ବାବୁଗିରି ନୁହେଁ ଏମାନେ କାମରେ ବାଦ୍‌ଶାହା: କିଏ ଜୀବନ ଦେଇଛି ତ କାହା ଜୀବନ ଲାଗିଛି ବାଜିରେ

ଭାରତରେ ସରକାରଙ୍କ ମେରୁଦଣ୍ଡ କହିଲେ ପ୍ରଶାସନକୁ ବୁଝାଇଥାଏ। ଯେଉଁ ଦେଶର ପ୍ରଶାସକ ଯେତେ ସଚ୍ଚୋଟ ସେ ଦେଶ ସେତେ ଉନ୍ନତ। ଭାରତରେ ଅନେକ ଦକ୍ଷ ପ୍ରଶାସକ ନିଜର ଭିନ୍ନ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଏପରକି କିଛି ଅଫିସର ଦେଶ ମାତୃକାର ସେବା ପାଇଁ ନିଜ ପ୍ରାଣ ମଧ୍ୟ ଦେବାକୁ ପଛାଇ ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଦକ୍ଷ, ସାହାସୀ  ଓ ଚର୍ଚ୍ଚିତ ଅଫିସରଙ୍କ ବିଷୟରେ। ନରେନ୍ଦ୍ର କୁମାର: ନରେନ୍ଦ୍ର କୁମାର। […]

ips 222

ips 222

Rakesh Mallick
  • Published: Monday, 22 May 2017
  • Updated: 22 May 2017, 10:16 PM IST

Sports

Latest News

ଭାରତରେ ସରକାରଙ୍କ ମେରୁଦଣ୍ଡ କହିଲେ ପ୍ରଶାସନକୁ ବୁଝାଇଥାଏ। ଯେଉଁ ଦେଶର ପ୍ରଶାସକ ଯେତେ ସଚ୍ଚୋଟ ସେ ଦେଶ ସେତେ ଉନ୍ନତ। ଭାରତରେ ଅନେକ ଦକ୍ଷ ପ୍ରଶାସକ ନିଜର ଭିନ୍ନ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଏପରକି କିଛି ଅଫିସର ଦେଶ ମାତୃକାର ସେବା ପାଇଁ ନିଜ ପ୍ରାଣ ମଧ୍ୟ ଦେବାକୁ ପଛାଇ ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଦକ୍ଷ, ସାହାସୀ  ଓ ଚର୍ଚ୍ଚିତ ଅଫିସରଙ୍କ ବିଷୟରେ।

ନରେନ୍ଦ୍ର କୁମାର: ନରେନ୍ଦ୍ର କୁମାର। ୨୦୦୯ ବ୍ୟାଚର ଆଇପିଏସ୍‌ ଅଫିସର। ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ପୂରା ଭାରତରେ ପରିଚିତ। ମଧ୍ୟପ୍ରଦେଶରେ ବେଆଇନ୍‌ ଖଣି ମାଫିଆଙ୍କ ପାଇଁ ନରେନ୍ଦ୍ର ଥିଲେ ଆତଙ୍କର ରୂପ। ନରେନ୍ଦ୍ରଙ୍କ ନାମ ଶୁଣିଲେ ଡରି ଉଠୁଥିଲେ ବେଆଇନ୍‌ ଖଣି ମାଫିଆ।  ତେବେ ନିଜର କର୍ତ୍ତବ୍ୟ କରୁ କରୁ ୩୦ ବର୍ଷ ବୟସରେ ଲିଭି ଯାଇଥିଲା ନରେନ୍ଦ୍ରଙ୍କ ଜୀବନଦୀପ। ଏକ ଚୋରା ପଥର ବୋଝେଇ ଟ୍ରକ୍‌କୁ ଅଟକାଉଥିବା‍ ବେଳେ ଡ୍ରାଇଭର ଟ୍ରକ୍‌ ଚଢାଇ ହତ୍ୟା କରିଥିଲା ନରେନ୍ଦ୍ରଙ୍କୁ। ତେବେ ପରେ ନରେନ୍ଦ୍ରଙ୍କ ହତ୍ୟା ପଛରେ ବେଆଇନ୍‌ ପଥର ମାଫିଆଙ୍କ ହାତ ଥିବାର ଜଣା ପଡିଥିଲା।

