‘ଫୋନି’ ନାମକରଣ କିପରି ହେଲା, ତାହାର ଅର୍ଥ ଜାଣିଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭୟଙ୍କର ରୂପରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ଗଣମାଧ୍ୟମରେ ଏହାର କରାଳ ରୂପର ପୂର୍ବାନୁମାନକୁ ବିଶ୍ଳେଷଣ କରାଯାଉଥିବା ଦେଖି ସମଗ୍ର ରାଜ୍ୟବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାର ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ସରିଲାଣି। ତେବେ ‘ଫୋନି’ କେଉଁଠାରୁ ଆସିଛି ଏବଂ ଏହି ସାମୁଦ୍ରକି ଝଡ଼ର ନାମକରଣ କିଭଳି ହୋଇଛି ତାହା ଜାଣିବାକୁ ଆପଣଙ୍କ ମନରେ କୌତୁହଳ ଲାଗି ରହିଥିବ ନିଶ୍ଚୟ। ଆତଙ୍କ ସୃଷ୍ଟି କରୁଥିବା […]

wind1

wind1

Niharika Rout
  • Published: Thursday, 02 May 2019
  • Updated: 02 May 2019, 10:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଭୟଙ୍କର ରୂପରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ଗଣମାଧ୍ୟମରେ ଏହାର କରାଳ ରୂପର ପୂର୍ବାନୁମାନକୁ ବିଶ୍ଳେଷଣ କରାଯାଉଥିବା ଦେଖି ସମଗ୍ର ରାଜ୍ୟବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାର ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ସରିଲାଣି। ତେବେ ‘ଫୋନି’ କେଉଁଠାରୁ ଆସିଛି ଏବଂ ଏହି ସାମୁଦ୍ରକି ଝଡ଼ର ନାମକରଣ କିଭଳି ହୋଇଛି ତାହା ଜାଣିବାକୁ ଆପଣଙ୍କ ମନରେ କୌତୁହଳ ଲାଗି ରହିଥିବ ନିଶ୍ଚୟ।

ଆତଙ୍କ ସୃଷ୍ଟି କରୁଥିବା ଏହି ସାମୁଦ୍ରିକ ଝଡ଼ ବା ବାତ୍ୟାର ନାମକରଣ ପଛରେ କିଛି ତଥ୍ୟ ରହିଛି। ବିଶେଷ କରି ଅଧିକାଂଶ କ୍ଷେତ୍ରରେ ନାରୀମାନଙ୍କ ନାଁକୁ ନେଇ ସମ୍ଭାବ୍ୟ ବାତ୍ୟାର ନାମକରଣ ହୋଇଛି। ଏଥିପାଇଁ ପ୍ରତିବାଦ କରାଯିବାରୁ ସେଥିରେ ପୁରୁଷଙ୍କ ନାମ ବି ସାମିଲ କରାଯାଇଛି।

ପ୍ରକୃତରେ ଏହି ନାମକରଣ ପ୍ରକ୍ରିୟା ଆଟଲାଣ୍ଟିକ ରାଷ୍ଟ୍ରଗୁଡ଼ିକଙ୍କର ଏକ ବୁଝାମଣାରୁ ଆରମ୍ଭ ହୋଇଥିଲା। ୧୯୫୩ ମସିହା ପର୍ଯ୍ୟନ୍ତ ଆମେରିକାର ନ୍ୟାଶନାଲ ହରିକେନ୍‌ ସେଣ୍ଟର୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ନାମକରଣ କରାଯାଉଥିଲା। ଏହି ହରିକେନ୍‌ ସେଣ୍ଟର ଏବେ ବି ବାତ୍ୟାର ନାମକରଣ କରିବା ଜାରି ରଖିଛି। ତେବେ ୨୦୦୪ ମସିହାରେ ବେଳକୁ ପ୍ରତ୍ୟେକ ଦେଶ ନିଜ ରୁଚି ଅନୁସାରେ ବାତ୍ୟାର ନାମକରଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଭାରତ ମହାସାଗର କ୍ଷେତ୍ରରେ ଥିବା ୮ଟି ଦେଶ ମିଶି ସେମାନଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ କରିବା ଆରମ୍ଭ କଲେ।

କିନ୍ତୁ ଭାରତ ମହାସାଗରୀୟ ବେଲ୍‌ଟ୍‌ରେ ବାତ୍ୟାର ନାମକରଣ କରାଯିବାରେ ଟିକିଏ ଭିନ୍ନତା ରହିଛି। ୨୦୦୪ ମସିହାରେ ୮ଟି ଏସୀୟ ଦେଶ ଏକତ୍ର ହୋଇ ‘ଭବିଷ୍ୟତର ବାତ୍ୟା’ ପାଇଁ ଗୋଟାଏ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଦେଶଗୁଡ଼ିକ ହେଲେ ବାଂଲାଦେଶ, ଭାରତ, ମାଳଦୀପ, ଓମାନ୍‌,ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଥାଇଲାଣ୍ଡ।

ଏହି ସବୁ ଦେଶ ପ୍ରତ୍ୟେକ ୮ଟି ଲେଖାଏ, ଏହିପରି ସମୁଦାୟ ୬୪ଟି ସମ୍ଭାବ୍ୟ ବାତ୍ୟାର ନାଁ ସ୍ଥିର କରିଛନ୍ତି। ସେହି ଅନୁସାରେ,ସମ୍ଭାବ୍ୟ ବାତ୍ୟାର ନାଁ କିଏ ଦେବ, ତାହା ପୂର୍ବ ନିର୍ଦ୍ଧାରିତ ହୋଇଛି।

କିଏ କରିଛି ଫୋନି ନାମକରଣ, ଜାଣିଛନ୍ତି କି ?

ଏବେ କରାଳ ରୂପ ଧାରଣ କରି ଲୋକଙ୍କୁ ଆତଙ୍କିତ କରିଥିବା ବାତ୍ୟା ଯାହାକୁ ଇଂଗ୍ରାଜୀ ଲିପିରେ ‘ଫନି’ ବା ‘ଫୋନି’ ବୋଲି ଲେଖାଯାଉଛି, ତାହାର ନାମକରଣ କରିଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ। ବଙ୍ଗଳା ଲିପିରେ ଏହା ଲେଖାଯାଏ ‘ଫନି’ ଏବଂ ଉଚ୍ଚାରଣ ହୁଏ ‘ଫୋନି’। ଓଡ଼ିଆ ଭାଷାରେ ‘ଫୋନି’ର ଅର୍ଥ ‘ଫଣୀ’ ବା ଫଣାଯୁକ୍ତ ସର୍ପ ବା ଫଣା ଥିବା ସାପ। ଅର୍ଥାତ୍‌ ପୁରାଣ ବର୍ଣ୍ଣିତ ବାସୁକୀ।

ଏହା ପରେ ଯଦି ଭବିଷ୍ୟତରେ କେବେ ବାତ୍ୟା ଆସେ ତା’ର ନାମ ରଖାଯିବ ‘ବାୟୁ’। ଏ ନାମଟି ଦେଇଛି ଭାରତ। ତେବେ କ୍ୟୁ, ୟୁ, ଏକ୍ସ, ୱାଇ, ଜେଡ଼ ଏହି ୫ଟି ଇଂରାଜୀ ଅକ୍ଷରକୁ ଛାଡ଼ି ଦେଲେ ଅବଶିଷ୍ଟ ଅକ୍ଷରରେ ବାତ୍ୟାର ନାମ ଦିଆଯାଏ ।

ଭାରତ ଦେଇଥିବା କେତୋଟି ବାତ୍ୟାର ନାମ

ଇତି ମଧ୍ୟରେ ଭାରତରେ ଏକାଧିକ ବାର ବାତ୍ୟା ହୋଇଛି । ସେଥିରୁ ଲେହର୍‌, ମେଘା, ସାଗର୍‌ ଓ ବାୟୁ ଭଳି କେତୋଟି ନାମ ଭାରତ ପକ୍ଷରୁ ଦିଆଯାଇଛି । ୨୦୧୨ରେ ହୋଇଥିବା ବାତ୍ୟା ‘ପାଇଲିନ୍‌’ର ନାମ ଥାଇଲାଣ୍ଡ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story