ଆପଣଙ୍କ ନାଁ ‘R’ ଅକ୍ଷରରୁ ଆରମ୍ଭ କି ? ଜାଣନ୍ତୁ କେମିତି ରହିବ ସ୍ୱଭାବ

ଜଣଙ୍କ ନାଁ ତାର ପରିଚୟ। ଅନ୍ୟମାନେ ଜଣଙ୍କୁ ତାଙ୍କ ନାଁ ଅନୁସାରେ ଚିହ୍ନିଥାନ୍ତି। ବିଶେଷ କରି ହିନ୍ଦୁ ଧର୍ମରେ ନାଁର ମହତ୍ୱ ବହୁତ ରହିଛି। ଏଥିପାଇଁ ପିଲାର ନାମକରଣ ବେଶ ଧୂମଧାମରେ ପାଳନ କରାଯାଇଥାଏ। ସବୁ ନାଁରେ କିଛି ନା କିଛି ଗୁରୁତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ‘R’ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ସ୍ୱଭାବ କେମିତି ହୋଇଥାଏ। ୧. ‘R’ ରୁ ଯେଉଁ ବ୍ୟକ୍ତିଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ବହୁତ ଉଦାର […]

R

R

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 11:03 AM IST

ଜଣଙ୍କ ନାଁ ତାର ପରିଚୟ। ଅନ୍ୟମାନେ ଜଣଙ୍କୁ ତାଙ୍କ ନାଁ ଅନୁସାରେ ଚିହ୍ନିଥାନ୍ତି। ବିଶେଷ କରି ହିନ୍ଦୁ ଧର୍ମରେ ନାଁର ମହତ୍ୱ ବହୁତ ରହିଛି। ଏଥିପାଇଁ ପିଲାର ନାମକରଣ ବେଶ ଧୂମଧାମରେ ପାଳନ କରାଯାଇଥାଏ। ସବୁ ନାଁରେ କିଛି ନା କିଛି ଗୁରୁତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ‘R’ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ସ୍ୱଭାବ କେମିତି ହୋଇଥାଏ।

R୧. ‘R’ ରୁ ଯେଉଁ ବ୍ୟକ୍ତିଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ବହୁତ ଉଦାର ଓ ପରଉପକାରୀ ହୋଇଥାନ୍ତି। ଏହି ଅକ୍ଷରରୁ ନାଁ ଆରମ୍ଭ ହେଥିବା ବ୍ୟକ୍ତି ନିଜ କାମକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଓ ଶ୍ରଦ୍ଧାର ସହ କରିଥନ୍ତି। ଏଥିପାଇଁ ସେମାନଙ୍କୁ ଜୀବନରେ ସଫଳତା ମିଳିଥାଏ।

୨. ଏହି ଅକ୍ଷର ନାମଧାରୀ ବ୍ୟକ୍ତି ନୂଆ ନୂଆ କଥା ଜାଣିବା ଓ କିଛି ନୂଆ କରି ଦେଖାଇବାର ଅଭିଳାଷା ରଖିଥାନ୍ତି। ଅନ୍ୟମାନେ ଏମାନଙ୍କ ଉପରେ ଶୀଘ୍ର ପ୍ରଭାବ ପକାଇଥାନ୍ତି।

୩. ଏମାନେ ବହୁତ ଶାନ୍ତପ୍ରିୟ ବ୍ୟକ୍ତି। ବାଦ ବିବାଦରୁ ସବୁ ବେଳେ ଦୂରେଇ ରୁହନ୍ତି। ନିଜ ପରିବାର ପ୍ରତି ଉତ୍ତରଦାୟୀ ରହିଥାନ୍ତି।

୪. ଯାହାବି କିଛି ନିଷ୍ପତ୍ତି ନିଅନ୍ତି, ବହୁତ ଭାବିଚିନ୍ତି ନେଇଥାନ୍ତି। ଯେଉଁ କାମକୁ କେହି କରିବାକୁ ରାଜି ହୁଅନ୍ତି ନାହିଁ, ସେ କାମ କରିବାକୁ ଏମାନେ ପସନ୍ଦ କରିଥାନ୍ତି।

୫. ‘R’ ଅକ୍ଷର ନାମଧାରୀ ବ୍ୟକ୍ତି ଜୀବନରେ ବହୁତ ଶୀଘ୍ର ସଫଳତା ହାସଲ କରିଥାନ୍ତି। ଏମାନେ କାହା ସହ ବିଶ୍ୱାସଘାତକତା କରି ନଥାନ୍ତି। ଏମାନଙ୍କ ସହ ବ୍ୟବସାୟରେ ସହଯୋଗୀ ହେବା ଲାଭଦାୟକ। ହେଲେ ଏମାନଙ୍କୁ ବ୍ୟବସାୟରେ ସହଯୋଗୀ ବନାଇବାକୁ ମନାଇବା କଷ୍ଟକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos