ମନ ମୋହୁଛି ମହେଶ ସାର୍‌ଙ୍କ ପେଣ୍ଟିଂ

ତେଲକୋଇ (ଚିନ୍ମୟ କୁମାର ସାହୁ): ନାଁ ମହେଶ ନାୟକ। ପେସାରେ ସେ ଜଣେ କଳା ଶିକ୍ଷକ। ଏବେ ସେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଓରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ସେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ  ଡ୍ରଇଂ ଶିକ୍ଷା ଦିଅନ୍ତି। ଆଉ ଫୁରସତ୍ ପାଇଲେ ନିଜେ ଚିତ୍ରକଳା ସାଧନାରେ ଲାଗି ପଡ଼ନ୍ତି। ସେ ଆଦିବାସୀ ସଂପ୍ରଦାୟର ଗୋଣ୍ଡ ଜାତିର ହୋଇ ଥିବାରୁ ବିଲୁପ୍ତ ହେବାକୁ ବସିଥିବା ଗୋଣ୍ଡ ଚିତ୍ରକଳାକୁ ପୁନରୁଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି। ମହେଶଙ୍କର […]

kjr

kjr

Jyoshna Pradhan
  • Published: Tuesday, 17 December 2019
  • Updated: 17 December 2019, 01:32 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ନାଁ ମହେଶ ନାୟକ। ପେସାରେ ସେ ଜଣେ କଳା ଶିକ୍ଷକ। ଏବେ ସେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଓରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ସେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ  ଡ୍ରଇଂ ଶିକ୍ଷା ଦିଅନ୍ତି। ଆଉ ଫୁରସତ୍ ପାଇଲେ ନିଜେ ଚିତ୍ରକଳା ସାଧନାରେ ଲାଗି ପଡ଼ନ୍ତି। ସେ ଆଦିବାସୀ ସଂପ୍ରଦାୟର ଗୋଣ୍ଡ ଜାତିର ହୋଇ ଥିବାରୁ ବିଲୁପ୍ତ ହେବାକୁ ବସିଥିବା ଗୋଣ୍ଡ ଚିତ୍ରକଳାକୁ ପୁନରୁଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି।

ମହେଶଙ୍କର ପିଲାଟି ଦିନରୁ ଚିତ୍ରକଳା ପ୍ରତି ଦୁର୍ବଳତା ରହିଥିଲା। ସେ ଭୁବନେଶ୍ୱର ତପୋବନ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବେଳେ ସ୍କୁଲ ପାଖକୁ ଲାଗି ରହିଥିବା ବି.କେ ଆର୍ଟ ମହାବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ଅଙ୍କା ଯାଉଥିବା ଚିତ୍ର ଦେଖି ଏହି କଳାପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ହେଲେ ସେହି ସ୍କୁଲରୁ ତାଙ୍କ ପାଠ ପଢ଼ା ସରିବା ପରେ ସେ ତାଙ୍କ ନିଜ ଗାଁ ତେଲକୋଇ ବ୍ଲକର କରମଙ୍ଗିକୁ ପଳାଇ ଆସିଥିଲେ। ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ସେ କୌଣସି ଚିତ୍ରକଳା ମହାବିଦ୍ୟାଳୟରେ ପଢ଼ିପାରୁ ନଥିଲେ। ଦିନେ କେନ୍ଦୁଝର ଚାରୁକାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ପେଣ୍ଟିଂ ଦେଖି ବେଶ୍ ଖୁସି ହୋଇଯାଇଥିଲେ ଓ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରିଥିଲେ। ଏହାପରେ ମହେଶଙ୍କୁ ନେଇ ସେ ତାଙ୍କ କଲେଜରେ ନାମ ଲେଖାଇଥିଲେ। ସେଠାରେ ଚିତ୍ରକଳା ସମ୍ପର୍କରେ ପାଠ ପଢ଼ିବା ସମୟରେ ନିଜ ଗୋଣ୍ଡ ଜାତିର ଚିତ୍ରକଳା କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ସେ ଆଦିବାସୀ ଆର୍ଟ ମ୍ୟୁଜିୟମ୍‌ ତରଫରୁ ଗୋଣ୍ଡ ଚିତ୍ରକଳା ଉପରେ ଅଧିକ ଗବେଷଣା ପାଇଁ କେବିକେ ଜିଲ୍ଲାକୁ ଯାଇଥିଲେ। ସେଠାରୁ ସେ ଗୋଣ୍ଡ ଚିତ୍ରକଳାକୁ ନେଇ ଅଧିକ ଜ୍ଞାନ ଅର୍ଜନ କରିଥିଲେ। ଏବେ ସେ ବିଭିନ୍ନ ପ୍ରକାର ଗୋଣ୍ଡ ଚିତ୍ର ଆଙ୍କି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି।

ଏମିତକି ସେ ଟସରରେ ବୁଣାଯାଇଥିବା କପଡ଼ା ଉପରେ ବିଭିନ୍ନ ପ୍ରକାର ଗୋଣ୍ଡ ଚିତ୍ରକଳା ମଧ୍ୟ କରିପାରୁଛନ୍ତି। ତା’ସହିତ କାନ୍‌ଭାସରେ ବିଭିନ୍ନ ପ୍ରକାର ଚିତ୍ର, ସୌରା ତଥା ବାଲୁକା ଚିତ୍ରକଳା ମଧ୍ୟ କରିପାରନ୍ତି। ତାଙ୍କର ଚିତ୍ରକଳା ଲଳିତ କଳା ଏକାଡେମୀ ପକ୍ଷରୁ କୋଣାର୍କ ମହୋତ୍ସବ ଓ ଭୁବନେଶ୍ୱର ଆଦିବାସୀ ମହୋତ୍ସବରେ ବେଶ୍‌ ଆଦୃତ ପାଇଛି।  ଏହାସହିତ ଦିଲ୍ଲୀ ଓ ଚେନ୍ନାଇରେ ମଧ୍ୟ ସେ ନିଜ କଳାର ପରାକାଷ୍ଠା ଦେଖାଇ ସାରିଛନ୍ତି।  

ମହେଶ ନାୟକ କହିଛନ୍ତି, “ଆଦିବାସୀ ଆର୍ଟ ମ୍ୟୁଜିୟମ୍‌ ତରଫରୁ ଗୋଣ୍ଡ ପେଣ୍ଟିଂ ଶିଖିବା ପାଇଁ କେବିକେ ଜିଲ୍ଲାକୁ ଯାଇଥିଲି। ସେଠାରୁ ଆସିଲା ପରେ ମ୍ୟୁଜିୟମ୍‌ରେ ରହି ପେଣ୍ଟିଂ କରୁଥିଲି। ଶିକ୍ଷକ ଚାକିରି ପାଇଲା ପରେ ପିଲାଙ୍କୁ ପାଠ ପଢ଼ାଇବା ସହିତ ପେଣ୍ଟିଂ ମଧ୍ୟ କରୁଛି। ସ୍କୁଲ୍‌ ସରିବା ପରେ ଏହି କାମରେ ସମୟ ଦେଉଛି। ଗୋଣ୍ଡ ଚିତ୍ରକଳା ଲୋପ ପାଇ ଯାଉଥିବାରୁ ତାକୁ ଆଗକୁ ଆଣିବା ପାଇଁ ଚେଷ୍ଟା ଚଲାଇଛି।”

ସେ କହିଛନ୍ତି, “ଗୋଣ୍ଡ ଚିତ୍ରକଳାର ବିଶେଷତ୍ୱ ହେଉଛି, ଗୋଟିଏ ଚିତ୍ରରେ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବହାର କରିବା। ତା’ସହିତ ଏଥିରେ କଳା ରଙ୍ଗର ଗୁରୁତ୍ୱ ରହିଛି। କଳା ରଙ୍ଗର ରେଖା ଆଙ୍କି ଚିତ୍ରକୁ ଅଧିକ ସୁନ୍ଦର କରାଯାଏ।”

ମହେଶ ନାୟକଙ୍କ ପେଣ୍ଟିଂଗୁଡ଼ିକୁ ଦେଖି ସ୍କୁଲର ଅନ୍ୟ ଶିକ୍ଷକମାନେ ପ୍ରଶଂସା କରିବା ସହିତ ସହଯୋଗ ମଧ୍ୟ କରନ୍ତି। ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କଠାରୁ ପେଣ୍ଟିଂ ଶିଖିବାକୁ ଭଲ ପା’ନ୍ତି।

ଓରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝି କହିଛନ୍ତି, “ମହେଶ ସାର୍ ଭଲ ଚିତ୍ର ଆଙ୍କନ୍ତି। ପିଲାମାନେ ମଧ୍ୟ ତାଙ୍କୁ ଅଧିକ ଭଲ ପା’ନ୍ତି। ସେ କାନ୍‌ଭାସ୍‌ରେ ଚିତ୍ର କରିବା ସହିତ ଟସର କପଡ଼ା ପରେ ବହୁତ ସୁନ୍ଦର ସୁନ୍ଦର ପାରମ୍ପରିକ ଚିତ୍ର ତିଆରି କରିପାରନ୍ତି। ତା’ସହିତ ସେ ସ୍ୟାଣ୍ଡ ଆର୍ଟ ମଧ୍ୟ ଜାଣନ୍ତି। ତାଙ୍କର ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶୀତା ରହିଛି।”

ସେହିପରି ଶିକ୍ଷୟିତ୍ରୀ ତପସ୍ୱିନୀ ରାଉତ କହିଛନ୍ତି, “ସେ ଗୋଣ୍ଡ ଜାତିର ଚିତ୍ରକଳା କରନ୍ତି। ତାଙ୍କ ପେଣ୍ଟିଂ ଦେଖିବାକୁ ବହୁତ ଭଲ ଲାଗେ। ସେ ଫ୍ରି ଟାଇମ୍‌ ପାଇଲେ ଚିତ୍ର ଆଙ୍କିଥା’ନ୍ତି। ଆମେ ସମସ୍ତ ତାଙ୍କୁ ସହଯୋଗ ମଧ୍ୟ କରୁ। ସ୍କୁଲରେ ମଧ୍ୟ ସେ ପିଲାମାନଙ୍କୁ ଚିତ୍ର ଆଙ୍କିବାକୁ ଉତ୍ସାହିତ କରନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story