ପ୍ଲାଷ୍ଟିକ ବ୍ୟବହାରର ନିଆରା ପ୍ରଚେଷ୍ଟା; ସ୍କୁଲ ହତାରେ ‘ଫାଇବର ଗାର୍ଡେନ’

ଭଦ୍ରକ (ପାର୍ଥ ସାରଥୀ ନାୟକ): ସରକାର ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସାଧାରଣ ଲୋକ ପ୍ଲାଷ୍ଟିକ, କାଚ ଭଳି ଅଦରକାରୀ ବର୍ଜ୍ୟ ବସ୍ତୁକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଉଥିବା ବେଳେ ଅନେକ ଲୋକ ଏହାକୁ ପୋଡ଼ି ଦେଇଥାନ୍ତି, ଆଉ କିଛି ଲୋକ ଏହାକୁ ମାଟିତଳେ ପୋତି ଦେଇଥାନ୍ତି। ପ୍ଲାଷ୍ଟିକକୁ ମାଟି ତଳେ ପୋତିଲେ ଏହା ଶୀଘ୍ର ମାଟିରେ ମିଶି ନଥାଏ। ଫଳରେ ମୃତ୍ତିକା ପ୍ରଦୂଷଣ ହୋଇଥାଏ। […]

bhadrak-30

bhadrak-30

Tapaswini Nayak
  • Published: Friday, 31 January 2020
  • Updated: 31 January 2020, 02:28 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ସରକାର ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସାଧାରଣ ଲୋକ ପ୍ଲାଷ୍ଟିକ, କାଚ ଭଳି ଅଦରକାରୀ ବର୍ଜ୍ୟ ବସ୍ତୁକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଉଥିବା ବେଳେ ଅନେକ ଲୋକ ଏହାକୁ ପୋଡ଼ି ଦେଇଥାନ୍ତି, ଆଉ କିଛି ଲୋକ ଏହାକୁ ମାଟିତଳେ ପୋତି ଦେଇଥାନ୍ତି। ପ୍ଲାଷ୍ଟିକକୁ ମାଟି ତଳେ ପୋତିଲେ ଏହା ଶୀଘ୍ର ମାଟିରେ ମିଶି ନଥାଏ। ଫଳରେ ମୃତ୍ତିକା ପ୍ରଦୂଷଣ ହୋଇଥାଏ। ଏହାକୁ ପୋଡ଼ିଲେ ବାୟୁ ପ୍ରଦୂଷଣ ହୋଇଥାଏ। ଏହି ଅଦରକାରୀ ଜିନିଷକୁ ନେଇ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଦୋଳପଦୀସ୍ଥିତ ଆନନ୍ଦ ପଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଏହି ଅଦରକାରୀ ଜିନିଷକୁ ନେଇ ବିଦ୍ୟାଳୟ ହତାରେ ‘ଫାଇବର ଗାର୍ଡେନ’ କରାଯାଇଛି।

ସାଇକେଲ, ମୋଟର ସାଇକେଲ ଓ ଚାରି ଚକିଆ ଯାନର ଅଦରକାରୀ ଟାୟାର, ପ୍ଲାଷ୍ଟିକ ବୋତଲ, କାଚ ବୋତଲ, ପିଚୁ ଡ୍ରମ, ପ୍ଲାଷ୍ଟିକ ରଙ୍ଗ ଡବା ଓ ପ୍ଲାଷ୍ଟିକ ଔଷଧ ବୋତଲକୁ ସଂଗ୍ରହ କରାଯାଇ ସେଗୁଡ଼ିକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରାଯାଇଛି। ତାକୁ କିଛି ସମୟ ଖରାରେ ଶୁଖାଇ ଦେବା ପରେ ଅଦରକାରୀ ଟାୟାରରୁ ଫ୍ଲାୱାର ବେସ୍, କାଚ ବୋତଲରେ ମୟୂର, ପ୍ଲାଷ୍ଟିକ ପାଣି ବୋତଲରେ ଫ୍ଲାୱାର ଟ୍ରି, ପିଚୁ ଡ୍ରମରୁ ସାଇନିଂ ସୂର୍ଯ୍ୟ ଓ ପ୍ଲାଷ୍ଟିକ ବୋତଲରେ ଜିଏସଏଲଭି ସାଟେଲାଇଟ ତିଆରି କରାଯାଇଛି। ଏହାକୁ ସ୍କୁଲ ହତାରେ ସୁନ୍ଦର ଭାବରେ ସଜେଇ ‘ଫାଇବର ଗାର୍ଡେନ’ ତିଆରି କରାଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଏହି ଗାର୍ଡେନଟି କରାଯାଇଛି।

ନିପଟ ମଫସଲରେ ଏଭଳି ‘ସୁନ୍ଦର ପ୍ରୟାସ ଲୋକମାନଙ୍କୁ ପ୍ରେରଣା ଯୋଗାଇଛି। ଏହା ସହ ସ୍ଥାନୀୟ ଲୋକେ ଓ ଅଭିଭାବକ ଏହାକୁ ପ୍ରଂଶସା କରିଛନ୍ତି।

ଏହି ସ୍କୁଲଟି ୧୯୬୮ ମସିହାରେ ତିଆରି କରାଯାଇଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଯାଏ ଶ୍ରେଣୀ ରହିଛି।

ଏହି ଫାଇବର ଗାର୍ଡେନ ବିଷୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାସ କହିଛନ୍ତି, “ଆମେ ଅଦରକାରୀ ଜିନିଷକୁ ପିଙ୍ଗି ଦେଇଥାନ୍ତି ନ ହେଲେ ପୋଡ଼ିଦେଇଥାନ୍ତି। ଏହା ପୋଡ଼ିବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ ଓ ଏହାକୁ ଏଣେତେଣେ ଫୋପାଡିବା ଦ୍ୱାରା ମୃତ୍ତିକା ମଧ୍ୟ ପ୍ରଦୂଷଣ ହୋଇଥାଏ। ଏହାର ସୁବିନିଯୋଗ କରିବା ପାଇଁ ଆମ ସ୍କୁଲରେ ଏକ ଛୋଟ ପ୍ରୟାସ କରାଯାଇଛି। ଏହି ଅଦକାରୀ ଜିନିଷକୁ ନେଇ ‘ଫାଇବର ଗାର୍ଡେନ’ କରାଯାଇଛି। ଏହ ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଲୋକମାନେ ସଚେତନ ହେବେ।”

ଛାତ୍ର ରବି ନାରାୟଣ ବେହେରା କହିଛନ୍ତି, “ଆମ ସ୍କୁଲରେ ‘ଫାଇବର ଗାର୍ଡେନ’ କରାଯାଇଛି। ଏହି ଦ୍ୱାରା ପ୍ଲାଷ୍ଟିକ ଭଳି ବର୍ଜ୍ୟ ବସ୍ତୁରେ ସୁବିନିଯୋଗ କରାଯାଇପାରିବ ଓ ଲୋକେ ମଧ୍ୟ ସଚେତନ ହୋଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos