ଅଜଣା ରୋଗରେ ଛଟପଟ ହେଉଛି ଜଗା

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ଗୋଠଗାଁ ନୂଆସାହିରେ ଗାଁରେ ପ୍ରଭାକର ପ୍ରଧାନଙ୍କ ଘର। ତିନି ପୁଅ ଓ ସ୍ତ୍ରୀକୁ ନେଇ ସୁନାର ସଂସାର। ହେଲେ ସାନ ପୁଅ ଜଗନ୍ନାଥ ପ୍ରଧାନ ଓରଫ ଜଗାକୁ ନେଇ ପରିବାର ଭିତରେ ଦେଖା ଦେଇଛି ଦୁଃଖର ବାଦଲ। ଜନ୍ମ ପରଠାରୁ ଅଜଣା ରୋଗରେ ଛଟପଟ ହେଉଛି ଜଗା। ନାଁ  ସିନା ଜଗା, ସତେ ଯେମିତି ଜଗନ୍ନାଥଙ୍କ କରୁଣାରୁ ବଞ୍ଚିତ ଏହି ୧୦ ବର୍ଷର ବାଳକ। ଦେହ ସାରା ସାପ […]

asika

asika

Tapaswini Nayak
  • Published: Friday, 10 January 2020
  • Updated: 10 January 2020, 01:42 PM IST

Sports

Latest News

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକର ଗୋଠଗାଁ ନୂଆସାହିରେ ଗାଁରେ ପ୍ରଭାକର ପ୍ରଧାନଙ୍କ ଘର। ତିନି ପୁଅ ଓ ସ୍ତ୍ରୀକୁ ନେଇ ସୁନାର ସଂସାର। ହେଲେ ସାନ ପୁଅ ଜଗନ୍ନାଥ ପ୍ରଧାନ ଓରଫ ଜଗାକୁ ନେଇ ପରିବାର ଭିତରେ ଦେଖା ଦେଇଛି ଦୁଃଖର ବାଦଲ। ଜନ୍ମ ପରଠାରୁ ଅଜଣା ରୋଗରେ ଛଟପଟ ହେଉଛି ଜଗା। ନାଁ  ସିନା ଜଗା, ସତେ ଯେମିତି ଜଗନ୍ନାଥଙ୍କ କରୁଣାରୁ ବଞ୍ଚିତ ଏହି ୧୦ ବର୍ଷର ବାଳକ। ଦେହ ସାରା ସାପ କାତି ଛାଡ଼ିଲା ଭଳି ହୋଇଛି।  ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁଆଡେ ଚମଡ଼ା ଛାଡ଼ି ଫାଟି ଫାଟି ଯାଇଛି। ଦେହ, ହାତ କୁଣ୍ଡେଇ ହୋଇ ଯନ୍ତ୍ରଣା ହେଉଛି । ପିଲାଟି ଠିକ୍‌ରେ ମଧ୍ୟ କଥା ହୋଇପାରୁ ନାହିଁ। ଜଗାର ସାରା ଶରୀରକୁ ଦେଖିଲେ ହଠାତ୍ ଯେକୌଣସି ଲୋକ ଭୟଭୀତ ହୋଇପଡ଼ିବ।

ଜଗାକୁ କେଉଁ ରୋଗ ହୋଇଛି ଡାକ୍ତର ମଧ୍ୟ ଚିହ୍ନି ପାରୁନାହାନ୍ତି। ପୁଅକୁ ଭଲ କରିବା ପାଇଁ ବାପା ମା’ ଶେରଗଡ଼ ଡାକ୍ତରଖାନାଠୁ ଆରମ୍ଭ କରି ବ୍ରହ୍ମପୁର ସିଟି ହସ୍‌ପିଟାଲ, ଏମ୍‌କେସିଜି ସବୁଠି ଦେଖେଇ ସାରିଲେଣି। ହେଲେ ରୋଗ ଭଲ ହେଉ ନାହିଁ। ଡାକ୍ତର ମଧ୍ୟ ଜଗାଙ୍କୁ କେଉଁ ରୋଗ ହୋଇଛି ଚିହ୍ନି ପାରୁନାହାନ୍ତି। ପୁଅର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ସାରିବା ପରେ ଆଉ ବାପା ମାଙ୍କ ପାଖରେ ସମ୍ବଳ ନାହିଁ। ସରକାରୀ ସହାୟତା ମିଳିଲେ ରାଜ୍ୟ ବାହାରକୁ ଯାଇ ବଡ଼ ଡାକ୍ତରଖାନାରେ ଦେଖାଇବେ ବୋଲି କହିଛନ୍ତି ଜଗାଙ୍କ ବାପା ପ୍ରଭାକର ପ୍ରଧାନ।

ସେ କହିଛନ୍ତି,“ ପୁଅକୁ କେଉଁ ରୋଗ ହେଇଛି, ଡାକ୍ତର ଚିହ୍ନି ପାରୁ ନାହାନ୍ତି। ଭାରି କଷ୍ଟ ପାଉଛି ମୋ ପୁଅ। ପୁଅ ପାଇଁ ବହୁତ ଟଙ୍କା ଖର୍ଚ୍ଚ କଲି, ହେଲେ ପୁଅର ରୋଗ ଭଲ ହେଉ ନାହିଁ। ”

ଜଗା ତୃତୀୟ ଶ୍ରେଣୀ ପାଠ ପଢ଼େ। ତେବେ  ଅଜଣା ରୋଗ ହୋଇଥିବା ଯୋଗୁ ସ୍କୁଲରେ ସାଙ୍ଗସାଥୀମାନେ ତାଙ୍କ ସହ ଭଲ ଭାବରେ ମିଶାମିଶି କରନ୍ତି ନାହିଁ, ତାଙ୍କ ସହ ଖେଳନ୍ତି ନାହିଁ। ଏଥିପାଇଁ ବେଳେ ବେଳେ ଜଗା ନିରାଶ ହୋଇ ପଡ଼ିଥାଏ।

ଜଗା ପ୍ରଧାନ କହିଛନ୍ତି, “ମୋତେ ଭାରି କଷ୍ଟ ହେଉଛି। ଭିଡ଼ି ଭିଡ଼ି ଲାଗୁଛି। ମୋତେ ଏହି ରୋଗ ହେଇଥିବାରୁ ପିଲାମାନେ ମୋତେ ଖେଳାଉ ନାହାନ୍ତି।”

ଜଗାଙ୍କ ମା’ ସୁଷମା ପ୍ରଧାନ କହିଛନ୍ତି, “ପୁଅକୁ ଜନ୍ମରୁ ଏହି ରୋଗ ହୋଇଛି। ପୁଅର ଶରୀରଫାଟି ଫାଟି ଯାଉଛି, ଚମଡା ଛାଡୁଛି। ଡାକ୍ତରଙ୍କୁ ଦେଖାଇଲୁଣି, ହେଲେ ପୁଅର ରୋଗ ଭଲ ହେଉ ନାହିଁ। ଶେଷରେ ପୁଅକୁ ଭଗବାନଙ୍କ ଭରସାରେ ଛାଡ଼ି ଦେଇଛୁ। ମୋତେ ସବୁବେଳେ ପୁଅର ଯତ୍ନ ନେବାକୁ ପଡ଼ୁଛି।”

ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେଲେ କାଳେ ଜଗା ଭଲ ହୋଇଯିବ। ସେଥିପାଇଁ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଜଗାଙ୍କ ପରିବାର ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story