ମଣିଷଠାରୁ ବି ଅଧିକ ତୀକ୍ଷ୍ଣ ଓ ତୀବ୍ର ପାରାର ମୁଣ୍ଡ, ଜାଣନ୍ତୁ କାହିଁକି

ମୁଣ୍ଡ ଛୋଟିଆ, କିନ୍ତୁ ବୁଦ୍ଧି ବଢ଼ିଆ ଓ ତୀବ୍ର। ସେ ଏକାଧିକ କାମ ଠିକ୍ ଠିକ୍ ଖୁବ୍ ଶୀଘ୍ର କରିଦେଇ ପାରେ। କିନ୍ତୁ ଏ ମୁଣ୍ଡ ମଣିଷର ନୁହେଁ, ଗୋଟିଏ ପକ୍ଷୀର। ହଁ, କିଛି ବିଦେଶୀ ଗବେଷଣ ବର୍ଷ ବର୍ଷ ଧରି ଗବେଷଣା କରି ଏହି ତଥ୍ୟ ପାଇଛନ୍ତି। ମଣିଷଠାରୁ ବି ତୀବ୍ର ମସ୍ତିଷ୍କଧାରୀ ଏ ପକ୍ଷୀଟିର ନାଁ ହେଉଛି କପୋତ ବା ପାରା। ଗବେଷକ କୁହନ୍ତି, ଯଦି ଗୋଟେ ମଣିଷ ଓ ଗୋଟେ ପାରାକୁ ଏକସଙ୍ଗେ […]

Ordigital Desk
  • Published: Wednesday, 27 September 2017
  • Updated: 27 September 2017, 02:58 PM IST

Sports

Latest News

ମୁଣ୍ଡ ଛୋଟିଆ, କିନ୍ତୁ ବୁଦ୍ଧି ବଢ଼ିଆ ଓ ତୀବ୍ର। ସେ ଏକାଧିକ କାମ ଠିକ୍ ଠିକ୍ ଖୁବ୍ ଶୀଘ୍ର କରିଦେଇ ପାରେ। କିନ୍ତୁ ଏ ମୁଣ୍ଡ ମଣିଷର ନୁହେଁ, ଗୋଟିଏ ପକ୍ଷୀର। ହଁ, କିଛି ବିଦେଶୀ ଗବେଷଣ ବର୍ଷ ବର୍ଷ ଧରି ଗବେଷଣା କରି ଏହି ତଥ୍ୟ ପାଇଛନ୍ତି। ମଣିଷଠାରୁ ବି ତୀବ୍ର ମସ୍ତିଷ୍କଧାରୀ ଏ ପକ୍ଷୀଟିର ନାଁ ହେଉଛି କପୋତ ବା ପାରା।

ଗବେଷକ କୁହନ୍ତି, ଯଦି ଗୋଟେ ମଣିଷ ଓ ଗୋଟେ ପାରାକୁ ଏକସଙ୍ଗେ ଦୁଇଟି କାମ କରିବାକୁ ଦେଇଦେବେ, ତେବେ ପାରାଟି ହିଁ ଦୁଇଟି ଯାକ କାମ ନିର୍ଭୁଲ୍ ଭାବରେ ଓ ଅତି ଶୀଘ୍ର କରିଦେବ, ମଣିଷଠୁ ବି। ଏହାର ଅର୍ଥ କପୋତ ବା ପାରା, ମଣିଷଠାରୁ ବି ଅଧିକ କୁଶଳୀ ଓ ମଲ୍ଟି ଟାସ୍କିଂ।

ଗବେଷଣ ମତ ଦେଇଛନ୍ତି ଯେ, ପକ୍ଷୀମାନଙ୍କର ନ୍ୟୁରୋଲୋଜି ତୀବ୍ରତା ସାଧାରଣ ଭାବେ ଅଧିକ। ପାରା ମାନଙ୍କର ଆହୁରି ତୀବ୍ର। ଏ ବିଷୟରେ ଜାଣିବାକୁ ଗବେଷକମାନେ ଉଭୟ ମଣିଷ ଓ ପାରାଙ୍କୁ ଦୁଇଟି ଲେଖାଁ କାମ ଦେଇ ପ୍ରମାଣ ସଂଗ୍ରହ କରିଥିଲେ। ସେମାନଙ୍କ ମତରେ, ମଣିଷ କିମ୍ବା ସ୍ତନ୍ୟପାୟୀ ପ୍ରାଣୀଙ୍କ ମସ୍ତିଷ୍କର ଚିନ୍ତନ ପ୍ରକ୍ରିୟା ବିଭିନ୍ନ ସ୍ତର ସ୍ତର ହେଇ ଯାଇଥାଏ। ତେଣୁ ଏମାନେ କୌଣସି ପ୍ରକାର ନିଷ୍ପତ୍ତି ନେବାରେ ଟିକିଏ ବିଳମ୍ବ କରିଥାନ୍ତି। କିନ୍ତୁ ପକ୍ଷୀମାନଙ୍କର ମସ୍ତିକରେ କୌଣସି ସ୍ତର ନଥାଏ। ମଣିଷଙ୍କଠାରୁ ପାରାମାନଙ୍କର ନର୍ଭ ସେଲ୍ 6 ଗୁଣା ଅଧିକା। ତେଣୁ ଗୋଟିଏ କାମରୁ ଆଉ ଗୋଟିଏ କାମକୁ ଆସିବାକୁ ଏବଂ ଏ ସଂପର୍କିତ ନିଷ୍ପତ୍ତି ନେବାକୁ ପାରାଟିଏ ମଣିଷଠାରୁ ଅଧା ସମୟ ନେଇଥାଏ। ଗବେଷକମାନେ ଉଭୟ ମଣିଷ ଓ ପାରାମାନଙ୍କୁ ବିଭିନ୍ନ କାମ ପ୍ରଦାନ କରି କାମ ଶେଷ କରିବାର ସମୟକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି।

ଗବେଷକମାନଙ୍କ କହିବା କଥା ହେଲା, ପକ୍ଷୀଙ୍କ ମୁଣ଼୍ଡ ଛୋଟ ହୋଇଥିବାରୁ ସେହି ଛୋଟିଆ ଜାଗାରେ ବହୁସଂଖ୍ୟାରେ ସେଲ୍ ପାଖାପାଖି ଥାଆନ୍ତି। ତେଣୁ ତୁରନ୍ତ ନିଷ୍ପତ୍ତି ନେବାକୁ ବେଶୀ ସମୟ ଲାଗିନଥାଏ। କିନ୍ତୁ ମଣିଷର ମସ୍ତିଷ୍କ ସେଲ୍ ଭିତରେ ଦୂରତା ଅଧିକ ଥିବାରୁ, ଚିନ୍ତନ ପ୍ରକ୍ରିୟା ସ୍ତର ସ୍ତର ଦେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବାକୁ ସମୟ ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos