୫ ବର୍ଷ ହେଲାଣି ସରୁନି ହଷ୍ଟେଲ୍ ନିର୍ମାଣ କାମ, ଅଧପନ୍ତରିଆ ହୋଇ ପଡ଼ିରହିଛି

ବିନିକା (ଦୀଲିପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଛି। ଏଠାରେ କେବଳ କଳା ପାଠ୍ୟକ୍ରମ ରହିଛି। ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ମିଶି ମୋଟ ୨୫୬ ଜଣ ଛାତ୍ରୀ ଏଠାରେ ପଢ଼ୁଛନ୍ତି। ତେବେ ୨୮ ବର୍ଷରେ ପାଦ ଥାପି ସାରିଥିବା ଏହି କଲେଜରେ ଅନେକ ସମସ୍ୟା ରହିଛି। ତା’ମଧ୍ୟରୁ ଗୋଟିଏ ହେଉଛି ହଷ୍ଟେଲ ସମସ୍ୟା। ୨୦୧୫ରୁ ଏଠାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ପାଇଁ ଏକ […]

hostel

hostel

Jitendra Garnayak
  • Published: Wednesday, 29 January 2020
  • Updated: 29 January 2020, 02:50 PM IST

Sports

Latest News

ବିନିକା (ଦୀଲିପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଛି। ଏଠାରେ କେବଳ କଳା ପାଠ୍ୟକ୍ରମ ରହିଛି। ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ମିଶି ମୋଟ ୨୫୬ ଜଣ ଛାତ୍ରୀ ଏଠାରେ ପଢ଼ୁଛନ୍ତି। ତେବେ ୨୮ ବର୍ଷରେ ପାଦ ଥାପି ସାରିଥିବା ଏହି କଲେଜରେ ଅନେକ ସମସ୍ୟା ରହିଛି। ତା’ମଧ୍ୟରୁ ଗୋଟିଏ ହେଉଛି ହଷ୍ଟେଲ ସମସ୍ୟା।

୨୦୧୫ରୁ ଏଠାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ପାଇଁ ଏକ ହଷ୍ଟେଲ୍‌ ତିଆରି କାମ ଚାଲିଛି। ହେଲେ ୫ ବର୍ଷ ପରେ ବି କାମ ସରିବାର ନାଁ ଧରୁନି। ୧୦୦ ଶଯ୍ୟା ବିଶିଷ୍ଟ ଏହି ହଷ୍ଟେଲ୍ ପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଯୋଜନା ଅନୁଯାୟୀ ୨୦୧୮ ଡିସମ୍ବେର ମାସରେ ଏହାର ନିର୍ମାଣ କାମ ସରିବା କଥା। କିନ୍ତୁ ଅଧିକ ଗୋଟିଏ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ବି ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ।

ନିର୍ମାଣାଧୀନ ହଷ୍ଟେଲ୍‌ କୋଠାରେ ଏଯାଏ ଛାତ ପଡ଼ି ନାହିଁ। ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ବନ୍ଦ ପଡ଼ିଥିବାରୁ ଏଥିରେ ଗଛଲତା ଉଠି ଜଙ୍ଗଲ ପ୍ରାୟ ସୃଷ୍ଟି ହୋଇସାରିଲାଣି। ଏନେଇ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଏପରିକି ଛାତ୍ରୀମାନେ ଆନ୍ଦୋଳନ ମଧ୍ୟ କରିଛନ୍ତି। କିନ୍ତୁ କିଛି ଲାଭ ହୋଇନି।

ସସ୍ମିତା ହାତୀ ନାମକ ଜଣେ ଛାତ୍ରୀ କହିଛନ୍ତି, “ହଷ୍ଟେଲ୍ ନାହିଁ ବୋଲି ଦୂର ବାଟରୁ ଆସୁଥିବା ଛାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ରହିବାର ସୁବିଧା ନଥିବାରୁ ଜଣେ ଜଣେ ଛାତ୍ରୀ ଦଶ ପନ୍ଦର କିଲୋମିଟର ଦୂରରୁ ସାଇକେଲ୍‌ରେ ଏଠାକୁ ପଢ଼ିବାକୁ ଆସୁଛନ୍ତି। ଏମିତି ଯିବାଆସିବା ଯୋଗୁ ସ୍ୱାସ୍ଥ୍ୟ ଉପରେ  ଖରାପ ପ୍ରଭାବ ପଡ଼ୁଛି। ଆମେ ଏଠି ରହି ପାଠ ପଢ଼ିଲେ ରେଜଲ୍ଟ ଆହୁରି ଭଲ ହୁଅନ୍ତା। କଲେଜ୍‌ରେ ବି ବହୁତ ଅସୁବିଧା ହେଉଛି। ବସିବା ପାଇଁ ଆବଶ୍ୟକ ବେଞ୍ଚ୍ ନାହିଁ।”

ବିଜୟଲକ୍ଷ୍ମୀ ବାଗ ନାମକ ଆଉ ଜଣେ ଛାତ୍ରୀ କହିଛନ୍ତି, “ଘର ଦୂରରେ ଥିବାରୁ ପ୍ରତିଦିନ ସାଇକେଲ୍‌ରେ ଆସୁଛୁ। ହଷ୍ଟେଲ୍‌ ଥିଲେ ଏଠାରେ ରହି ପଢ଼ିପାରନ୍ତୁ। ହଷ୍ଟେଲ୍‌ କାମ ଶୀଘ୍ର ସାରିବା ପାଇଁ ଆମେ ଆନ୍ଦୋଳନ ବି କରିଛୁ। ସମସ୍ତେ ହଁ ମାରୁଛନ୍ତି, କିନ୍ତୁ କିଛି କରୁ ନାହାନ୍ତି।”

କଲେଜର ଅଧ୍ୟକ୍ଷା ପ୍ରଗତି ପଟ୍ଟନାୟକ କହିଛନ୍ତି ଯେ ନିର୍ମାଣାଧୀନ ହଷ୍ଟେଲ୍‌ଟି ଅଧପନ୍ତରିଆ ଭାବେ ପଡ଼ିରହିଛି। ବିଡିଓ ଓ ସବ୍‌-କଲେକ୍ଟରଙ୍କୁ ଏ ବିଷୟରେ କୁହାଯାଇଛି। ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଦୁଇ ଥର ଏ ବିଷୟରେ ଅବଗତ କରାଯାଇଛି। କିନ୍ତୁ କେହି କିଛି ଶୁଣୁ ନାହାନ୍ତି।

ଅନ୍ୟପକ୍ଷରେ ଏ ବିଷୟରେ ସୁବର୍ଣ୍ଣପୁର ଉପ-ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ପଚରାଯିବାରୁ ଗଭର୍ଣ୍ଣିଂ ବଡି ମିଟିଂରେ ଏ ବିଷୟରେ ଆଲୋଚନା କରାଯିବ ବୋଲି କହିଛନ୍ତି। ତା’ସହିତ ସେ କହିଛନ୍ତି, କେତେ ପାଣ୍ଠି ଅଛି ତାହା ଦେଖାଯିବ। ପାଣ୍ଠି ଥିଲେ କାମ ଆଗେଇ ନେବାକୁ ଆମେ ପ୍ରସ୍ତାବ ଦେବୁ। ଯଦି ପାଣ୍ଠି ନଥିବ, ତା’ହେଲେ ଏନେଇ ସରକାରଙ୍କୁ କୁହାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos