଟେଲ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୨୦୧୭ ଏପ୍ରିଲ୍ ୧୮ ତାରିଖରେ ଏହାର ନିର୍ମାଣ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଏହା ଏଯାବତ୍ ସଂପୂର୍ଣ୍ଣ ହୋଇନାହିଁ। ଏ ନେଇ କଣ୍ଟାମାଲ ବିଡ଼ିଓ ରବୀନ୍ଦ୍ର କୁମାର କଅଁରଙ୍କୁ ପଚରିବାରୁ ହଷ୍ଟେଲ କାମ ସମ୍ପୂର୍ଣ୍ଣ ହୋଇଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ କେବଳ ବିଦ୍ୟୁତ ସଂଯୋଗ ଓ ପାଣି ସୁବିଧା କରାଯାଇ ନାହିଁ। ତେବେ ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।

ଅନୁସୁଚିତ ଜାତି ଓ ଜନଜାତି ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁ ଏହାର ସଦ୍ଉପଯୋଗ ହୋଇପାରୁ ନାହିଁ ବା ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରୁନି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story