ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀରର ଅପରୂପ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟର ରାଣୀ କାଶ୍ମୀରର ଝିଅମାନେ ମଧ୍ୟ ସୁନ୍ଦରତାରେ କିଛି କମ ନୁହଁନ୍ତି। ଏମାନଙ୍କ ସୁନ୍ଦରତାର ପ୍ରଶଂସା ସବୁଠି। ତେବେ ଆସନ୍ତୁ ଜାଣିବା କାଶ୍ମୀର ଝିଅଙ୍କ ସୁନ୍ଦରତାର ଏହି ରାଜ୍ କ’ଣ।
ଜଳବାୟୁ: କାଶ୍ମୀର ଝିଅ ଦେଖିବାକୁ ଗୋରୀ ଓ ଆକର୍ଷଣୀୟ ହୋଇଥାନ୍ତି। ତାଙ୍କ ସୁନ୍ଦରତା ପଛରେ ଜଳବାୟୁର ଗୁରୁତ୍ୱପୂର୍ଣ୍ଣ ଭୂମିକା। କାଶ୍ମୀରରେ ଜଳବାୟୁ ବର୍ଷସାରା ଥଣ୍ଡା ରହିଥାଏ। ସେହି କାରଣରୁ ଏଠିକାର ଲୋକେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୋରା ଓ ଆକର୍ଷଣୀୟ ହୋଇଥାନ୍ତି।
କେଶର: କାଶ୍ମୀରରେ ଭଲ କ୍ୱାଲିଟିର କେଶର ଉତ୍ପାଦିତ ହୋଇଥାଏ। ସ୍ପେନ ପରେ କାଶ୍ମୀରରେ ଭଲ କେଶର ମିଳିଥାଏ। କୁହାଯାଏ କାଶ୍ମୀର ଝିଅ ମାନେ କେଶର, ଚନ୍ଦନ ପାଉଡର ଓ କ୍ଷୀରର ଏକ ପେଷ୍ଟ ପ୍ରସ୍ତୁତ କରି ଲଗାଇଥାନ୍ତି। ଯାହା ସେମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ।
ଅଖରୋଟ: ଅଖରୋଟରେ ଓମେଗା-୬, ଓମେଗା-୩ ଓ ଫ୍ୟାଟି ଏସିଡ୍ ପରି ତତ୍ତ୍ୱ ରହିଛି। ଯାହାକୁ ଖାଇବା ଦ୍ୱାରା ଚର୍ମ ଗୋରା ରହେ, ସ୍କିନ୍ରେ ଚମକ ଆସିଥାଏ। କାଶ୍ମୀରରେ ରହୁଥିବା ଲୋକେ ଅଖରୋଟ ଅଧିକ ମାତ୍ରାରେ ଖାଇଥାନ୍ତି। କାଶ୍ମୀର ଝିଅମାନେ କେଶକୁ ସୁନ୍ଦର କରିବାକୁ ଅଖରୋଟରୁ ପ୍ରସ୍ତୁତ ତେଲ ଲଗାଇଥାନ୍ତି।
କ୍ଷୀର ସରର ବ୍ୟବହାର: କାଶ୍ମୀର ଲୋକମାନେ କ୍ଷୀର ସରକୁ ତ୍ୱଚାରେ ଲଗାଇଥାନ୍ତି। ଅତ୍ୟଧିକ ଥଣ୍ଡା ଯୋଗୁଁ ଏଠାରେ ତ୍ୱଚା ଶୁଷ୍କ ପଡିଯାଇଥାଏ। ଏଥିରୁ ବଞ୍ଚିବା ପାଇଁ କ୍ଷୀର ସରକୁ ନିଜ ଦେହରେ ଲଗାଇଥାନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।