ଭାରତୀୟ ରାଜା ମହାରାଜାମାନ ନିଜ ସାନଦାର୍ ଅନ୍ଦାଜ ପାଇଁ ସବୁବେଳେ ବେସ୍ ଚର୍ଚ୍ଚା ସାଉଁଟିଛନ୍ତି ସାରା ବିଶ୍ୱରୁ। କେତେବେଳେ ଟିପୁ ସୁଲତାନଙ୍କ ତୋପ ତ କେତେବେଳେ ମହାରାଣା ପ୍ରତାପଙ୍କ ଖଣ୍ଡା ପୁଣି କେତବେଳେ ଶିବାଜୀ ମହାରାଜଙ୍କ ବୀରତ୍ୱର କାହାଣୀ ସାରା ବିଶ୍ୱକୁ ଭାରତୀୟ ରାଜାମାନଙ୍କ ସଉକର କାହାଣୀ ସମ୍ପର୍କର ଅବଗତ କରାଇବାକୁ ଖୋରାକ୍ ଯୋଗାଇଛି। ଏହି କାହାଣୀରେ ସେମାନଙ୍କ ଦ୍ୱାରା ପରିଚାଳିତ ଅସ୍ତ୍ରଶସ୍ତ୍ର ବି ବେଶ୍ ଗୁରୁତ୍ୱ ବହନ କରେ। ପାଠକେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ଏମିତି ଗୋଟିଏ ତୋପ ଅଛି ଯାହା ମାତ୍ର ଗୋଟିଏ ଥର ଚାଲିଥିଲା। ଆଉ ଏଇ ଥରେ ଏହି ତୋପର ଗୋଲା ପଡି ସୃଷ୍ଟି ହୋଇଥିଲା ଏକ ପୁଷ୍ପରିଣୀ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।
ଯୋଧପୁରର ଜୟଗଡ କିଲ୍ଲାରେ ରହିଛି ଏହି ତୋପ। କୁହାଯାଏ ଏହା ହଉଛି ସମଗ୍ର ଏସିଆ ମହାଦଶର ସର୍ବବୃହତ୍ ତୋପ। ଏକଦା ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ଏହି ତୋପକୁ ଯୁଦ୍ଧରେ ଲଗାଯାଇଥିଲା । ଯାହାର ଗୋଲା ଦୀର୍ଘ ୩୫ କିମି ଦୂର ଜୟପୁରର ଚାକସୁ ନାମକ ଏକ ଗ୍ରାମରେ ପଡିଥିଲା ଆଉ ସେଠାରେ ସୃଷ୍ଟି ହାଇଥିଲା ଏକ ପୁଷ୍କରିଣୀ। ଯାହାର ଜଳ ଆଜି ବି ଉକ୍ତ ଅଞ୍ଚଳରେ ଥିବା ଜନବସତିର ଲୋକେ ବ୍ୟବହାର କରୁଛନ୍ତି।
ଆରାବଳୀ ପର୍ବତ ଉପରେ ଥିବା ଏହି କିଲ୍ଲା ୧୭୨୬ରେ ନିର୍ମାଣ କରାଯାଇଥିଲା। କିଲ୍ଲାର ଡୁଙ୍ଗର ଦରୱାଜା ନାମକ ସ୍ଥାନରେ ରହିଥିବା ଏହି ତୋପର ଓଜନ ହଉଛି ୫୦ ଟନ୍ ଓ ଲମ୍ବ ୩୧ ଫୁଟ ୩ ଇଞ୍ଚ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।