Advertisment

ବିଶେଷଜ୍ଞ ଦେଲେ ଚେତାବନୀ, କରୋନା ମୃତ୍ୟୁଠାରୁ ବଳିଯିବ ଏହି ପରିସ୍ଥିତି

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ବଡ଼ ସମସ୍ୟା। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ହେଲେ କେତେଜଣ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ, କରୋନା ଯୋଗୁ ହେଉଥିବା ମୃତ୍ୟୁ ସମସ୍ୟାଠାରୁ ବଡ଼ ସମସ୍ୟା ‘ଲଙ୍ଗ୍ କୋଭିଡ୍’ ହୋଇପାରେ। ତେବେ ଏ ‘ଲଙ୍ଗ୍ କୋଭିଡ୍’ କଣ ଆଉ ଏହା କିପରି ଦୁନିଆ ପାଇଁ […]

ଅଦ୍ୟତନ ହୋଇଛି
ବିଶେଷଜ୍ଞ ଦେଲେ ଚେତାବନୀ, କରୋନା ମୃତ୍ୟୁଠାରୁ ବଳିଯିବ ଏହି ପରିସ୍ଥିତି

long-covid

Advertisment

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ବଡ଼ ସମସ୍ୟା। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ହେଲେ କେତେଜଣ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ, କରୋନା ଯୋଗୁ ହେଉଥିବା ମୃତ୍ୟୁ ସମସ୍ୟାଠାରୁ ବଡ଼ ସମସ୍ୟା 'ଲଙ୍ଗ୍ କୋଭିଡ୍' ହୋଇପାରେ। ତେବେ ଏ 'ଲଙ୍ଗ୍ କୋଭିଡ୍' କଣ ଆଉ ଏହା କିପରି ଦୁନିଆ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ଆସନ୍ତୁ ଜାଣିବା...

Advertisment

Covid

ଯେତେବେଳେ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଏହି ସମସ୍ୟାଗୁଡ଼ିକ କରୋନାରୁ ସୁସ୍ଥ ହେବା ପରେ ବି ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ। ସେହି ପରିସ୍ଥିତିକୁ 'ଲଙ୍ଗ୍ କୋଭିଡ୍' କୁହାଯାଏ।

Covid

ବ୍ରିଟେନର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ, ଏହା କରୋନା ଜନିତ ମୃତ୍ୟୁ ସମସ୍ୟାଠାରୁ ମଧ୍ୟ ସାଂଘାତିକ ହୋଇପାରେ। କାରଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଅଧିକ ହେବ। ଏପରି କି ଅନେକ ଲୋକ କରୋନା କବଳରୁ ବଞ୍ଚିଗଲେ ମଧ୍ୟ ପୁଣି କାର୍ଯ୍ୟାଳୟ ଯାଇ କାମ କରିବାକୁ ସମର୍ଥ ହେବେନି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।

Advertisment

Covid

ଯେହେତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ତୀବ୍ର ଗତିରେ ବଢ଼ୁଥିବା ବେଳେ ମୋଟ କେତେ ଲୋକ ସଂକ୍ରମିତ ହେବେ ଏହା ମଧ୍ୟ ବର୍ତ୍ତମାନ ଜଣାପଡ଼ିନାହିଁ। ଏହି କାରଣରୁ 'ଲଙ୍ଗ୍ କୋଭିଡ୍'ର ଶିକାର ହେବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଯିବ। ଏତେ ସଂଖ୍ୟକ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଅନେକ ଦେଶଗୁ଼ଡ଼ିକ ପାଇଁ ମଧ୍ୟ ସମ୍ଭବପର ହେବ ନାହିଁ।

Covid

ବ୍ରିଟେନର ଜଣାଶୁଣା ବୈଜ୍ଞାନିକ ଟିମ୍ ସ୍ପେକ୍ଟରଙ୍କ ଅନୁଯାୟୀ, କରୋନା ଭୂତାଣୁ ଅନେକ ଲୋକଙ୍କ ଇମ୍ୟୁନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ, ଯାହା ଦ୍ୱାରା ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାନ୍ତି। କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା, ଥକ୍କାପଣ ଏବଂ ମସ୍ତିଷ୍କ ଜନିତ ସମସ୍ୟା ଦେଖାଦେଉଛି। ଆଉ ଏହି ସମସ୍ୟା ଦୀର୍ଘ ସମୟ ଯାଇ ରହିଥାଏ।

Covid

କିଙ୍ଗସ୍ କଲେଜ ଲଣ୍ଡନର ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ, ୧୦ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କଠାରେ 'ଲଙ୍ଗ୍ କୋଭିଡ୍'ର ସମସ୍ୟା ଦେଖାଦେଉଛି। ପ୍ରାୟ ୪୦ ଲକ୍ଷ ଲୋକଙ୍କ ତଥ୍ୟ ଉପରେ ଗବେଷଣା କରିବା ପରେ ସେମାନେ ଏହା କହିଛନ୍ତି। ପ୍ରତି ୫୦ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତିନି ମାସ ପରେ ବି 'ଲଙ୍ଗ୍ କୋଭିଡ୍' ସମସ୍ୟାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Covid

ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମହିଳାମାନେ ସର୍ବାଧିକ 'ଲଙ୍ଗ୍ କୋଭିଡ୍' ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଉ ହାରାହାରି ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ 'ଲଙ୍ଗ୍ କୋଭିଡ୍' ଆଶଙ୍କା ଅଧିକ ରହିଛି। 'ଲଙ୍ଗ୍ କୋଭିଡ୍' ବାବଦରେ ଲୋକଙ୍କୁ ସଚେତନ କରିବାକୁ ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ବ୍ରିଟେନର ଟୋନି ବ୍ଲେୟର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ଚେଞ୍ଜ କହିଛି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe