ବଡ଼ ଦାଣ୍ଡରେ ଭିକ ମାଗୁଛନ୍ତି ଇଂଜିନିୟର

ପୁରୀ (ମଧୁସୂଦନ ମିଶ୍ର): ସେ ପ୍ରାୟ ୨୪ ବର୍ଷ ହେଲାଣି ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଛନ୍ତି। କିନ୍ତୁ କେହି ଜାଣି ନଥିଲେ ଯେ ସେ ଜଣେ ଇଞ୍ଜିନିୟର। ଗତକାଲି ଜଣେ ରିକ୍ସାବାଲା ସହିତ ଗଣ୍ଡଗୋଳ ଓ ମାରପିଟ ପରେ ଯେତେବେଳେ ସେ ଟାଉନ୍‌ ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଫିଟିଥିଲା ତାଙ୍କ ଗୁମର। ସେ ଇଂରାଜୀରେ ଏଫ୍‌ଆଇଆର୍ ଲେଖି ଦେବା ପରେ ପୁଲିସ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଓ ପଚରାଉଚରା କରିବା ପରେ ତାଙ୍କ ବିଷୟରେ ଅନେକ […]

beagger

beagger

Jitendra Garnayak
  • Published: Saturday, 18 January 2020
  • Updated: 20 January 2020, 08:57 AM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ସେ ପ୍ରାୟ ୨୪ ବର୍ଷ ହେଲାଣି ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଛନ୍ତି। କିନ୍ତୁ କେହି ଜାଣି ନଥିଲେ ଯେ ସେ ଜଣେ ଇଞ୍ଜିନିୟର। ଗତକାଲି ଜଣେ ରିକ୍ସାବାଲା ସହିତ ଗଣ୍ଡଗୋଳ ଓ ମାରପିଟ ପରେ ଯେତେବେଳେ ସେ ଟାଉନ୍‌ ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଫିଟିଥିଲା ତାଙ୍କ ଗୁମର। ସେ ଇଂରାଜୀରେ ଏଫ୍‌ଆଇଆର୍ ଲେଖି ଦେବା ପରେ ପୁଲିସ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଓ ପଚରାଉଚରା କରିବା ପରେ ତାଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଥିଲା।

ଲମ୍ବା ଚୁଟି ଓ ଦାଢ଼ି ରଖି ଖଣ୍ଡେ ଗାମୁଛା ପିନ୍ଧି ଏବଂ ଆଉ ଖଣ୍ଡେ ଦେହରେ ଘୋଡ଼େଇ ହୋଇ ବଡ଼ଦାଣ୍ଡରେ ଭିକ ମାଗୁଥିବା ଏହି ଇଂଜିନିୟର ଭିକାରୀଙ୍କ ନାଁ ଗିରିଜା ଶଙ୍କର ମିଶ୍ର। ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ। ତାଙ୍କ ବାପା ଭୁବନେଶ୍ୱରରେ ଚାକିରି କରୁଥିଲେ। ସେ ଜଣେ ପୁଲିସ୍ ଅଧିକାରୀ ଥିଲେ। ଏବେ ବାପା ନାହାନ୍ତି କି ମା’ ନାହାନ୍ତି। ହେଲେ ଭୁବନେଶ୍ୱରରେ ଘର ଅଛି ଓ ଭାଇଭଉଣୀ ବି ଅଛନ୍ତି।

୧୯୮୭ ମସିହାରେ ଖ୍ରୀଷ୍ଟ କଲେଜରୁ ଯୁକ୍ତ ଦୁଇ ପାସ୍ କରିବା ପରେ ଷ୍ଟୁଆର୍ଟ କଲେଜରୁ ବିଏସ୍‌ସି କରିଥିଲେ। ତା’ପରେ ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ। ଏହା ପରେ ମୁମ୍ବାଇରେ ଏକ କମ୍ପାନୀରେ ଚାକିରି କରିଥିଲେ। ତେବେ ସେଠାରେ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବାର କାରଣ ବିଷୟରେ ସେ ଅଧିକ କହିବା ପାଇଁ ମନା କରିଦେଇଥିବା ବେଳେ କେବଳ ଏତିକି କହିଛନ୍ତି ଯେ ଅଜାଗା ଘା ଦେଖି ହୁଏନି କି ଦେଖାଇ ହୁଏନି। ଅଧିକ ଖୋଲି କିଛି କହି ହେବନି ବୋଲି ବି ସେ କହିଛନ୍ତି।

ଅନ୍ୟପକ୍ଷରେ ଶିକ୍ଷିତ ହୋଇ ଭିକ ମାଗୁଥିଲେ ବି ୫୫ ବର୍ଷୀୟ ଗିରିଜାଙ୍କର କିଛି ଦୁଃଖ ନାହିଁ। ଭଗବାନଙ୍କ କୃପାରୁ ଯାହା ମିଳୁଛି ସେଥିରେ ଚଳୁଛନ୍ତି ଓ ଖୁସିରେ ଅଛନ୍ତି ବୋଲି କହିଛନ୍ତି। ଆଉ କିଛି କରିବା ପାଇଁ ବି ତାଙ୍କର ଇଚ୍ଛା ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story