ମଙ୍ଗଳ ଅଭିଯାନ ଆଡ଼କୁ ଆଉ ପାଦେ: ମୂତ୍ର ଓ ନିଶ୍ୱାସରୁ ମିଳିପାରିବ ଖାଦ୍ୟସାର ଓ ପ୍ଲାଷ୍ଟିକ 

ମଙ୍ଗଳ ଅଭିଯାନ ହେଉ କି ଆହୁରି ଦୂରଗାମୀ ମହାକାଶ ଅଭିଯାନ, ଏହାକୁ ସଫଳ କରିବାରେ ଏକ ବଡ଼ ପ୍ରତିବନ୍ଧକ ହେଉଛି ମହାକାଶଯାନର ଓଜନ ଓ ମହାକାଶ ଯାତ୍ରାର ଦୀର୍ଘ ସମୟ। ମହାକାଶଯାନର ଓଜନ ଯେତେ ଅଧିକ ହୁଏ, ଅଭିଯାନର ସେତେ ବ୍ୟୟ ବହୁଳ ହୁଏ। ସେପଟେ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ମହାକାଶଚାରୀଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଇପାରେ। ତେଣୁ ସେମାନଙ୍କ ପାଇଁ ଯେତେ ପରିମାଣର ଖାଦ୍ୟ ଆବଶ୍ୟକ ତାହା ମହାକାଶଯାନରେ ନେଇଯିବା ବର୍ତ୍ତମାନ ପକ୍ଷେ ସମ୍ଭବ […]

Astronaut

Astronaut

Rakesh Mallick
  • Published: Friday, 25 August 2017
  • Updated: 25 August 2017, 12:47 PM IST

Sports

Latest News

ମଙ୍ଗଳ ଅଭିଯାନ ହେଉ କି ଆହୁରି ଦୂରଗାମୀ ମହାକାଶ ଅଭିଯାନ, ଏହାକୁ ସଫଳ କରିବାରେ ଏକ ବଡ଼ ପ୍ରତିବନ୍ଧକ ହେଉଛି ମହାକାଶଯାନର ଓଜନ ଓ ମହାକାଶ ଯାତ୍ରାର ଦୀର୍ଘ ସମୟ। ମହାକାଶଯାନର ଓଜନ ଯେତେ ଅଧିକ ହୁଏ, ଅଭିଯାନର ସେତେ ବ୍ୟୟ ବହୁଳ ହୁଏ। ସେପଟେ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ମହାକାଶଚାରୀଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଇପାରେ। ତେଣୁ ସେମାନଙ୍କ ପାଇଁ ଯେତେ ପରିମାଣର ଖାଦ୍ୟ ଆବଶ୍ୟକ ତାହା ମହାକାଶଯାନରେ ନେଇଯିବା ବର୍ତ୍ତମାନ ପକ୍ଷେ ସମ୍ଭବ ନୁହେଁ । ଏଦିଗରେ ଏକ ସମ୍ଭାବନା ସୃଷ୍ଟି କରିଛି ଏକ ପ୍ରକାର କବକ 'ୟାରୋୱିଆ ଲାଇପୋଲିଟିକା'।

ପରୀକ୍ଷଣରୁ ପ୍ରମାଣିତ ହୋଇଛି ଯେ, ଏହି କବକ ବା ଇଷ୍ଟ୍ ଜାତୀୟ ଜୀବ ମଣିଷ ଛାଡ଼ୁଥିବା ନିଶ୍ୱାସରୁ ଅଙ୍ଗାରକ (କାର୍ବନ୍) ଏବଂ ମୂତ୍ରରୁ ଯବକ୍ଷାରଜାନ (ନାଇଟ୍ରୋଜେନ) ନେଇ ଭିଟାମିନ୍ ବା ଜୀବସାର ଏବଂ ପଲିଷ୍ଟର୍ ତିଆରି କରିପାରେ । ଏକ ପ୍ରକାର ୱାଇ. ଲାଇପୋଲିଟିକା ଇଷ୍ଟ୍ ଓମେଗା-3 ଫ୍ୟାଟି ଏସିଡ୍ ତିଆରି କରିପାରୁଥିବା ଦେଖାଯାଇଛି। ଏହି ଓମେଗା-3 ଫ୍ୟାଟି ଏସିଡ୍ ମଣିଷର ଆଖି, ହୃତପିଣ୍ଡ ଓ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଅନ୍ୟ ଏକ ପ୍ରକାର ୱାଇ. ଲାଇପୋଲିଟିକା ଇଷ୍ଟ୍ ଲିଷ୍ଟର୍ ପଲିମର୍ ଉତ୍ପାଦନ କରିପାରୁଛି । ଆବଶ୍ୟକ ସ୍ଥଳେ ଏହାକୁ 3-ଡି ପ୍ରିଣ୍ଟରରେ ବ୍ୟବହାର କରି ମହାକାଶଚାରୀମାନେ ମହାକାଶ ଯାନର କୌଣସି ଯନ୍ତ୍ରାଂଶ ତିଆରି କରିପାରିବେ ବୋଲି ଆଶା କରାଯାଉଛି।

ତେବେ ଏହି ପରୀକ୍ଷଣର ଫଳାଫଳକୁ ପ୍ରକୃତରେ ମହାକାଶରେ କାର୍ଯ୍ୟକାରୀ କରିବା ଦିଗରେ ମଧ୍ୟ କେତେକ ସମସ୍ୟା ରହିଛି। ଏହି କବକ ପ୍ରସ୍ତୁତ କରୁଥିବା ଜୀବସାର ଓ ପଲିଷ୍ଟର୍ ପରିମାଣ ଖୁବ୍ ସ୍ୱଳ୍ପ। ତେଣୁ ଗବେଷକମାନେ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ତେବେ ସଫଳ ମହାକାଶ ଅଭିଯାନ ପାଇଁ ମହାକାଶଚାରୀଙ୍କ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁକୁ ପୁନଃଉପଯୋଗକ୍ଷମ କରିବା ନିହାତି ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ- ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos