ସାଇକେଲ୍‌ ପେଡାଲ ମାରିଲେ ପମ୍ପରୁ ବାହାରିବ ପାଣି

ବିନିକା (ଦୀଲିପ ସାହୁ): କୌଣସି ଇଂଜିନିୟର ବା ବଡ଼ ମେକାନିକ୍ ନୁହଁନ୍ତି, ଜଣେ ଯୁବକ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ସାଇକେଲ ପମ୍ପ। ଏହି ପାଣି ପମ୍ପଟି ଚାଲିବାକୁ ପେଟ୍ରୋଲ, ଡିଜେଲ, ବିଦ୍ୟୁତ କିମ୍ବା ସୌରଶକ୍ତିର ଆବଶ୍ୟକ ନାହିଁ। ପେଡାଲ ମାରିଲେ ଏହି ପମ୍ପଟି ଚାଲିବ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା କର୍ତ୍ତଙ୍ଗ ଗାଁର ସୁବାସ ସାହୁ। ସୁବାସଙ୍କ ବାପା ମା’ ପରିବା ଓ ଧାନ ଚାଷ କରନ୍ତି। ହେଲେ ପାଣିର ସୁବିଧା ନଥିବାରୁ […]

cycle00000000000000

cycle00000000000000

Tapaswini Nayak
  • Published: Friday, 14 February 2020
  • Updated: 14 February 2020, 06:03 PM IST

Sports

Latest News

ବିନିକା (ଦୀଲିପ ସାହୁ): କୌଣସି ଇଂଜିନିୟର ବା ବଡ଼ ମେକାନିକ୍ ନୁହଁନ୍ତି, ଜଣେ ଯୁବକ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ସାଇକେଲ ପମ୍ପ। ଏହି ପାଣି ପମ୍ପଟି ଚାଲିବାକୁ ପେଟ୍ରୋଲ, ଡିଜେଲ, ବିଦ୍ୟୁତ କିମ୍ବା ସୌରଶକ୍ତିର ଆବଶ୍ୟକ ନାହିଁ। ପେଡାଲ ମାରିଲେ ଏହି ପମ୍ପଟି ଚାଲିବ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା କର୍ତ୍ତଙ୍ଗ ଗାଁର ସୁବାସ ସାହୁ।

ସୁବାସଙ୍କ ବାପା ମା’ ପରିବା ଓ ଧାନ ଚାଷ କରନ୍ତି। ହେଲେ ପାଣିର ସୁବିଧା ନଥିବାରୁ ଚାଷ କରିବାରେ ଅସୁବିଧା ହୋଇଥାଏ। ବାପାମା’ଙ୍କ କଷ୍ଟ ସୁବାସ ସବୁବେଳେ ଦେଖନ୍ତି। ବାପା ମା’ଙ୍କ ଦୁଃଖ ଦୂର କରିବା ପାଇଁ ବୋର୍‌ୱେଲ ବସାଇବା କିମ୍ବା ପୋଖରୀରୁ ପାଣି ଉଠାଇବା ପାଇଁ ବଡ଼ ପମ୍ପ କିଣିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ଏଥିପାଇଁ ସେ ସବୁବେଳେ ଚିନ୍ତାରେ ରହିଥାନ୍ତି। ବହୁତ ଚିନ୍ତା କରିବା ପରେ ସୁବାସଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଲା। ପାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସାଇକେଲ ଚାଳିତ ପମ୍ପ ତିଆରି କଲେ। ଏହି ପାଣି ପମ୍ପଟି ତିଆରି କରିବା ପାଇଁ ସୁବାସ ଅଚଳ ମଟର ଓ ପୁରୁଣା ସାଇକେଲ ବ୍ୟବହାର କରିଥିଲେ। ସେ ସାଇକେଲରେ ଲାଗିଥିବା ଏକ ବେଲ୍ଟ ସହ ଅଚଳ ହୋଇଥିବା ପମ୍ପକୁ ସଂଯୋଗ କରିଥିଲେ। ଏହା ପରେ ପାଇପକୁ ଏକ ପୋଖରୀରେ ପକାଇ ପେଡାଲ ମାରିଥିଲେ। ଏହାପରେ ମଟରରୁ ପାଣି ବାହାରିଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରୁ ଧୂଆଁ ବାହାରୁ  ନଥିବାରୁ ଏହି ପମ୍ପ ଚାଲିଲେ ପରିବେଶ ପ୍ରଦୂଷଣ ହେବ ନାହିଁ।

ସୁବାସଙ୍କ ଏପରି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଏହାସହ ପମ୍ପକୁ ନିଜ ବିଲରେ ଜଳସେଚନ କାର୍ଯ୍ୟରେ ଲଗାଇଛନ୍ତି। ସୁବାସ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। ଅର୍ଥ ଅଭାବ ଯୋଗୁ ସେ ଆଉ ପାଠ ପଢ଼ି ନଥିଲେ। ଏବେ ସେ ସାଇକେଲ ରିପାରିଂ ଦୋକାନ କରିଛନ୍ତି।

ସୁବାସ କହିଛନ୍ତି, “ମୋ ମା’ବାପାଙ୍କୁ ଚାଷ କରିବାରେ ପାଣି ପାଇଁ ଅସୁବିଧା ହେଉଥିଲା। ପାଣି ସମସ୍ୟା ଦୂର କରିବା ପାଇଁ ମୁଁ ସାଇକେଲ ପମ୍ପ ତିଆରି କରିଛି। ଏହି ସାଇକେଲ ପମ୍ପ ଦ୍ୱାରା ଆମ ଚାଷ ଜମିରେ ପାଣି ମଡାଯାଉଛି। ୱାନ୍‌ ଏଚ୍‌ପି ପମ୍ପରୁ ଯେଉଁ ଅନୁପାତରେ ପାଣି ବାହାରେ, ମୁଁ ତିଆରି କରିଥିବା ସାଇକେଲ ପମ୍ପରୁ ସେହି ଅନୁପାତରେ ପାଣି ବାହାରୁଛି। ସରକାରଙ୍କ ସାହାଯ୍ୟ ମିଳିଲେ ମୁଁ ଆହୁରି କିଛି ଜିନିଷ ତିଆରି କରିପାରିବି।”

ସୁବାସଙ୍କ ମାଆ ଦେବକୀ ସାହୁ କହିଛନ୍ତି, “ଚାଷ କରିବାରେ ପାଣି ପାଇଁ ହଇରାଣ ହେଉଥିଲୁ। ପୁଅ ସାଇକେଲ ମଟର ତିଆର କରିବା ପରେ ପାଣି ପାଇଁ ଆଉ ଅସୁବିଧା ହେଉ ନାହିଁ। ବହୁତ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି।”

ବିନିକା ଆରଡବ୍ଲୁଏସ୍ଏସର କନିଷ୍ଠ ଯନ୍ତ୍ରୀ ଗଜେନ୍ଦ୍ର ନାଏକ କହିଛନ୍ତି, “ଏହା ଏକ ଭଲ ଖବର। ସୁବାସଙ୍କ ଏପରି କାମ ସ୍ୱାଗତଯୋଗ୍ୟ । ତାଙ୍କୁ ସହାୟତା ଏବଂ ସୁଯୋଗ ଦିଆଗଲେ ସେ ଆହୁରି ଉପରକୁ ଉଠି ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story