ଭୂତପୁରୀର ଭୟଙ୍କର କାହାଣୀ: ରାତି ଅନ୍ଧାରରେ ମହିଳା ଖୋଜୁଛି ନିଜ ହତ୍ୟାକାରୀ

ଭୂତପ୍ରେତ କଥା ଶୁଣିଲେ ଯେକେହି ବି ହୁଅନ୍ତୁ ରୁମ ଟାଙ୍କୁରୀ ଉଠିଥାଏ। ଏକୁଟିଆ ରାତି ଅନ୍ଧାରରେ ଯିବା ବେଳେ ବହୁ ଲୋକ ଅନୁଭବ କରିଥାନ୍ତି ସେମାନଙ୍କ ପଛେ ପଛେ କେହି ଯାଉଛି। ଏପରିକି ବିଭିନ୍ନ ପ୍ରକାରର ଶବ୍ଦ ଶୁଣି ଲୋକେ ଡରି ଯାଇଥାନ୍ତି। ତେବେ ବହୁତ ଲୋକ ଅଛନ୍ତି ଏପରି ଭୂତପ୍ରେତକୁ ମନର ଭାବନା ବୋଲି ଭାବିଥାନ୍ତି। ହେଲେ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି ଯାହାକୁ ଭୂତପ୍ରେତଙ୍କ ବାସସ୍ଥାନ ବୋଲି କୁହାଯାଇଥାଏ। ଭୂତପୁରୀ ଭାବେ […]

201

201

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 06:09 PM IST

Sports

Latest News

ଭୂତପ୍ରେତ କଥା ଶୁଣିଲେ ଯେକେହି ବି ହୁଅନ୍ତୁ ରୁମ ଟାଙ୍କୁରୀ ଉଠିଥାଏ। ଏକୁଟିଆ ରାତି ଅନ୍ଧାରରେ ଯିବା ବେଳେ ବହୁ ଲୋକ ଅନୁଭବ କରିଥାନ୍ତି ସେମାନଙ୍କ ପଛେ ପଛେ କେହି ଯାଉଛି। ଏପରିକି ବିଭିନ୍ନ ପ୍ରକାରର ଶବ୍ଦ ଶୁଣି ଲୋକେ ଡରି ଯାଇଥାନ୍ତି। ତେବେ ବହୁତ ଲୋକ ଅଛନ୍ତି ଏପରି ଭୂତପ୍ରେତକୁ ମନର ଭାବନା ବୋଲି ଭାବିଥାନ୍ତି। ହେଲେ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି ଯାହାକୁ ଭୂତପ୍ରେତଙ୍କ ବାସସ୍ଥାନ ବୋଲି କୁହାଯାଇଥାଏ। ଭୂତପୁରୀ ଭାବେ ଏହି ସବୁ ସ୍ଥାନ କୁଖ୍ୟାତି ଅର୍ଜନ କରିଛି। ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ଏପରି କିଛି ସ୍ଥାନ ସମ୍ପର୍କରେ।

savoy-hotel-mussoorieସାଭୟ ହୋଟେଲ: ଉତ୍ତରାଖଣ୍ଡରେ ଥିବା ଏହି ହୋଟେଲକୁ ସବୁଠାରୁ ଖତରନାକ୍‌ ସ୍ଥାନ କୁହାଯାଇଥାଏ। ୧୨୧ ବଖରାର ଏହି ହୋଟେଲ ମଶୂରୀରେ ରହିଛି। କୁହାଯାଏ ଏହି ହୋଟେଲରେ ଜଣେ ବ୍ରିଟିସ୍‌ ମହିଳାଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯାଇଥିଲା। ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଓ ମହିଳାଙ୍କ ଚିତ୍ର ଆଙ୍କିଥିବା ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଆଜି ବି ଏହି ୩ଟି ହତ୍ୟା ରହସ୍ୟ ମଧ୍ୟରେ ରହିଛି। କୁହାଯାଏ ବ୍ରିଟିସ୍‌ ମହିଳାଙ୍କ ଆତ୍ମା ରାତି ଅନ୍ଧାରରେ ଏବେ ବି ହୋଟେଲର ସବୁ ରୁମ୍‌ରେ ଘୁରି ବୁଲୁଛି ଓ ତା’ର ହତ୍ୟାକରୀକୁ ଖୋଜୁଛି। ଏହି ହୋଟେଲଟି ଏକାଧିକ ଥର କିଣାବିକା ହୋଇଛି। ଯିଏ ଏହି ହୋଟେଲକୁ କିଣିଛି ସେ କାଙ୍ଗାଳ ହୋଇଯାଇଛି।

a-vଲୋହା ଘାଟର ଏବି: ଉତ୍ତରାଖଣ୍ଡର ଚମ୍ପାବତୀ ଜିଲ୍ଲାରେ ରହିଛି ଲୋହା ଘାଟ୍‌। ଏହି ଲୋହା ଘାଟ୍‌ରେ ରହିଛି ଏକ ବଙ୍ଗଲା, ଯାହା ଏବି ନାଁରେ କୁଖ୍ୟାତି ଅର୍ଜନ କରିଛି। କୁହାଯାଏ, ଏହି ବଙ୍ଗଲାଟି ଅଭିଶପ୍ତ ଓ ଏଠାରେ ସବୁବେଳେ ଅଳୌକିକ ଘଟଣା ଘଟିଥାଏ। ପୂର୍ବରୁ ଏହା ଏକ ଚିକିତ୍ସାଳୟ ଥିଲା। ଏଠାରେ ଥିବା ଡାକ୍ତର କାହାର କେବେ ମୃତ୍ୟୁ ଘଟିବ ଭବିଷ୍ୟବାଣୀ କରିପାରିବେ ବୋଲି କହିଥିଲେ। ଚିକିତ୍ସାଳୟକୁ ଯେଉଁ ରୋଗୀ ଆସୁଥିଲେ ଡାକ୍ତର ତାଙ୍କୁ ଭେଟି ତାଙ୍କର ମୃତ୍ୟୁ ତାରିଖ କହି ଦେଉଥିଲେ। ସଂଯୋଗ ହେଉ କି ଅନ୍ୟ କିଛି ସେହି ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିଲା।

ତେବେ ଏହି ଭବିଷ୍ୟବାଣୀ ପଛରେ ମଧ୍ୟ ଏକ କାହାଣୀ ରହିଛି। ଚିକିତ୍ସାଳୟରେ ଏକ ରୁମ୍‌ ଥିଲା ଯାହାକୁ ମୁକ୍ତି କୋଠରୀ କୁହାଯାଉଥିଲା। କୁହାଯାଏ, ମୃତ୍ୟୁର କିଛି ସମୟ ପୂର୍ବରୁ ରୋଗୀଙ୍କୁ ଉକ୍ତ କୋଠରୀକୁ ନିଆଯାଉଥିଲା, ଯେଉଁଠି ତା’ର ମୃତ୍ୟୁ ଘଟୁଥିଲା। କିଛି ଲୋକ କୁହନ୍ତି ଭବିଷ୍ୟବାଣୀ କରୁଥିବା ଲୋକ ନିଜ କଥାକୁ ସତରେ ପରିଣତ କରିବାକୁ ରୋଗୀଙ୍କୁ ମୁକ୍ତି କୋଠରୀକୁ ନେଇ ହତ୍ୟା କରୁଥିଲା। ଗୋଟିଏ କୋଠରୀରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ପରେ ଏହା ନକରାତ୍ମକ ଶକ୍ତିଙ୍କ ବାସସ୍ଥଳରେ ପରିଣତ ହୋଇଥିବା କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos