ଆକାଶ ଦୀପ ଉଡ଼େ କିପରି?

ଦୀପାବଳିରେ ଯେତେ ବାଣ ଫୁଟାଇଲେ ବି ଆକାଶ ଦୀପ ଜଳାଇ ଉଡ଼ାଇବାର ଆନନ୍ଦ ସ୍ୱତନ୍ତ୍ର। ବାଣ ଜନିତ ଶବ୍ଦ ଓ ବାୟୁ ପ୍ରଦୁଷଣ ସମ୍ପର୍କରେ ଲୋକେ ଧୀରେ ଧୀରେ ସଚେତନ ହେଉଥିବାରୁ ଦୀପ ଓ ବିଶେଷତଃ ଆକାଶ ଦୀପର ଚାହିଦା ବଢ଼ିଛି। ତେବେ ଏହି ଆକାଶ ଦୀପ ଜଳିବା ପରେ ଉପରକୁ ଉପରକୁ ଉଡ଼ିଚାଲେ କିପରି? ଏହା ତଳକୁ ଖସିପଡ଼େ ନାହିଁ କାହିଁକି? ଏହା ପଛରେ ଥିବା ବିଜ୍ଞାନ କ’ଣ? ଆସନ୍ତୁ ସେ ସଂପର୍କରେ ଜାଣିବା। ଆକାଶ […]

skylanterns

skylanterns

Jitendra Garnayak
  • Published: Wednesday, 07 November 2018
  • Updated: 07 November 2018, 10:55 AM IST

Sports

Latest News

[caption id="attachment_298159" align="alignleft" width="115"]sanfram ସଂଗ୍ରାମ ଦାସ ମହାପାତ୍ର[/caption]

ଦୀପାବଳିରେ ଯେତେ ବାଣ ଫୁଟାଇଲେ ବି ଆକାଶ ଦୀପ ଜଳାଇ ଉଡ଼ାଇବାର ଆନନ୍ଦ ସ୍ୱତନ୍ତ୍ର। ବାଣ ଜନିତ ଶବ୍ଦ ଓ ବାୟୁ ପ୍ରଦୁଷଣ ସମ୍ପର୍କରେ ଲୋକେ ଧୀରେ ଧୀରେ ସଚେତନ ହେଉଥିବାରୁ ଦୀପ ଓ ବିଶେଷତଃ ଆକାଶ ଦୀପର ଚାହିଦା ବଢ଼ିଛି। ତେବେ ଏହି ଆକାଶ ଦୀପ ଜଳିବା ପରେ ଉପରକୁ ଉପରକୁ ଉଡ଼ିଚାଲେ କିପରି? ଏହା ତଳକୁ ଖସିପଡ଼େ ନାହିଁ କାହିଁକି? ଏହା ପଛରେ ଥିବା ବିଜ୍ଞାନ କ’ଣ? ଆସନ୍ତୁ ସେ ସଂପର୍କରେ ଜାଣିବା।

ଆକାଶ ଦୀପ ଆକାଶରେ ଉଡ଼ିବା ପଛରେ ବାୟୁର ଏକ ବିଶେଷ ଗୁଣ କାର୍ଯ୍ୟ କରିଥାଏ। ତାହା ହେଲା ଯେତେବେଳେ ବାୟୁର ତାପମାତ୍ରା ବୃଦ୍ଧି ପାଏ ଏହା ପ୍ରସାରିତ ହୁଏ ଏବଂ ଏହାର ଘନତ୍ୱ କମିବାରେ ଲାଗେ। ତେଣୁ ଆମେ ଯେତେବେଳେ ଆକାଶ ଦୀପ ତଳେ ଲାଗିଥିବା ବତୀରେ ନିଆଁ ଲଗାଉ ଏହା ଜଳିବାକୁ ଲାଗେ ଓ ଏହାକୁ ଘୋଡ଼ାଇ ରଖିଥିବା (ବେଲୁନ୍‌ ଭଳି) କାଗଜ ଭିତରେ ବାୟୁର ତାପମାତ୍ରା ବୃଦ୍ଧି ପାଏ। ଉତ୍ତାପ ବଢ଼ିବା ସହ ବାୟୁ ପ୍ରସାରିତ ହେବା ଫଳରେ କାଗଜ ବେଲୁନଟି ଫୁଲିବାକୁ ଲାଗେ ।

ବାୟୁ ଗରମ ହେବା ସହ କେବଳ ଯେ କାଗଜ ବେଲୁନ୍‌ଟି ଫୁଲିବାରେ ଲାଗେ ତାହା ନୁହେଁ, ଏହାର ଘନତ୍ୱ ମଧ୍ୟ କମିବାରେ ଲାଗେ । କିନ୍ତୁ କାଗଜ ବେଲୁନ୍‌ ବାହାରେ ଥିବା ବାୟୁର ଘନତ୍ୱ ଅପରିବର୍ତ୍ତିତ ଥାଏ। ତେଣୁ କାଗଜ ବେଲୁନ୍ ବାହାରେ ଥିବା ବାୟୁ ଅପେକ୍ଷା ଭିତର ବାୟୁର ଘନତ୍ୱ କମିଯିବା ଫଳରେ ଏହା ଉପରକୁ ଉଠିବାରେ ଲାଗେ ଏବଂ ଆକାଶରେ ଉଡ଼େ। କାରଣ କମ୍ ଘନତ୍ୱ ବିଶିଷ୍ଟ ପଦାର୍ଥ ସର୍ବଦା ଅଧିକ ଘନତ୍ୱ ବିଶିଷ୍ଟ ପଦାର୍ଥରେ ଭାସିଥାଏ । ଠିକ୍ ଯେପରି, ପାଣି ଅପେକ୍ଷା ବରଫର ଘନତ୍ୱ କମ୍ ହୋଇଥିବାରୁ ଏହା ପାଣିରେ ଭାସେ । ହଟ୍ ଏୟାର୍ ବେଲୁନ ମଧ୍ୟ ଏହି ପଦ୍ଧତିରେ କାର୍ଯ୍ୟ କରେ । ଆକାଶ ଦୀପରେ ବତୀଟି ଲିଭିଯିବା ପରେ ଏହା ତଳକୁ ଖସିପଡ଼େ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story