କଅଁଳ ବୟସରେ ବଡ଼ ଦାୟିତ୍ୱ; ପାଲା ଗାଇ ପାଠ ପଢ଼ୁଛନ୍ତି ଓ ପରିବାର ପୋଷୁଛନ୍ତି

ଜଳେଶ୍ୱର (ଅଜିତ ଦାସ): ଯେଉଁ ବୟସରେ ପାଠ ପଢ଼ିବା ସହିତ ଖେଳକୁଦ କରିବା କଥା ସେ ବୟସରେ ପରିବାର ବୋଝ ନିଜ କାନ୍ଧରେ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ନାରାୟଣପୁର ପଞ୍ଚାୟତର ପାଲା ଗାୟିକା ପ୍ରଭାତୀ ବାରିକ। ଛୋଟ ବେଳୁ ପାଲା ଗାଇ ପରିବାରର ଭରଣପୋଷଣ କରୁଛନ୍ତି। ବାପାମା’ଙ୍କୁ ନେଇ ପ୍ରଭାତୀଙ୍କ ସଂସାର। ବାପାମା’ ଉଭୟ ରୋଗଗ୍ରସ୍ତ ଥିବାରୁ ପରିବାର ଦାୟିତ୍ୱ ତାଙ୍କ ମୁଣ୍ଡରେ ଉପରେ। ପରିବାର ଚଳାଇବା ପାଇଁ ପାଲା ଗାଇଥାନ୍ତି ସେ। ଗାଁ ଗାଁ ବୁଲି […]

jalaswer0

jalaswer0

Tapaswini Nayak
  • Published: Saturday, 08 February 2020
  • Updated: 10 February 2020, 02:25 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ଯେଉଁ ବୟସରେ ପାଠ ପଢ଼ିବା ସହିତ ଖେଳକୁଦ କରିବା କଥା ସେ ବୟସରେ ପରିବାର ବୋଝ ନିଜ କାନ୍ଧରେ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ନାରାୟଣପୁର ପଞ୍ଚାୟତର ପାଲା ଗାୟିକା ପ୍ରଭାତୀ ବାରିକ। ଛୋଟ ବେଳୁ ପାଲା ଗାଇ ପରିବାରର ଭରଣପୋଷଣ କରୁଛନ୍ତି।

ବାପାମା’ଙ୍କୁ ନେଇ ପ୍ରଭାତୀଙ୍କ ସଂସାର। ବାପାମା’ ଉଭୟ ରୋଗଗ୍ରସ୍ତ ଥିବାରୁ ପରିବାର ଦାୟିତ୍ୱ ତାଙ୍କ ମୁଣ୍ଡରେ ଉପରେ। ପରିବାର ଚଳାଇବା ପାଇଁ ପାଲା ଗାଇଥାନ୍ତି ସେ। ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ଜନ ସଚେତନତା କାର୍ଯ୍ୟକ୍ରମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ବୃଦ୍ଧ ବାପାମା’ଙ୍କ ପାଇଁ ମେଡିସିନ୍ କିଣିଥାନ୍ତି, ଆଉ ଅବଶିଷ୍ଟ ପଇସାରେ ପରିବାର ଚଳାଇଥାନ୍ତି। ଦିନ ବେଳେ ପ୍ରଭାତୀ ବୃଦ୍ଧ ବାପାମା’ଙ୍କୁ ରୋଷେଇ ବାସ କରି ଖାଇବାକୁ ଦେବା ସହ କଲେଜ ଯାଇଥାନ୍ତି। ରାତିରେ ପାଲା ଗାଇବାକୁ ଯାଇଥାନ୍ତି।

ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି ପ୍ରଭାତୀ। ରୋଜଗାର କରୁଥିବା ଏତେ କମ୍‌ ପଇସାରେ ପାଠ ପଢ଼ିବା ସହ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଆଗକୁ ଆହୁରି ପାଠ ପଢ଼ିବା ପାଇଁ ଇଚ୍ଛା ରଖିଥିଲେ ମଧ୍ୟ ଅର୍ଥ ବାଧ୍ୟକ ସାଜୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସାହାଯ୍ୟ ମିଳିଲେ ସେ ଆଗକୁ ଆହୁରି ଅଧିକ ପାଠ ପଢ଼ିପାରନ୍ତେ ବୋଲି ସେ କହିଛନ୍ତି। ସେ ସପ୍ତମ ଶ୍ରେଣୀରୁ ପାଲା ଗାଉଛନ୍ତି।

ସେ କହିଛନ୍ତି, “ଘର ଚଳାଇବା ପାଇଁ ମୁଁ ଛୋଟବେଳୁ ପାଲା ଗାଉଛି। ମୁଁ ଯାହା ରୋଜଗାର କରେ, ସେଥିରେ ମୋ ପରିବାର ଚଳିଥାଏ। ଏତେ କମ୍‌ ପଇସାରେ ପରିବାର ଚଳାଇବାକୁ ଭାରି କଷ୍ଟ ହେଉଛି।”

ପ୍ରଭାତୀଙ୍କ ବାପା ନିରଞ୍ଜନ ବାରିକ କହିଛନ୍ତି, “ମୋର ବୟସ ହୋଇଗଲାଣି, ମୁଁ କିଛି କରିପାରୁ ନାହିଁ। ଝିଅ ଘର ଚଳାଉଛି।”

ପ୍ରଭାତୀଙ୍କ ମା’ ଲକ୍ଷ୍ମୀପ୍ରିୟା ବାରିକ କହିଛନ୍ତି, “ତା’ରି ବୟସର ପିଲାମାନେ ଖେଳକୁଦ କରୁଥିବା ବେଳେ, ମୋ ଝିଅ ପାଲା ଗାଇ ପରିବାର ଚଳାଉଛି। ତା’ ବାପା ପାଇଁ ସେ ମେଡିସିନ୍ ପତ୍ର ଆଣେ। ଆମ ପରିବାର ତା’ ଉପରେ ନିର୍ଭର କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story