ଯାଜପୁରର ଅନନ୍ୟ କ୍ଷେତ୍ର ମହାବିନାୟକ ପୀଠ

ଭୁବନେଶ୍ୱର: ମହାବିନାୟକ ମନ୍ଦିର। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି ଏହି ପୁରାତନ ମନ୍ଦିର। ଓଡ଼ିଶାର ବିଭିନ୍ନ କ୍ଷେତ୍ରମଧ୍ୟରୁ ଏହି କ୍ଷେତ୍ରଟି ଅନ୍ୟତମ। ଯେପରି ଯାଜପୁରକୁ ବିରଜା କ୍ଷେତ୍ର, ପୁରୀକୁ ଶ୍ରୀକ୍ଷେତ୍ର, ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ର, କେନ୍ଦ୍ରାପଡାକୁ ତୁଳସୀକ୍ଷେତ୍ର ଓ କୋଣାର୍କକୁ ପଦ୍ମକ୍ଷେତ୍ର କୁହାଯାଏ, ସେହିପରି ଏହାକୁ ଗଣେଷ ବା ମହାବିନାୟକ କ୍ଷେତ୍ର କୁହାଯାଏ। ଏହିକ୍ଷେତ୍ର ବିଷୟରେ ବହୁ ଲୋକକଥା, ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି । ମନ୍ଦିରଟି […]

mahabinayaka gate

mahabinayaka gate

Rakesh Mallick
  • Published: Wednesday, 13 May 2015
  • Updated: 27 April 2017, 05:33 PM IST

ଭୁବନେଶ୍ୱର: ମହାବିନାୟକ ମନ୍ଦିର। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି ଏହି ପୁରାତନ ମନ୍ଦିର। ଓଡ଼ିଶାର ବିଭିନ୍ନ କ୍ଷେତ୍ରମଧ୍ୟରୁ ଏହି କ୍ଷେତ୍ରଟି ଅନ୍ୟତମ। ଯେପରି ଯାଜପୁରକୁ ବିରଜା କ୍ଷେତ୍ର, ପୁରୀକୁ ଶ୍ରୀକ୍ଷେତ୍ର, ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ର, କେନ୍ଦ୍ରାପଡାକୁ ତୁଳସୀକ୍ଷେତ୍ର ଓ କୋଣାର୍କକୁ ପଦ୍ମକ୍ଷେତ୍ର କୁହାଯାଏ, ସେହିପରି ଏହାକୁ ଗଣେଷ ବା ମହାବିନାୟକ କ୍ଷେତ୍ର କୁହାଯାଏ। ଏହିକ୍ଷେତ୍ର ବିଷୟରେ ବହୁ ଲୋକକଥା, ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି । ମନ୍ଦିରଟି ଯେଉଁ ପର୍ବତ ମଧ୍ୟରେ ରହିଛି ଏହାକୁ ମହାବିନାୟକ ପର୍ବତ କୁହଯାଏ। ମନ୍ଦିର ଚାରିପଟେ ଥିବା ପ୍ରାକୃତିକ ବନରାଜି ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କ ମନରେ ଆନନ୍ଦ ଭରିଦିଏ। ବର୍ଷକ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଏଠାରେ ମୁଖ୍ୟତଃ ୫ ଦିନିଆ ଶିବରାତ୍ରୀ, ଗଣେଷ ଚତୁର୍ଥୀ, ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତି ସୋମବାର ଓ ପିକନିକ ସିଜିନରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ।Mahabinayak_temple

