ଇମ୍ଫାଲ: ପାହାଡ଼ିଆ ରାସ୍ତାରେ ଗାଡ଼ି ଚଲାଇବାରେ ସବୁବେଳେ ଥାଏ ବିପଦ। ଖାଇରେ ଗାଡ଼ି ଖସି ଯିବା ସହ ଜୀବନ ଯିବାର ଭୟ ବି ରହିଥାଏ। ଆଉ ଯଦି ବର୍ଷା ହେଲା ତା’ହେଲେ ଏ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଏ। ଯିବାଆସିବା ମୁସ୍କିଲ୍ ହେବା ସହ ବିପଦ ଆହୁରି ବଢ଼ିଯାଏ। ତେବେ ମଣିପୁରର କିଛି ସ୍କୁଲ୍ ଛାତ୍ରୀ ଏମିତି କାଦୁଅ ପଚପଚ ପାହାଡ଼ି ରାସ୍ତାରୁ ଏକ ବସ୍କୁ ବାହାର କରି ଦେଖାଇଛନ୍ତି ସାହାସିକତା।
ସୋସିଆଲ ମିଡ଼ିଆରେ ଏହି ସାହାସୀ ଛାତ୍ରୀମାନଙ୍କ କିଛି ଫଟୋ ଭାଇରାଲ ହୋଇଛି। ଫଟୋରେ ଛାତ୍ରୀମାନେ କାଦୁଅ ରାସ୍ତାରୁ ଏକ ବସ୍କୁ ବାହାର କରୁଥିବା ଦେଖିବାକୁ ମିଳିଛି। ଏକ ସ୍କୁଲର ଛାତ୍ରୀମାନେ ଷ୍ଟଡି ଟୁର୍ରେ ଥିଲେ। ତେବେ ତାଙ୍କ ସ୍କୁଲ ବସ୍ ପାହାଡ଼ି କାଦୁଅ ରାସ୍ତାରେ ଫସି ଯାଇଥିଲା। ଏହାପରେ ଛାତ୍ରୀମାନେ ବସ୍ରେ ଏକ ଦଉଡ଼ି ବାନ୍ଧି ଦେଲେ ଓ ସମସ୍ତେ ମିଶି ଟାଣି ଟାଣି ବସ୍ଟିକୁ କାଦୁଅ ରାସ୍ତାରୁ ବାହାର କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।