ajit-doval.ଅଜିତ୍‌ ଡୋଭାଲ:  ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ। ୧୯୬୮ ମସିହା ବ୍ୟାଚର ଆଇପିଏସ୍‌ ଅଫିସର୍‌ ନିଜର ଆକ୍ରମଣାତ୍ମକ ରୂପ ପାଇଁ ପରିଚିତ ପୂରା ଭାରତରେ। ୧୯୭୧ ରୁ ୧୯୯୯ ମସିହା ଭିତରେ ହୋଇଥିବା ଭାରତୀୟ ବିମାନ ଅପହରଣ ଅପରସେନ୍‌ର ନେତୃତ୍ୱ ନେଇଥିଲେ ଡୋଭାଲ। ନିଜ ଜୀବନକୁ ବାଜି ଲଗାଇ ବେଶ୍‌ କିଛି ବର୍ଷ ଛଦ୍ନବେଶରେ ପାକିସ୍ତାନରେ ରହୁଥିଲେ ଡୋଭାଲ। ବିଭିନ୍ନ ସମୟରେ ସୀମା ପାର୍‌ ଆତଙ୍କବାଦୀଙ୍କୁ ନିପାତ୍‌ କରିବା ପାଇଁ ଚକ୍ରବ୍ୟୁହ ରଚନା କରିଛନ୍ତି ଡୋଭାଲ। ପାକିସ୍ତାନ ଓ ମିଆଁମାର ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଏହାର ଜ୍ୱଳନ୍ତ ଉଦାହରଣ।

 

ବି. ଚନ୍ଦ୍ରକଳା: ଜଣେ ଦକ୍ଷ ଓ ସାହାସୀ ମହିଳା ଆଇଏଏସ୍ ଅଫିସର ଭାବେ ବି. ଚନ୍ଦ୍ରକଳା ବେଶ ସୁନାମ ଅର୍ଜନ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ କାମରେ ପ୍ରଭାବିତ। କେନ୍ଦ୍ର ସରକାର ତାଙ୍କ କାମରେ ସନ୍ତୁଷ୍ଟ ହୋଇ ସ୍ୱଚ୍ଛ ଭାରତ ମିଶନ୍‌ର ଉପ-ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲାପାଳ ଥିବା ବେଳେ ରାସ୍ତା ନିର୍ମାଣରେ ଅନିୟମିତତା କରୁଥିବା ଠିକାଦାର ଓ ଅଫିସରଙ୍କୁ ପାନେ ଦେଇ ଚର୍ଚ୍ଚାକୁ ଆସିଥିଲେ ଏବଂ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଇଥିଲା। । ତାଙ୍କର ଏକ ଖାସିୟତ ହେଉଛି ସେ ନାୟକ ଫିଲ୍ମ ଷ୍ଟାଇଲରେ କେତେବେଳେ କେଉଁଠି ପହଞ୍ଚିଯାଆନ୍ତି କାହାକୁ ମାଲୁମ୍ ନଥାଏ। ୧୯୭୯ରେ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିବା ବି.ଚନ୍ଦ୍ରକଳା ୨୦୦୮ ବ୍ୟାଚ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସତ୍ୟେନ୍ଦ୍ର ଦୂବେ: ସତ୍ୟେନ୍ଦ୍ର ଦୂବେ। ଦେଶ ପାଇଁ ଉତ୍ସଗ କରିଛନ୍ତି ନିଜ ଜୀବନ। NHAIର ନିର୍ଦ୍ଦେଶକ ଥିବା ଦୂବେ ସଡକ ନିର୍ମାଣରେ ହେଉଥିବା ଦୁର୍ନିତିକୁ ସାମ୍ନାକୁ ଆଣିଥିଲେ। ଦୁର୍ନିତିଖୋର ଅଫିସରଙ୍କ କଳା କାରାନାମା ବିଷୟରେ ସେ ଚିଠି ଲେଖି ଜଣାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ । ଏହି ସଡ଼କ ର୍ନିମାଣ ଦୁର୍ନିତିରେ ବହୁତ ବଡ଼ ବଡ଼ ନାମ ସାମିଲ ଥିଲା। ତେଣୁ ସେ ଚିଠି ଲେଖିବା ସହ ନିଜ ପରିଚୟକୁ ଗୋପନ ରଖିବାକୁ ନିବେଦନ କରିଥିଲେ ବାଜପେୟୀଙ୍କୁ। ହେଲେ ତାଙ୍କ ନାମ ପ୍ରଘଟ ହୋଇଯାଇଥିଲା। ବାସ୍‌ କିଛି ମାସ ବ୍ୟବଧାନରେ ଗୟାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ନିତି ବିରୋଧରେ ଯାଇ ତାଙ୍କୁ ଦେବାକୁ ପଡିଲା ମୂଲ୍ୟବାନ ଜୀବନ।

