ବରାଳ ପରିବାରର ପ୍ରଶଂସନୀୟ ପଦକ୍ଷେପ; ଦୂର ହେଲା ଗାଁର ପିଇବା ପାଣି ସମସ୍ୟା

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଲୋକଙ୍କ ଦୀର୍ଘ ଦିନର ପିଇବା ପାଣି ସମସ୍ୟା ଦୂର ହୋଇଛି। ଏବେ ସେମାନେ ବିଶୁଦ୍ଧ ପାଣି ପିଇ ପାରୁଛନ୍ତି। କାରଣ ନିକଟରେ ଗାଁରେ ଏକ ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଲାଗିଛି। ଗାଁର ବିଶ୍ୱଜିତ୍ ବରାଳ ଓ ତାଙ୍କ ତିନି ଭାଇ ମିଶି ଏହି ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ବସାଇଛନ୍ତି। ବାପା ବୈକୁଣ୍ଠ ବରାଳଙ୍କ ସ୍ମୃତିରେ ସେମାନେ ଏହାକୁ ଲଗାଇଥିବା ବେଳେ ଗାଁ ଲୋକେ ବେଶ୍ […]

dkl

dkl

Jyoshna Pradhan
  • Published: Thursday, 05 December 2019
  • Updated: 05 December 2019, 12:34 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଲୋକଙ୍କ ଦୀର୍ଘ ଦିନର ପିଇବା ପାଣି ସମସ୍ୟା ଦୂର ହୋଇଛି। ଏବେ ସେମାନେ ବିଶୁଦ୍ଧ ପାଣି ପିଇ ପାରୁଛନ୍ତି। କାରଣ ନିକଟରେ ଗାଁରେ ଏକ ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଲାଗିଛି। ଗାଁର ବିଶ୍ୱଜିତ୍ ବରାଳ ଓ ତାଙ୍କ ତିନି ଭାଇ ମିଶି ଏହି ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ବସାଇଛନ୍ତି। ବାପା ବୈକୁଣ୍ଠ ବରାଳଙ୍କ ସ୍ମୃତିରେ ସେମାନେ ଏହାକୁ ଲଗାଇଥିବା ବେଳେ ଗାଁ ଲୋକେ ବେଶ୍ ଉପକୃତ ହେଉଛନ୍ତି।

ସ୍ୱର୍ଗତ ବୈକୁଣ୍ଠ ବରାଳଙ୍କ ପୁଅମାନେ ତାଙ୍କ ସ୍ମୃତିରେ ଅଲଗା କିଛି ବି କରିପାରିଥା’ନ୍ତେ। କିନ୍ତୁ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। କାରଣ ଗାଁରେ ଥିବା କୂଅ, ନଳକୂଅର ପାଣି ଭଲ ନୁହେଁ। ଏହି ପାଣି ପିଇ ଗାଁର କିଛି ଲୋକଙ୍କ କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇଛନ୍ତି। ଏମିତିକି ଏହି ପାଣି ପିଇବା ଯୋଗୁ ଗାଁର ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ବି ଘଟିଛି। ତେଣୁ ବିଶ୍ୱଜିତ୍ ଓ ତାଙ୍କ ଭାଇମାନେ ଲୋକଙ୍କ ପାଇଁ ଫିଲ୍‌ଟର୍ ପାଣିର ବ୍ୟବସ୍ଥା କରିବାକୁ ଚାହିଁଲେ। ଏଥିପାଇଁ ସେମାନେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହି ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଘଣ୍ଟାକୁ  ୫୦୦ ଲିଟର ବିଶୁଦ୍ଧ ପାଣି ଯୋଗାଉଥିବା ବେଳେ ଲୋକଙ୍କୁ ଏଥିପାଇଁ ପଇସା ବି ଦେବାକୁ ପଡ଼ୁନି।