ମହାବିନାୟକ ପର୍ବତରେ ଥିବା ନାଲି ଓ ଧଳା ମାଙ୍କଡ ପର୍ଯ୍ୟଟକମାନଙ୍କୁ ମନୋରଂଜନର ଖୋରାକ ଯୋଗାଇଥାନ୍ତି । ମାଙ୍କଡମାନେ ଆଗନ୍ତୁକଙ୍କ ମନ ହରଣ କରନ୍ତି । ମାଙ୍କଡମାନଙ୍କ ଗ୍ରହଣରେ ଶ୍ରଦ୍ଧାଳୁମାନେ ପର୍ବତ ଉପରେ ଥିବା ୧୦୦ରୁ ଅଧିକ ପହାଚକୁ ଅତି ସହଜରେ ଚଢି ଯାଆନ୍ତି। ଅନ୍ୟପକ୍ଷରେ ଏହିଠାରେ ଥିବା ପଂଚଦେବ ମନ୍ଦିର ପର୍ଯ୍ୟଟକଙ୍କୁ ମନ୍ଦିର ଆଡକୁ ଆକର୍ଷଣ କରିଥାଏ। ଗୋଟଏ କ୍ଷେତ୍ରରେ ଶିବ, ବିଷ୍ଣୁ, ଦୂର୍ଗା, ସୂର୍ଯ୍ୟ ଓ ଗଣପତିଙ୍କର ଅପୂର୍ବ ମିଳନ ଘଟିଛି । ଲୋକକଥାରେ ଅଛିଯେ, କୌଣସି ବ୍ୟକ୍ତି ପଂଚଦେବଙ୍କୁ ଶାନ୍ତି କଲେ ସର୍ବରିଷ୍ଟ ଖଣ୍ଡନ ହୋଇଥାଏ। ଆଉ କେଉଁ ସ୍ଥାନରେ ଏହିଭଳି ପଂଚଦେବଙ୍କ ମହାମିଳନ ଦେଖିବାକୁ ମିଳେ ନାହିଁ ।

 ମହାବିନାୟକ କ୍ଷେତ୍ରକୁ ଯିବାକୁ ଟ୍ରେନ, ବସ‌, ଦୁଇ ଚକିଆ, ଅଟୋ, ଟ୍ରେକର ଓ ଚାରି ଚକିଆ ଯାନ ମାଧ୍ୟମରେ ଯାଇପାରିବେ ପର୍ଯ୍ୟଟକ। ତେବେ ଏହି ଶୈବ କ୍ଷେତ୍ର ୫ ନମ୍ୱର ଜାତୀୟ ରାଜପଥଠାରୁ ମାତ୍ର ୪ କିମି ଦୂର। କଟକ ଠାରୁ ଦୂରତା ୪୦ କିଲୋମିଟର । ପର୍ଯ୍ୟଟକମାନେ ପ୍ରଥମେ ଚଣ୍ଡିଖୋଲ ଛକରେ ଓହ୍ଲାଇ ସୁକିନ୍ଦା-ପାରାଦ୍ୱୀପ ଏକ୍ସପ୍ରେସ ୱେରେ ସୁକିନ୍ଦା ଆଡକୁ ଯିବାକୁ ହେବ। ଏହି ସ୍ଥଳକୁ ମଧ୍ୟ ଟ୍ରେନ ଯୋଗେ ଯାଇପାରିବେ। ଟ୍ରେନରେ ଗଲେ ହରିଦାସପୁର ବା ଧାନମଣ୍ଡଳ ଷ୍ଟେସନରେ ଓହ୍ଲାଇ ଅଟୋରେ ଯିବାକୁ ପଡିବ। ।ଏହି ଅଞ୍ଚଳକୁ ସ୍ୱର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନ ଯୋଜନାରେ ସାମିଲ କରାଯାଇଛି। ଏହି  ଯୋଜନାରେ ରତ୍ନଗିରି-ଲଳିତଗିରି-ଛତିଆବଟ ଓ ମହାବିନାୟକ କ୍ଷେତ୍ରକୁ ଗୋଟିଏ ତ୍ରିଭୁଜରେ ଯୋଡା ଯାଇଛି।
maxresdefault

ମହାବିନାୟକ କ୍ଷେତ୍ରର ପୌରାଣିକ ଓ ଐତିହାସିକ ଦୃଷ୍ଟି କୋଣରୁ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। ସେଥିପାଇଁ ଏହାକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଦ୍ୱାଦଶ ଶତାଦ୍ଦୀରେ କେଶରୀ ରାଜାଙ୍କ ଶାସନକାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହାପରେ ଏହି କ୍ଷେତ୍ର ଦର୍ପଣ ରାଜାଙ୍କର ସ୍ୱତନ୍ତ୍ର କ୍ଷେତ୍ରଭାବେ ମାନ୍ୟତା ପାଇଲା। ସେହି ଦିନଠାରୁ ଏହିସ୍ଥଳ ଐତିହାସିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ମାନ୍ୟତା ପାଇଛି।

କଥିତ ଅଛି ଯେ, ରତି ଦେବୀ ଏହିଠାରେ କାମଦେବଙ୍କ ମୁକ୍ତି ପାଇଁ ଗଣନାଥଙ୍କୁ ପାର୍ଥନା କରିଥିଲେ। ତାଙ୍କ ସ୍ୱାମୀ କାମଦେବ ମହାଦେବଙ୍କ ନିକଟରେ ବନ୍ଦୀ ଥିଲେ। ତାଙ୍କୁ ମୁକୁଳାଇବା ପାଇଁ ସେ ଏହିଠାରେ ପାର୍ଥନା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ଏହାପରେ ସେ ବ୍ରହ୍ମାଙ୍କୁ ପାର୍ଥନା କରିଥିଲେ। ବ୍ରହ୍ମା ରତିଙ୍କୁ ପଂଚଦେବକୁ ତପସ୍ୟା କରି ସନ୍ତୁଷ୍ଟ କରିବାକୁ ଉପଦେଶ ଦେଇଥିଲେ। ଏହି ପଂଚଦେବ ତାଙ୍କ ପାର୍ଥନା ଓ ତପସ୍ୟାରେ ସନ୍ତୁଷ୍ଟ ହୋଇଥିଲେ। ମହାଦେବ କାମଦେବଙ୍କୁ ମୁକ୍ତ କରିଥିଲେ। ସେହିପରି ଏହି ପର୍ବତ ଓ ମହାବିନାୟକଙ୍କ  କଥା ବିଷୟରେ ମଧ୍ୟ ମହାଭାରତରେ ବର୍ଣ୍ଣନା କରାଯାଇଛି। ଏଠାରେ ଭୀମ ଓ ଯୁଧିଷ୍ଟିରଙ୍କ ଲୀଳା କରିଥିବା ସୂଚନା ରହିଛି।ଏହି ଅଞ୍ଚଳ ତାଙ୍କ ନାମନୁସାରେ ଜଣେ ତେଲି ନାମରେ ତେଲିଗଡ ଓ ଭୀମଖଳା ନାମରେ ପରିଚିତ। ଏହି ଅଞ୍ଚଳ ବିଷୟରେ ବହୁ ପୌରାଣିକ ତଥ୍ୟ ରହିଛି। ଲୋକକଥା ଅନୁସାରେ ମହାଦେବ ଶିବ ଯେତେବେଳେ ଗଣେଷଙ୍କର ମସ୍ତକ ଛେଦନ କରିଥିଲେ ଶ୍ରୀ ଗଣେଷଙ୍କ ମୁଣ୍ଡ ଏହି ପର୍ବତ ଉପରେ ପଡିଥିଲା। ପରବର୍ତ୍ତୀ ସମୟରେ ଏହାକୁ ମହାବିନାୟକ କ୍ଷେତ୍ର ଭାବେ ଲୋକଜନରେ ଆଦୃତ ହେଲା। ଏଥିପାଇଁ ଏହି କ୍ଷେତ୍ର କେବଳ ଓଡ଼ିଶାରେ ପ୍ରସିଦ୍ଧିଲାଭ କରିନାହିଁ, ସାରା ବିଶ୍ୱରେ ପଂଚଦେବ ବା ମହାବିନାୟକ କ୍ଷେତ୍ର ଭାବେ ବେଶ‌ ପରିଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story