ଆର୍ମଷ୍ଟ୍ରଙ୍ଗ ପାମେ: ମଣିପୁରର ଯୁବ ଆଇଏଏସ୍‌ ଅଫିସର ଆର୍ମଷ୍ଟ୍ରଙ୍ଗ ପାମେ। ଅନୁନ୍ନତ ଅଞ୍ଚଳର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଥିବା ପାମୁ ନିଜ ଉଦ୍ୟମରେ ବିନା କୌଣସି ସରକାରୀ ସାହାର୍ଯ୍ୟରେ ମଣିପୁରର ଏକ ପାହାଡିଆ ଅଞ୍ଚଳରେ ୧୦୦ କି.ମି.ର ରାସ୍ତା କରି ଚର୍ଚ୍ଚାକୁ ଆସିଥିଲେ।  ପାହାଡ଼ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସେ ଆସିଥିଲେ ଦେବଦୂତ ହୋଇ।

 

ଶିବଦୀପ ଲାଣ୍ଡେ: ଶିବଦୀପ ଲାଣ୍ଡେଙ୍କ ନାମ ଶୁଣିଲେ ବିହାରର ଗୁଣ୍ଡାମାନଙ୍କ ଛାତିରେ ଛନକା ପଶିଯାଏ। ୨୦୦୬ ମସିହା ବ୍ୟାଚ୍‌ର ଏହି ବିହାର କ୍ୟାଡ଼ର ଆଇପିଏସ୍ ବଲିଉଡ଼ ‍ଫିଲ୍ମ ଷ୍ଟାଇଲରେ ଗୁଣ୍ଡାମାନଙ୍କୁ ସାବାଡ଼ କରିଥାନ୍ତି। ଗୁଣ୍ଡାମାନଙ୍କୁ ଧରିବା ପାଇଁ କେତେବେଳେ ଲୁଙ୍ଗି ଗାମୁଛା ପିନ୍ଧି ବେଶ ବଦଳାଇଥାନ୍ତି ତ କେତେବେଳେ ଚଳନ୍ତା ଗାଡ଼ି ଆଗରେ ଠିଆ ହୋଇଯାଆନ୍ତି ଏହି ସାହାସୀ ପୋଲିସ ଅଫିସର। ବିହାରରେ ତାଙ୍କର ଏତେ କ୍ରେଜ ଥିଲା ଯେ ପାଟନାରୁ ବଦଳି ହେବା ଖବର ଶୁଣି ଝିଅମାନେ ରାସ୍ତାରୋକ କରିଥିଲେ। ନିଜ ଦରମାର ୭୦ ପ୍ରତିଶତ ଟଙ୍କା ବିଭିନ୍ନ ସାମାଜିକ କାର୍ଯ୍ୟରେ ଲଗାଇଥାନ୍ତି। ଗରିବ ପିଲାଙ୍କ ପାଇଁ ହଷ୍ଟେଲ ସହ ଗରିବ ଝିଅଙ୍କ ବାହାଘର ପାଇଁ ଖର୍ଚ୍ଚ କରିବାକୁ ଆଦୌ କୁଣ୍ଠାବୋଧ କରି ନଥାନ୍ତି ଶିବଦୀପ। ୧୦ ବର୍ଷ ବିହାରରେ କାମ କରିବା ପରେ ଏବେ ସେ ନିଜ ରାଜ୍ୟ ମହାରାଷ୍ଟ୍ରରେ ପୁଲିସ ବିଭାଗରେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos