/odisha-reporter/media/post_attachments/uploads/2020/05/jackfruit4.jpg)
jackfruit
ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): ଧୀରେ ଧୀରେ ଭାରତୀୟଙ୍କ ଖାଦ୍ୟ ଏବେ ସାରା ଦୁନିଆର ଖାଦ୍ୟଶୈଳୀରେ ସାମିଲ ହେଉଛି। ଶକ୍ତ. ମାଂସଳ, ମିଠା ବାସ୍ନାଯୁକ୍ତ ହଳଦିଆ ରଙ୍ଗର ଫଳ ପଣସ, ଯାହାକୁ ଆମେ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଇବାକୁ ଭଲପାଇଥାଉ। ଏବେ ତାହା ଆମେରିକାରୁ ଲଣ୍ଡନ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ସୁପରଫୁଡ୍ ଭାବେ ଆଦୃତ ହୋଇଛି। ଦକ୍ଷିଣ ଏସିଆର ଖାଦ୍ୟଶୈଳୀରେ ସ୍ଥାନ ପାଇଥିବା ପଣସ ବା ଜ୍ୟାକଫ୍ରୁଟ୍ ଆଜି ବିଶ୍ୱସ୍ତରରେ ପ୍ରିୟ ଖାଦ୍ୟ ଭାବେ ପରିଚିତ।
/odisha-reporter/media/post_attachments/wp-content/uploads/2020/05/jackfruit.jpg)
ସାଧାରଣତଃ ଭାରତର ଦକ୍ଷିଣ ଉପକୂଳର ବାସିନ୍ଦାଙ୍କ ଘର ବଗିଚାରେ ପଣସ ଗଛ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ। ଭାରତୀୟ ଚାଷରେ ତିନିରୁ ଚାରି ହଜାର ବର୍ଷ ତଳୁ ପଣସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୋଟିଏ ଗଛରେ ୧୦୦ରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳିଥାଏ। ଶତାଧିକ ବର୍ଷରୁ ଦକ୍ଷିଣ ଏସିଆରେ କଞ୍ଚା ପଣସ ଏତେ ମାତ୍ରାରେ ଉତ୍ପାଦନ ହେଉଥିଲା ଯେ ପ୍ରତିବର୍ଷ ଏକାଧିକ ଟନ୍ ବ୍ୟବହାର ନ ହୋଇ ନଷ୍ଟ ହେଉଥିଲା। ହେଲେ ଏବେ ମାଂସର ବିକଳ୍ପ ସୁପରଫୁଡ୍ ଭାବେ ପଣସ ଲୋକପ୍ରିୟ ହୋଇଛି। ସାରା ବିଶ୍ୱରେ ପଣସର ଚାହିଦା ବୃଦ୍ଧି ପାଇଥିବା ବେଳେ ଭାରତ ଏହାର ସର୍ବବୃହତ ଉତ୍ପାଦକ ସାଜିଛି ଯୋଗାଇ ଦେଉଛି।
ବିଶେଷକରି ପାଶ୍ଚାତ୍ୟ ଦେଶର ଶୁଦ୍ଧ ଶାକାହାରୀ ଏବଂ ଆମିଷାଶୀଙ୍କ ପ୍ରିୟ ଖାଦ୍ୟରେ ପରିଣତ ହୋଇଛି ପଣସ। କଞ୍ଚା ପଣସର ସ୍ୱାଦ ଘୁଷୁରୀ ମାଂସର ବିକଳ୍ପ ଭାବେ ଆମିଷାଶୀମାନଙ୍କୁ ଆକୃଷ୍ଟ କରେ ବୋଲି ସାନ ଫ୍ରାନ୍ସିସକୋରୁ ଲଣ୍ଡନ ତଥା ଦିଲ୍ଲୀର ବଡ଼ ବଡ଼ ରୋଷେଇଆମାନେ ମତ ଦେଇଛନ୍ତି।
/odisha-reporter/media/post_attachments/wp-content/uploads/2020/05/Jackfruit1.jpg)
ଭାରତର ପାରମ୍ପାରିକ ଖାଦ୍ୟରେ ମଧ୍ୟ ପଣସ ସ୍ଥାନ ପାଇଛି। ଓଡ଼ିଶା, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ ଆଦି ରାଜ୍ୟଗୁଡ଼ିକରେ ପଣସ ଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳେ। ଏହା ସବୁଠାରୁ ବଡ଼ ଫଳ ଅଟେ। ସାଧାରଣତଃ ପଣସର ଓଜନ ହାରାହାରି ୫ କେଜି ହୋଇଥାଏ। ତେବେ ସବୁଠାରୁ ବଡ଼ ପଣସର ଓଜନ ୩୫ କେଜି ପର୍ଯ୍ୟନ୍ତ ହୋଇଥାଏ।
ସୁପରଫୁଡ୍ ପଣସ ଦୁଇ ପ୍ରକାର। ଗୋଟିଏ କାଦୁଆ, ଅନ୍ୟଟି ଖଜରା। କାଦୁଆ ପଣସର କୋଷାଗୁଡ଼ିକ ଗୋଲାକାର ଓ ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ। ଆଉ ଖଜରା ପଣସର କୋଷାଗୁଡ଼ିକ ସରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ଫା ଫୁଲ ରଙ୍ଗ ଭଳି। ଏହା କଞ୍ଚା ଥିଲାବେଳେ ତରକାରୀ କରି ଖିଆଯାଏ। ପାଚିଲେ, ଏହାକୁ ଛଡ଼େଇ ହଳଦିଆ ମାଂସଳ ଅଂଶକୁ ଖିଆଯାଏ। ମଞ୍ଜିକୁ ଶୁଖାଇ ତରକାରୀରେ ବ୍ୟବହାର କରାଯାଏ।
/odisha-reporter/media/post_attachments/wp-content/uploads/2020/05/jackfruit2.jpg)
ଏହାବ୍ୟତୀତ କଞ୍ଚା ପଣସକୁ ଭଜା କରି ମଧ୍ୟ ଲୋକେ ଖାଆନ୍ତି। ପାଶ୍ଚାତ୍ୟ ଦେଶରେ ପଣସକୁ ଛୋଟ ଛୋଟ କାଟି ବା ଗ୍ରେଟ୍ କରି ଘୁଷୁରୀ ମାଂସର ବିକଳ୍ପ ଭାବେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଏପରି କି ଏହାକୁ ପିଜ୍ଜା ଟପିଙ୍ଗ୍ ଭାବେ ମଧ୍ୟ ଆଧୁନିକ ଖାଦ୍ୟଶୈଳୀରେ ବ୍ୟବହାର କରାଗଲାଣି। ସେହିପରି ପାଚିଲା ପଣସ ଜୁସ୍, କେକ୍, ଆଇସ୍ କ୍ରିମ୍ ଏବଂ ଚିପ୍ସ ମଧ୍ୟ ଆଜିକାଲିର ଖାଦ୍ୟରୁଚିରେ ବହୁତ ଲୋକପ୍ରିୟ।
/odisha-reporter/media/post_attachments/wp-content/uploads/2020/05/jackfruit3.jpg)
ଭାରତ ଏବଂ ଆମେରିକାରେ ଅନେକ ରେସ୍ତୋରାଁ ଶୃଙ୍ଖଳର ମାଲିକ ଅନୁ ଭମ୍ୱ୍ରି କୁହନ୍ତି ଯେ, ପ୍ରତ୍ୟେକ ଅଞ୍ଚଳରେ ପଣସର ଚାହିଦା ରହିଛି। ପଣସ କଟଲେଟ୍ ପ୍ରତି ଗ୍ରାହକଙ୍କ ଖାଦ୍ୟ ଟେବୁଲରେ ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି।
ସେହିପରି ମାଇକ୍ରୋସଫ୍ଟର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ ଜୋସେଫ୍ କହିଛନ୍ତି, କୋଭିଡ୍-୧୯ ବା କରୋନା ଭୂତାଣୁ ପରିସ୍ଥିତି ଯୋଗୁ ପଣସର ଚାହିଦା ଆହୁରି ବଢ଼ିଛି। କରୋନା ଭୂତାଣୁ ଚିକେନପ୍ରେମୀଙ୍କ ମନରେ ଭୟ ସୃଷ୍ଟି କରିଥିଲା। ଫଳରେ ସେମାନେ ମାଂସର ବିକଳ୍ପ ଭାବେ ପଣସକୁ ବାଛିଥିଲେ। କେରଳରେ ଲକଡାଉନ ବେଳେ ସୀମାରେ ପତିବନ୍ଧକ ଲାଗିଥିବାରୁ ପନିପରିବାର ଅଭାବରେ କଞ୍ଚା ପଣସ ଏବଂ ତା'ର ମଞ୍ଜିର ଚାହିଦା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
/odisha-reporter/media/post_attachments/wp-content/uploads/2020/05/james-joseph.jpg)
ସୂଚନାଯୋଗ୍ୟ, ମାଂସର ଏକ ଶୁଦ୍ଧ ଶାକାହାରୀ ବିକଳ୍ପ ଭାବେ ପାଶ୍ଚାତ୍ୟ ଲୋକଙ୍କ ପଣସ ପ୍ରତି ଆଗ୍ରହ ଜାଣିବା ପରେ ଜେମ୍ସ ଜୋସେଫ୍ ନିଜର ନାମୀଦାମୀ ମାଇକ୍ରୋସଫ୍ଟ ଚାକିରି ଛାଡ଼ିଦେଇଥିଲେ। କେରଳ ଜନ୍ମିତ ଜେମ୍ସ ଚାକିରି ଛାଡ଼ି ପଣସକୁ ବିଶ୍ୱ ସ୍ତରରେ ଲୋକପ୍ରିୟ କରିବାକୁ ଚିନ୍ତା କରିଥିଲେ। ତାଙ୍କ କହିବା ହେଲା ପଣସ ବା ଜ୍ୟାକଫ୍ରୁଟ୍ ହେଉଛି ଜ୍ୟାକ୍ ଅଫ୍ ଅଲ୍ ଫ୍ରୁଟ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
