ଅନ୍ଧାର ଆଡ଼କୁ ଠେଲି ହେଉଛି ପିତ୍ତଳ କାରିଗରଙ୍କ ଭାଗ୍ୟ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପିତ୍ତଳ ମୂର୍ତ୍ତି ପାଇଁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଖାଳିସାହି ଗାଁ। ଏହି ଗାଁରେ ୮୦ ପ୍ରତିଶତ ଲୋକ ମୂର୍ତ୍ତି କାରିଗର। ପିତ୍ତଳକୁ ଛାଞ୍ଚରେ ଢାଳି ମୂର୍ତ୍ତି ଗଢ଼ିବା ଏମାନଙ୍କର କୌଳିକ ବୃତ୍ତି। କାହିଁ କେଉଁ ଆବାହନ କାଳରୁ ପିତ୍ତଳରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି  ତିଆରି କରିଆସୁଛନ୍ତି ଏମାନେ।ତେବେ ବର୍ଷ ବର୍ଷ ଧରି ଏହାକୁ କୁଳ ବେଉସା ଭାବେ ଆପଣାଇଥିବା କାରିଗରଙ୍କର ଧୀରେ ଧୀରେ ଏଥିପ୍ରତି ବିତୃଷ୍ଣା […]

m10

m10

Tapaswini Nayak
  • Published: Tuesday, 21 January 2020
  • Updated: 23 January 2020, 07:30 AM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପିତ୍ତଳ ମୂର୍ତ୍ତି ପାଇଁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଖାଳିସାହି ଗାଁ। ଏହି ଗାଁରେ ୮୦ ପ୍ରତିଶତ ଲୋକ ମୂର୍ତ୍ତି କାରିଗର। ପିତ୍ତଳକୁ ଛାଞ୍ଚରେ ଢାଳି ମୂର୍ତ୍ତି ଗଢ଼ିବା ଏମାନଙ୍କର କୌଳିକ ବୃତ୍ତି। କାହିଁ କେଉଁ ଆବାହନ କାଳରୁ ପିତ୍ତଳରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି  ତିଆରି କରିଆସୁଛନ୍ତି ଏମାନେ।ତେବେ ବର୍ଷ ବର୍ଷ ଧରି ଏହାକୁ କୁଳ ବେଉସା ଭାବେ ଆପଣାଇଥିବା କାରିଗରଙ୍କର ଧୀରେ ଧୀରେ ଏଥିପ୍ରତି ବିତୃଷ୍ଣା ସୃଷ୍ଟି ହୋଇଛି। କାରଣ ଆଧୁନିକ ମୂର୍ତ୍ତି ତିଆରି ପଦ୍ଧତିର ଅଭାବ ସାଙ୍ଗକୁ ଫ୍ୟାନ୍ସି ମୂର୍ତ୍ତି ଚାହିଦା ବଜାରରେ ବୃଦ୍ଧି ପାଇଛି। ଫଳରେ ସେମାନେ ତିଆରି କରୁଥିବା ଜିନିଷଗୁଡ଼ିକର ଚାହିଦା ଦିନକୁ ଦିନକୁ କମିଯାଉଛି।

ଦାମୀ ଓ ଓଜନିଆ ମୂର୍ତ୍ତି ଅପେକ୍ଷା ଶସ୍ତା ହାଲ୍‌କା ମୂର୍ତ୍ତିକୁ ଗ୍ରାହକମାନେ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସେହିପରି କଞ୍ଚାମାଲର ଦର ବଢ଼ୁଥିବା ବେଳେ ପିତଳ ମୂର୍ତ୍ତିଗୁଡିକର ଦାମ୍‌ରେ ସେଭଳି ବୃଦ୍ଧି ହେଉନାହିଁ। ପୁଣି ଚିରାଚରିତ ଢଙ୍ଗରେ ମହମ ଏବଂ ଲାଖ ଛାଞ୍ଚ ପ୍ରସ୍ତୁତ କରି ମୂର୍ତ୍ତିଟିଏ ଗଢ଼ିବାକୁ ଅଧିକ ପିତ୍ତଳ ଖର୍ଚ୍ଚ ହେଉଛି ଓ ଅଧିକ ସମୟ ବି ଲାଗୁଛି। ତା’ଛଡ଼ା ପାରମ୍ପରିକ ଉପାୟରେ ମୂର୍ତ୍ତି ତିଆରି ହେଉଥିବାରୁ ମୂର୍ତ୍ତିଗୁଡ଼ିକ ଆକର୍ଷଣୀୟ ହେଉନାହିଁ। ଅନ୍ୟପକ୍ଷରେ ଆଧୁନିକ ଶୈଳୀରେ ଉନ୍ନତ ଯନ୍ତ୍ରର ବ୍ୟବହାର କରାଯାଇ ତିଆରି କରାଯାଉଥିବା ଆକର୍ଷଣୀୟ ମୂର୍ତ୍ତିକୁ ଗ୍ରାହକମାନେ ଅଧିକ କିଣିବାକୁ ମନ ବଳାଉଛନ୍ତି। ଏଥିପାଇଁ ଖାଳିସାହି ଗାଁର କିଛି କାରିଗର ପରିବାର ଜୀବିକା ହରାଇବାକୁ ବସିଥିବା ବେଳେ ଆଉ କିଛି କୌଳିକ ବୃତ୍ତିକୁ ଜାବୁଡ଼ି ରଖିଛନ୍ତି।

ମୂର୍ତ୍ତି ତିଆରି ଲାଗି ଆବଶ୍ୟକୀୟ ତାଲିମ ସହିତ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନଙ୍କ କୁଳ ବେଉସା ବଞ୍ଚିପାରନ୍ତା ବୋଲି ଗାଁର ପିତ୍ତଳ କାରିଗରମାନେ କହିଛନ୍ତି।

ମୂର୍ତ୍ତି କାରିଗର ବିଜୟ ମହାପାତ୍ର କହିଛନ୍ତି, “ପୂର୍ବ ପୁରୁଷମାନେ ଏହି କାମ କରୁଥିଲେ। ଆମେ ମଧ୍ୟ ଏହି କାମ କରୁଛୁ। ମୂର୍ତ୍ତି ଓଜନିଆ ଓ ଗୋଟାଳିଆ ହେବା ଯୋଗୁ ବଜାରରେ ଅଧିକ ବିକ୍ରି ହେଉନାହିଁ।”

ସେହିଭଳି ମୂର୍ତ୍ତି କାରିଗର ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, “ବନାରସରୁ ଆକର୍ଷଣୀୟ ମୂର୍ତ୍ତି ଆସି ଆମ ରାଜ୍ୟରେ ବିକ୍ରି ହେଉଛି। ଆମ ମଧ୍ୟ ସେହିପରି ଆକର୍ଷଣୀୟ ମୂର୍ତ୍ତି କରି ବଜାରରେ ବିକ୍ରି କରିବାକୁ ଚାହୁଁଛୁ। ଆକର୍ଷଣୀୟ ମୂର୍ତ୍ତି ତିଆରି କରିବା ପାଇଁ ପ୍ରଶିକ୍ଷଣ ଓ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। କିନ୍ତୁ ତାହା ଆମକୁ ମିଳୁ ନାହିଁ।

ଏହି ମୂର୍ତ୍ତିଗୁଡ଼ିକ ବିକି ଗୁଜରାଣ ମେଣ୍ଟି ଯାଉଛି, ହେଲେ ଆମର ଆଗାମୀ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିପାରୁ ନାହିଁ। ସରକାରୀ ପ୍ରୋତ୍ସାହନ ମିଳିଲେ ଆମେ ମଧ୍ୟ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିପାରିବୁ।”

ବଜାର ଚାହିଦାକୁ ଦେଖି ଜିନିଷ ତିଆରି ନ କଲେ ଯେକୌଣସି ବ୍ୟବସାୟରେ କ୍ଷତି ହୋଇଥାଏ। ଏକଥାକୁ ଖାଳିସାହିର ଏହି କାରିଗରମାନେ ବେଶ୍ ଭଲ ଭାବେ ବୁଝିଛନ୍ତି। କିନ୍ତୁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ ଅଭାବରୁ ସେମାନେ ବି କିଛି କରିପାରୁ ନାହାନ୍ତି। ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ସହ ସେମାନଙ୍କ ସାମଗ୍ରୀର ମାର୍କେଟିଂ ପାଇଁ ବ୍ୟବସ୍ଥା କରାଗଲା ସେମାନଙ୍କ ରୋଜଗାର ବଢ଼ନ୍ତା ଓ କୁଳ ବେଉସା ବି ବଞ୍ଚିଯା’ନ୍ତା। ବେକାରୀ ସମସ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏହି କାରିଗରମାନଙ୍କ ଆୟର ପନ୍ଥାକୁ ବନ୍ଦ ହେବାକୁ ରୋକିବାରୁ ସରକାର କେବେ ପଦକ୍ଷେପ ନେଉଛନ୍ତି, ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story