ଛାତ ଉପରେ କିଚେନ୍‌ ଗାର୍ଡେନ୍‌

ବାରିପଦା (ମାଣିକ ଲାଲ ପାଣି): ମନରେ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅମ୍ୱିକା ସାହିର ଧରଣୀ କୁମାର ଦେ। ଫାର୍ମ ହାଉସ୍‌ କରି ସୁନାର ଫସଲ ଫଳାଇବାକୁ ଇଚ୍ଛା ରଖିଥିଲେ, କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ। ଏହା ପରେ କିନ୍ତୁ ନୈରାଶ୍ୟରେ ଭାଙ୍ଗି ନପଡ଼ି ନିଜ ତିନି ମହଲା ଛାତ ଉପରେ ଆରମ୍ଭ କରିଥିଲେ କିଚେନ୍‌ ଗାର୍ଡେନ। ଧରଣୀ ନିଜ ଛାତ ଉପରେ ଏକ […]

kichen-garden0000000

kichen-garden0000000

Tapaswini Nayak
  • Published: Friday, 06 March 2020
  • Updated: 06 March 2020, 03:53 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ମନରେ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅମ୍ୱିକା ସାହିର ଧରଣୀ କୁମାର ଦେ। ଫାର୍ମ ହାଉସ୍‌ କରି ସୁନାର ଫସଲ ଫଳାଇବାକୁ ଇଚ୍ଛା ରଖିଥିଲେ, କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ। ଏହା ପରେ କିନ୍ତୁ ନୈରାଶ୍ୟରେ ଭାଙ୍ଗି ନପଡ଼ି ନିଜ ତିନି ମହଲା ଛାତ ଉପରେ ଆରମ୍ଭ କରିଥିଲେ କିଚେନ୍‌ ଗାର୍ଡେନ।

ଧରଣୀ ନିଜ ଛାତ ଉପରେ ଏକ ହଜାର ସ୍କୋୟାର୍‌ ଫୁଟ୍ ଜାଗାରେ ବିଭିନ୍ନ ପନିପରିବା ଚାଷ କରିବା ସହ ଅନେକ ପ୍ରକାରର ଫୁଲ ଗଛ ମଧ୍ୟ ଲଗାଇଛନ୍ତି। ଏଥି ମଧ୍ୟରେ ରହିଛି ନାନା କିସମର ଶାଗ, ଫୁଲ କୋବି, ବନ୍ଧା କୋବି, ବ୍ରୋକଲି, ବୋଇତାଳୁ, କାକୁଡ଼ି, ବାଇଗଣ, ବିଲାତି ବାଇଗଣ, ଗାଜର, କଞ୍ଚାଲଙ୍କା ଓ ବିନ୍ସ ଭଳି ସବୁଜ ପନିପରିବା । ଏହାସହ ଆମ୍ୱ, ସପେଟା, ଡାଳିମ୍ୱ, ସପୁରୀ, ପିଜୁଳି ଓ ଜାମ୍ବୁରୋଳ ମଧ୍ୟ ଚାଷ କରିଛନ୍ତି। ଧରଣୀଙ୍କୁ ଏହି ଚାଷ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସାହାଯ୍ୟ କରନ୍ତି। ସେ ୧୦ ବର୍ଷ ହେବ ନିଜ ଛାତ ଉପରେ ଏପରି କରି ଆସୁଛନ୍ତି। ପାଖ ପୋଡ଼ଶୀ ଆସି ତାଙ୍କ କିଚେନ ଗାର୍ଡେନରୁ ପନିପରିବା ମଧ୍ୟ ନେଉଛନ୍ତି। ଏହା ବାଦ୍‌ ବର୍ଷ ସାରା ଧରଣୀଙ୍କ ରୋଷଘରର ଆବଶ୍ୟକତା ମଧ୍ୟ ଏହି କିଚେନ୍ ଗାର୍ଡେନ୍‌ରୁ ପୂରଣ ହୋଇଥାଏ।

ବୃତ୍ତିରେ ଧରଣୀ ଜଣେ ବ୍ୟବସାୟୀ। ତାଙ୍କର ଗୋଟିଏ ଦୋକାନ ରହିଛି। ସେ ସକାଳ ଛଅଟାରୁ ଉଠି ପ୍ରଥମେ ଦୁଇ ଘଣ୍ଟା କିଚେନ୍‌ ଗାର୍ଡେନ ପାଇଁ ସମୟ ଦେଇଥାନ୍ତି। ତା’ପରେ ସେ ନିଜ ଦୋକାନ ଖୋଲିବାକୁ ଯାଇଥାନ୍ତି। ଧରଣୀଙ୍କର ଏପରି କାର୍ଯ୍ୟକୁ ଆଖପାଖ ଅଞ୍ଚଳରେ ସମସ୍ତେ ପ୍ରଶଂସା କରୁଛନ୍ତି। ଏଭଳି ଉଦାହରଣ ସୃଷ୍ଟି କରି ଧରଣୀ ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ପ୍ରରଣାର ଉତ୍ସ ପାଲଟିଛନ୍ତି।

ଧରଣୀ କୁମାର ଦେ କହିଛନ୍ତି,“ ପ୍ରଥମେ ମୁଁ ଫାର୍ମହାଉସ୍‌ କରିବାକୁ  ଇଚ୍ଛା ରଖିଥିଲି, ହେଲେ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିଲା ନାହିଁ । ଏହା ପରେ ମୁଁ ଛାତ ଉପରେ କିଚେନ ଗାର୍ଡେନ କରିବାକୁ ମନ ବଳାଇଲି। ପ୍ରଥମେ ମୁଁ ମାଟି ପାତ୍ରରେ ଗଛ ଗୁଡ଼ିକ ଲଗାଇଥିଲି। ମାଟି ପାତ୍ରରେ ସୁବିଧା ନ ହେବାରୁ ପରେ ମୁଁ ପ୍ଲାଷ୍ଟିକ ଟବ୍‌ରେ ଗଛ ଗୁଡ଼ିକୁ ଲଗାଇଲି। ଏବେ ମୋ ଛାତ ଉପରେ ବିଭିନ୍ନ ପନିପରିବା ଗଛ ଲଗାଇବା ସହ ବିଭିନ୍ନ ଫୁଲ ଗଛ ମଧ୍ୟ ଲଗାଇଛି।”

ଧରଣୀଙ୍କ ପୋଡ଼ଶୀ ସୁପ୍ରିୟା ସାହୁ କହିଛନ୍ତି,“ ଧରଣୀ ଭାଇ ତାଙ୍କ ଛାତ ଉପରେ ଦେଖିଲା ଭଳି ଗୋଟିଏ କିଚେନ ଗାର୍ଡେନ କରିଛନ୍ତି। ଅନେକ ସମୟରେ ଆମେ ସେଠାରୁ ପରିବା ନେଇଥାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story