ଏନେଇ ବିଶ୍ୱଜିତ୍ ବରାଳ କହିଛନ୍ତି, “ଆମ ଗାଁରେ ବିଶୁଦ୍ଧ ପିଇବା ପାଣିର ବହୁତ ଅସୁବିଧା ଥିଲା। ଆଗରୁ ଲୋକେ ଫିଲ୍‌ଟର୍‌ ପାଣି ପିଇ ପାରୁ ନଥିଲେ। ଯଦ୍ୱାରା ଆମ ଗାଁରେ କିଡ୍‌ନୀ ରୋଗୀ ରହିଛନ୍ତି। ଏମିତିକି ୪ରୁ ୫ ଜଣ ଯୁବକଙ୍କର କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ତେଣୁ ଗାଁରେ ଫିଲ୍‌ଟର୍‌ ପାଣିର ବ୍ୟବସ୍ଥା କରିବା ପାଇଁ ଆମେ ଚାରି ଭାଇ ଚିନ୍ତା କରିଥିଲୁ। ଭୁବନେଶ୍ୱର ଗ୍ଲୋବାଲ୍ ମାର୍କେଟିଂ କୋଅପରେସନ୍ ସହ ଯୋଗାଯୋଗ କରି ପାଣିକୁ ପରୀକ୍ଷା କରି ମେସିନ୍‌ ଆଣି ଗାଁରେ ଲଗାଇଛୁ। ଏବେ ଲୋକେ ଭଲ ପାଣି ପିଇ ପାରୁଛନ୍ତି। ଗାଁ ଲୋକ ସମସ୍ତ ଉତ୍ସାହର ସହ ଏଠୁ ଆସି ପାଣି ନେଉଛନ୍ତି। ଏହା ଆମକୁ ଖୁସି ଦେଉଛି।”

ଗାଁର ଲେଭାବତୀ ଭୂୟାଁ କହିଛନ୍ତି, “ଆମ ଗାଁରେ ଆଗରୁ ପିଇବା ପାଣିର ବହୁତ ଅସୁବିଧା ହେଉଥିଲା। ଖରାଦିନେ ନଳକୂଅରୁ ପାଣି ବାହାରୁ ନଥିଲା। ଏବେ ଗାଁରେ ୱାଟର ପ୍ୟୁରିଫାୟର ଟ୍ୟାଙ୍କ ବସିଲା ପରେ ଲୋକେ ବହୁତ ଉପକୃତ ହେଉଛନ୍ତି।”

ଗାଁର ସ୍କୁଲ୍ ପାଖକୁ ଲାଗି ଏହି ପ୍ରକଳ୍ପଟି ତିଆରି ହୋଇଛି। ତେଣୁ ସ୍କୁଲ୍ ପିଲାଏ ବି ଏଥିରୁ ଉପକୃତ ହେଉଛନ୍ତି। ଆଗରୁ ସ୍କୁଲ୍‌ରେ ପିଇବା ପାଣିର ବ୍ୟବସ୍ଥା ନଥିଲା। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଲା ପରେ ନଳକୂଅରୁ ପାଣି ପିଉଥିଲେ। ଏବେ ପିଲାମାନେ ଖାଇ ସାରିବା ପରେ ଫିଲ୍‌ଟର୍‌ ପାଣି ପିଇବାକୁ ପାଉଛନ୍ତି।

ଶୁଭଙ୍କର ବେହେରା ନାମକ ଜଣେ ଛାତ୍ର କହିଛନ୍ତି, “ଆମ ସ୍କୁଲ୍‌ ପାଖରେ ଥିବା ନୂଳକୂଅ ପାଣିରୁ ଲୁହା ଗୁଣ୍ଡ ବାହାରେ। ସେ ପାଣି ପିଇବାକୁ ଆମକୁ ଭଲ ଲାଗୁ ନଥିଲା। ୱାଟର ପ୍ୟୁରିଫାୟର ଟ୍ୟାଙ୍କ୍ ଲାଗିବା ପରେ ପାଣି ପିଇବାକୁ ଆଉ ଅସୁବିଧା ହେଉନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story