ବଡ଼ ଲୋକଙ୍କ ବଡ଼ କଥା! ନୀତା ଅମ୍ବାନୀଙ୍କ କପେ ଚା’ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ

ମୁମ୍ୱାଇ: ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କୁ କିଏ ଅବା ନଜାଣେ! ରିଲାଏନ୍ସ ମାଲିକ ମୁକେଶ ଅମ୍ୱାନୀ ବ୍ୟବସାୟ ପାଇଁ ଯେତିକି ପ୍ରସିଦ୍ଧ ତାଙ୍କ ନିଆରା ଜୀବନଶୈଳୀ ପାଇଁ ମଧ୍ୟ ସେତିକି ଜଣାଶୁଣା। ସେ କେବେ ୪,୦୦,୦୦୦ ସ୍କୋୟାର ଫୁଟ୍ ଓ ୫୭୦ ଫୁଟ ଉଚ୍ଚତା ବିଶିଷ୍ଟ ୨୭ଟି ଫ୍ଳୋରର ବଙ୍ଗଲୋ “ଆଣ୍ଟିଲିଆ” ପାଇଁ ଚର୍ଚ୍ଚାରେ ରହିଛନ୍ତି ତ କେବେ ପତ୍ନୀ ନୀତାଙ୍କୁ ଜନ୍ମଦିନରେ ପ୍ରାଇଭେଟ୍ ଜେଟ୍ ଉପହାର ଦେଇ ଚର୍ଚ୍ଚାରେ ରହିଛନ୍ତି। ମୁକେଶ ଅମ୍ୱାନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନରେ ଶସ୍ତା ଶବ୍ଦର ବୋଧହୁଏ କିଛି ସ୍ଥାନ ନାହିଁ। କାରଣ ନୀତା ପିଉଥିବା ଏକ କପ୍‌ ଚା’ର ମୂଲ୍ୟ ଜାଣିଲେ ଆପଣ ତାଜୁବ ହୋଇଯିବେ। ସକାଳୁ ଉଠି ନୀତା ଯେଉଁ ଚା ପିଅନ୍ତି ତା’ର ମୂଲ୍ୟ ୩ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ମୁକେଶ ଅମ୍ବାନୀଙ୍କ ପରିବାରର ଦୈନିକ ଖର୍ଚ୍ଚ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୁହାଯାଉଛି ତାଙ୍କ ପରିବାରର ଦୈନିକ ଖର୍ଚ୍ଚ ପ୍ରାୟ ୭ କୋଟି ଟଙ୍କା।  ଅମ୍ୱାନୀ ମେନ୍‌ସନ୍‌ରେ କାମ କରୁଥିବା ଲୋକମାନଙ୍କୁ ସେ ମାସିକ ଲକ୍ଷ ଲକ୍ଷ ଟଙ୍କାର ଦରମା ଦେଇଥା’ନ୍ତି। ଘରର ମୁଖ୍ୟ ସହାୟକଙ୍କୁ ସେ ମାସିକ ୨ଲକ୍ଷ ଟଙ୍କା ଦରମା ଦେଇ ଚର୍ଚ୍ଚାରେ ରହିସାରିଛନ୍ତି। ବାପାଙ୍କ ପରେ ଏବେ ପିଲାଙ୍କ ପାଳି। ମୁକେଶ ଅମ୍ୱାନୀଙ୍କ ପରେ ଏବେ ତାଙ୍କ ପିଲାମାନେ ବେଶି ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳୁଛି। କେତେବେଳେ ଝିଅ ଇଶା ବଲିଉଡରେ ଏଣ୍ଟ୍ରି କରିବା ଖବର ଆସୁଛି ତ କେତେବେଳେ ପୁଅ ଅନନ୍ତ ଅମ୍ୱାନୀ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାକୁ ଡେଟ୍ କରୁଥିବାର ଖବର ଆସୁଛି।